ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଭାରତ ସହ କାହିଁକି ସୁସମ୍ପର୍କ ରଖିବାକୁ ଚାହୁଁଛି ତାଲିବାନ?

0

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତ ସହ ସୁସମ୍ପର୍କ ସ୍ଥାପନ କରିବାକୁ କରିବାକୁ ଚାହୁଁଛି ତାଲିବାନ ସରକାର। ତାଲିବାନ ଭାରତକୁ ଭଲ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରି ଚିଠି ଲେଖିଛି। ବାସ୍ତବରେ ତାଲିବାନ ଏହି ଚିଠି ଲେଖି ଭାରତ ବିରୋଧରେ କୂଟନୈତିକ ଷଡଯନ୍ତ୍ର ଚଳାଇଛି। ତାଲିବାନ ଚାହୁଁଛି କି ତାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଦିଆଯାଉ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ତାଲିବାନ ଚାହୁଁଛି। ଯଦି ଭାରତ ଓ ଆଫଗାନିସ୍ତାନର ବିମାନ ସେବା ପୁଣି ଆରମ୍ଭ ହୁଏ ତେବେ ଏହାଦ୍ୱାରା ତାଲିବାନ ସରକାରକୁ ସମର୍ଥନ ମିଳିବ। ଯଦି ଭାରତ ବିମାନ ଉଡାଣ ଆରମ୍ଭ ନ କରେ ତେବେ ଏହା ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ବ୍ୟବସାୟ ଉପରେ ପ୍ରଭାବ ପକାଇବ।୨୦୧୯-୨୦ ବର୍ଷରେ ଭାରତ ,ଆଫଗାନିସ୍ତାନ ମଧ୍ୟରେ ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଆଫଗାନିସ୍ତାନରୁ ବହୁ ପରିମାଣର ଶୁଖିଲା ଫଳ ଓ ହର୍ବାଲ ଔଷଧ ଭାରତ ଆମଦାନୀ କରିଥାଏ।

ଅନ୍ୟପଟେ, ଚାହା, କଫି, ହଳଦୀ, କପା ଓ ଖେଳନା ଭାରତରୁ ଆଫଗାନିସ୍ତାନକୁ ରପ୍ତାନୀ ହେଉଛି। ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନ ଦଖଲ ପରେ ଭାରତ ଆଫଗାନିସ୍ତାନକୁ ବିମାନ ଉଡାଣ ବନ୍ଦ କରିଦେଇଛି। ମହାମାରୀ କରୋନା ପାଇଁ ଡିଜିସିଏ ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି।

ଅନ୍ୟପଟେ ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ସୈତାନ ଚେହେରା ସାମନାକୁ ଆସିବାରେ ଲାଗିଛି। କେଉଁଠି ତାଲିବାନ ଲୋକଙ୍କୁ ହତ୍ୟା କରି ଛକ ମଝିରେ ଟାଙ୍ଗି ଦେଉଛି ତ ଆଉ କେଉଁଠି ନିରିହ ଲୋକଙ୍କୁ ଅମାନବୀୟ ଭାବେ ଦଣ୍ଡ ଦେଉଛନ୍ତି।ତାଲିବାନ ନେତା ମଲ୍ଲିକ ନୁରୁଦ୍ଦିନ ତୁରାବି କହିଛନ୍ତି ଯେ, ଆଫଗାନିସ୍ତାନରେ ଯେଉଁମାନେ ଭୁଲ କରିବେ ସେମାନଙ୍କ ହାତ ଓ ଗୋଡ଼ କାଟିଦିଆଯିବ। ତୁରାବି ଏହା ବି କହିଛନ୍ତି ଯେଉଁ ପୁରୁଷ ଦାଢି କାଟିବ ତାକୁ ମାଡ଼ ମରାଯିବ।

Leave A Reply

Your email address will not be published.