ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଆଜିଠୁ ବଦଳିଯିବ ଏସବୁ ନିୟମ..

0

ଭୁବନେଶ୍ବର: ଆଜି ଅକ୍ଟୋବର ୧ ତାରିଖ।ନୂଆ ମାସ ନୂଆ ନିୟମ। ଆଜିଠୁ ସାରାଦେଶରେ ଅନେକ ନିୟମ ବଦଳିଯିବ। ଯାହା ସାଧାରଣ ଜନତାଙ୍କ ଉପରେ ସିଧା ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନ ଗୁଡିକ ବ୍ୟାଙ୍କିଙ୍ଗ୍, ପେମେଣ୍ଟ ବ୍ୟବସ୍ଥା ଓ ସେୟାର ମାର୍କେଟ ସହିତ ଜଡ଼ିତ। ଆସନ୍ତୁ ଜାଣିବା ଆଜିଠୁ କେଉଁ ନିୟମରେ ହେଉଛି ପରିବର୍ତ୍ତନ।

() ଓବିସି, ୟୁବିଆଇ ଓ ଆହ୍ଲାବାଦ ବ୍ୟାଙ୍କର ପୁରୁଣା ଚେକବୁକ ଆଜିଠୁ ଆଉ କାମ କରିବ ନାହିଁ। ଏସବୁ ବ୍ୟାଙ୍କ ଖାତାଧିକାରୀଙ୍କ ଖାତା ନମ୍ବର, ଚେକବୁକ, ଆଇଏଫଏସସି କୋର୍ଡ ବଦଳିଯାଇଛି। ଏହି ବ୍ୟାଙ୍କର ଖାତାଧାରୀଙ୍କୁ ଏବେ ନୂଆ ଚେକବୁକ ନେବାକୁ ପଡିବ।

() ଡିଜିଟାଲ ଲାଇଫ ସାର୍ଟିଫିକେଟ୍ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହେଉଛି। ପେନସନ ଭୋଗୀ, ଜୀବନ ପ୍ରମାଣ କେନ୍ଦ୍ରରେ ଡିଜିଟାଲ ପ୍ରମାଣପତ୍ର ଜମା କରିବାକୁ ପଡିବ । ପେନସନଭୋଗୀଙ୍କ ପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି ସମୟ ଦିଆଯାଇଛି।

() କ୍ରେଡିଟ୍ ଓ ଡେବିଟ କାର୍ଡ ପେମେଣ୍ଟ ସମ୍ବନ୍ଧୀୟ ନିୟମର ମଧ୍ୟ ପରିବର୍ତ୍ତନ କରାଯାଇଛି। ଗ୍ରାହକଙ୍କ ଅଜାଣତରେ ବ୍ୟାଙ୍କ କର୍ମଚାରୀ ଟଙ୍କା କାଟି ପାରିବେ ନାହିଁ। ବ୍ୟାଙ୍କ ଉପଭୋକ୍ତାଙ୍କ ଅନୁମତି ପରେ ଆକାଉଣ୍ଟରୁ ଟଙ୍କା କଟିବ।

() ସେହିପରି ପ୍ୟାନ ନମ୍ବରକୁ ଆଧାର ନମ୍ବର ସହ ଲିଙ୍କ କରିବାକୁ ସେପ୍ଟେମ୍ବର ୩୦ ଯାଏ ନିର୍ଦେଶନାମା ଥିଲା। ଯେଉଁମାନେ ଗତକାଲି ରାତି ସୁଦ୍ଧା ଲିଙ୍କ କରାଇନଥିବେ ପ୍ୟାନକାର୍ଡ ଅଚଳ ହୋଇଯିବ। ଥରେ ପ୍ୟାନକାର୍ଡ ଅଚଳ ହୋଇଗଲେ ଆଗକୁ ଏହା ଭାରି ପଡିପାରେ।

() ଆଜିଠୁ ବଦଳିଯିବ ଏଲପିଜି ଗ୍ୟାସ ଦର। ପ୍ରତି ମାସରେ ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରବର୍ତ୍ତନ ହୁଏ। ସେହିପରି ଆଜିଠୁ ରାଜଧାନୀ ଦିଲ୍ଲୀରେ ପ୍ରାଇଭେଟ ମଦ ଦୋକାନ ବନ୍ଦ ହୋଇଯିବ। ଆଜିଠୁ ନଭେମ୍ବର ୧୬ ଯାଏ କେବେଳ ସରକାରୀ ଦୋକାନରେ ମଦ ମିଳିବ।

() ବିଦେଶରେ ରହୁଥିବା ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ନିୟମ ମଧ୍ୟ ବଦଳିଛି। ବିଦେଶକୁ ଟଙ୍କା ପଠାଉଥିବା ବ୍ୟକ୍ତିଙ୍କୁ ଟିସିଏସ ଦେବାକୁ ପଡିବ। ସେହିପରି ଟେଲିଭିଜନ ସେଟ ଆଜିଠୁ ମହଙ୍ଗା ହୋଇଯିବ।

() ଖାଦ୍ୟ ସୁରକ୍ଷା ନିୟାମକ ଏଫଏସଏସଏଆଇ ଖାଦ୍ୟ ବ୍ୟବସାୟ ଅପରେଟର ମାନଙ୍କ ପାଇଁ ଏଫଏସଏସଏଆଇ ଲାଇସେନ୍ସ ନମ୍ବର କିମ୍ବା ନଗଦ ରସିଦ କିମ୍ବା କ୍ରୟ ଚ୍ୟାଲେଞ୍ଜର ପଂଜୀକରଣ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ ରହିଛି। ଯଦି ଜଣେ ବ୍ୟବସାୟୀ ଏଫଏସଏସଆଇର ଏହି ନିୟମ ଅନୁସରଣ ନକରନ୍ତି, ତାହେଲେ ତାଙ୍କର ଲାଇସେନ୍ସ କିମ୍ବା ପଞ୍ଜୀକରଣ ବାତିଲ ହୋଇଯିବ।

ଏବେ ଷ୍ଟକ ମାର୍କେଟରେ ଡିମାଟ୍‌, ଏବଂ ଟ୍ରେଡିଂ ଆକାଉଣ୍ଟରେ ନୋମୋନିର ସୂଚନା ଦେବା ଆବଶ୍ୟକ। ଯଦି କୌଣସି ନିବେଶକ ଏହା ଚାହୁଁନାହାଁନ୍ତି ତେବେ ତାଙ୍କୁ ଏନେଇ ଫର୍ମ ପୂରଣ କରି ଦେବାକୁ ପଡିବ। ପୁରୁଣା ଡିମାଟ ଆକାଉଣ୍ଟଧାରୀଙ୍କୁ ମଧ୍ୟ ଏହି ଫର୍ମ ପୂରଣ ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କରିବାକୁ ପଡିବ।ଯଦି ଆପଣ କୌଣସି ସୂଚନା ପ୍ରଦାନ କରୁନାହାନ୍ତି, ତେବେ ଆପଣଙ୍କ ବାଣିଜ୍ୟ ଓ ଡିମାଟ୍ ଆକାଉଣ୍ଟ ଫ୍ରିଜ୍ ହୋଇଯିବ।

Leave A Reply

Your email address will not be published.