ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ଆତଙ୍କବାଦୀ ବାବର ବଖାଣିଲା ଗହନ କଥା

0

ନୂଆଦିଲ୍ଲୀ: ଭାରତରେ ଗତ ୧୮ ତାରିଖରେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ଅଲ୍ଲୀ ବାବର ପାତ୍ର ଆତଙ୍କବାଦ ଯୋଗଦାନ ପଛର ରହସ୍ୟ ଖୋଲିଛି। କାହିଁକି ସେ ଲସ୍କର ଏ ତୋଏବା ଭଳି ଆତଙ୍କବାଦ ସଙ୍ଗଠନରେ ଯୋଗଦେଇଥିଲା, ତାର କାରଣ ସେ ନିଜେ ଭାରତର ସୁରକ୍ଷା କର୍ତ୍ତୃପକ୍ଷଙ୍କ ସାମ୍ନାରେ ବଖାଣିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୯ବର୍ଷର ବାବର କହିଛି ସେ ଆତଙ୍କବାଦୀ ପୋଷାକ ପ୍ରତି ତାର ଆଗ୍ରହ ନାହିଁ କିମ୍ବା ନଥିଲା। ହେଲେ କେବଳ ଅସୁସ୍ଥ ମାଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ତାକୁ ଏ ରାସ୍ତାକୁ ଟାଣି ଆଣିଛି।

ବାବର ଦାବି କରିଛି ଯେ ୨୦୧୯ରେ ମାତ୍ର ୨୧ ଦିନ ପାଇଁ ସେ ମାର୍କାଜ-ଇ-ଖାଇବର, ଗର୍ହି ହବିବୁଲ୍ଲାରେ ତାଲିିମ ନେଇଥିଲା। ଏହା ପରେ ସେ ପଞ୍ଜାବର ଓକରା ତାର ବାସସ୍ଥାନକୁ ଯାଇଥିଲା ଓ ଅନ୍ୟ କାମରେ ଲାଗିଯାଇଥିଲା। ହେଲେ ୨୦୨୧ରେ ପରିସ୍ଥିତି ଏମିତି ହେଲା ଯେ ସେ ପୂଣି ଥରେ ଏହି ସଂଗଠନ ସହିତ ଯୋଗାଯୋଗ ଆରମ୍ଭ କରିଦେଇଥିଲା। ସେବେ ତାର ମାଆର ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ଥିଲା। ବାବର ହେଉଛି, ସେହି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଯିଏ କି ଭାରତରେ ପ୍ରବେଶ କରି ଅଘଟଣ ଘଟାଇବାକୁ ଅନୁପ୍ରବେଶ କରୁଥିଲା। ତାଙ୍କୁ ଭାରତରେ ଏକମାସର ଅପରେସନ୍ ପାଇଁ ଆତଙ୍କବାଦୀମାନେ ପଠାଇଥିଲେ ଓ ପ୍ରତିବଦଳରେ ତାକୁ ଟଙ୍କା ଓ ମାଆର ଚିକିତ୍ସା କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।

ବାବର ଆହୁରି କହିଛି ଯେ ୨୦୧୪ରେ ତାର ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ସେତେବେଳେ ସେ ବହୁତ ଛୋଟ ଥିଲା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାକୁ ପାଠପଢା ଛାଡିବାକୁ ପଡିଥିଲା। ଏହା ପରେ ସେ ସିଆଲକୋଟରେ ଏକ କପଡା କାରଖାନାରେ କାମ ଆରମ୍ଭ କରିଥିଲା ଓ ଏହି ସମୟରେ ସେ ଆତଙ୍କବାଦ ସଂଗଠନ ସହ ଯୋଗାଯୋଗରେ ଆସିଥିଲା। ଅନାସ ବୋଲି ଜଣେ ଯୁବକ ଆଇଏସଆଇ ସହିତ ମିଶି କାମ କରୁଥିଲା ଓ ଲୋକଙ୍କୁ ଆତଙ୍କବାଦ ସଙ୍ଗଠନରେ ନିଯୁକ୍ତି ଦେଉଥିଲା। ଅନାସ ତାକୁ ସେବେ ୨୦ ହଜାର ଟଙ୍କା ଦେଇଥିଲା ଓ ପରେ ୩୦ ହଜାର ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ତାକୁ ନେଇ ଆଇଏସଆଇ ସହିତ ଯୋଗାଯୋଗ କରାଇଥିଲା। ସେହିଭଳି ପାକ୍ ସେନା କର୍ମଚାରୀଙ୍କ ସହିତ ମଧ୍ୟ ଯୋଗାଯୋଗ କରାଇଥିଲା। ଏହା ପରେ ତାକୁ ନେଇ ଖାଇବର ଡେଲିହାବିବୁଲ୍ଲା କ୍ୟାମ୍ପରେ ଭର୍ତ୍ତି କରାଯାଇଥିଲା।

ଦାରିଦ୍ର୍ୟ ତାକୁ ଭୁଲ୍ ରାସ୍ତାକୁ ଟାଣି ନେଇଯାଇଥିବା ବାବର ସୁରକ୍ଷା ଅଧିକାରୀମାନଙ୍କୁ କହିଛି। ଏକଥା ବି ଜଣାଇଛି ଯେ କିଭଳି ଭାବେ ତାକୁ ଶାରୀରିକ ଓ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଇଥିଲା। ଅଧିକାଂଶ ପ୍ରଶିକ୍ଷକ ପାକିସ୍ତାନ ସେନାର ବୋଲି ସେ ଜଣାଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଆହୁରି ବାବର କହିଛି ଯେ ତାକୁ ଯିଏ ଶିଖାଉଥିଲେ, ସେ ହେଉଛନ୍ତି ଅବୁ ହାନଜାଲା। ସେ ପାକିସ୍ତାନ ସେନାର ଅବସରପ୍ରାପ୍ତ କର୍ମଚାରୀ। ତାକୁ ଏକେ-୪୭ ଚାଳନା ଠାରୁ ଆରମ୍ଭ କରି ଗ୍ରେନେଡ୍ ଫିଙ୍ଗିବା ଓ ବ୍ୟାୟାମ ଶିକ୍ଷା ଦିଆଯାଇଥିଲା। ପ୍ରଶିକ୍ଷଣ ସରିବା ପରେ ତାର ଫଟୋ ଲସ୍କର ଇ ତୋଏବାକୁ ଧରାଇ ଦିଆଯାଇଥିଲା ଓ ସେ ଏହି ସଂଗଠନର କର୍ମକର୍ତ୍ତା ଭାବେ ଚୟନ ହୋଇଥିଲା। ଏହା ପରେ ତାକୁ ଡକାଯାଇ ବାରାମୁଲ୍ଲା ଏବଂ ପଟ୍ଟନଙ୍କ ମାନଚିତ୍ର ପ୍ରସ୍ତୁତ କରିବାକୁ କୁହାଯାଇଥିଲା ଏବଂ ପରେ ପାକିସ୍ତାନୀ ସେନାର ଶେର କ୍ୟାମ୍ପକୁ ନିଆଯାଇଥିଲା।ସେଠାରେ କାରୁ ଏକେ-୪୭ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଦିଆଯାଇଥିବା ସେ କହିଛି।

ସେପ୍ଟେମ୍ବର ୧୮ ତାରିଖ ରାତିରେ ବାବର ଓ ତାର ସହଯୋଗୀମାନେ ଉରି ସେକ୍ଟରରୁ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ ଚଲାଇଥିଲେ। ଭାରତ-ପାକିସ୍ତାନ ସୀମା ତାର କାଟିବା କାର୍ଯ୍ୟରେ ଲାଗିଥିଲେ। ସେବେ ସେମାନେ ଧରାପଡିଥିଲେ। ସେନା ଦ୍ବାରା ପ୍ରକାଶିତ ବିବୃତି ଅନୁଯାୟୀ, ଏହି ଆତଙ୍କବାଦୀମାନେ ସୀମା ପାର ହେଉଥିବା ବେଳେ ପାଟ୍ରୋଲିଂରେ ନିୟୋଜିତ ଭାରତର ଜଣେ ତାଙ୍କୁ ଦେଖିଥିଲା। ଚାରିଜଣ ପାକିସ୍ତାନ ପଟକୁ ଚାଲିଯାଇଥିଲେ ଓ ଦୁଇଜଣ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ। ଏହା ପରେ ଅତିରିକ୍ତ ବାହିନୀ ଲଗାଯାଇ ପାଟ୍ରୋଲିଂ ଆରମ୍ଭ ହୋଇଥିଲା ଓ ସେମାନଙ୍କୁ ଧରିବା ଲାଗି ରାସ୍ତା ଅବରୋଧ କରାଯାଇଥିଲା। ସେପ୍ଟେମ୍ବର ୨୫ ତାରିଖ ରାତିରେ ସେମାନେ ଧରାପଡିଥିଲେ।

ବାବର ଭାରତୀୟ ସେନାକୁ ଧନ୍ୟବାଦ ଦେଇଛି, ଏଇଥିପାଇଁ ଯେ ସେମାନେ ତାକୁ ମାରିନାହାନ୍ତି। ସେ ଏବେ ତାର ମାଆକୁ ଭେଟିବାକୁ ଚାହୁଁଛି ଓ ଲସ୍କର ଇ ତୋଏବା ତାର ମାଆଙ୍କୁ ହତ୍ୟା କରିପାରେ ବୋଲି ଡରୁଛି।

Leave A Reply

Your email address will not be published.