ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭାଷା ଓ ନଦୀ ସୁରକ୍ଷା ପାଇଁ ଏକାଠି ହେଲେ

0

ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିବାଦ

ଭୁବନେଶ୍ୱର: ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଭାଷା ଆନ୍ଦୋଳନ ଓଡ଼ିଶା ଦୀର୍ଘ ୮୭୮ ଦିନର ଆନ୍ଦୋଳନ ଫଳରେ ସରକାର ଓଡ଼ିଆରେ ଓଡିଶା ଶାସନ ପାଇଁ ପଥ ପରିଷ୍କାର କରିଛନ୍ତି। ହେଲେ ସରକାରୀ ଅଫିସର ଏବେ ଏଥିରେ ବାଧକ ସାଜିଛନ୍ତି। କେବଳ ସେତିକି ନୁହେଁ, ରାଜନୈତିକ ଇଛାଶକ୍ତିର ବି ଅଭାବ ପରିଲକ୍ଷିତ ହେଉଛି। ଠିକ୍ ଏମିତି ଏକ ସମୟରେ ପଡୋଶୀ ରାଜ୍ୟ ଝାଡଖଣ୍ଡରେ ସଂପୃକ୍ତ ସରକାର୨୦୧୧ ସେପ୍ଟେମ୍ବର ପହିଲାରୁ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ଵିତୀୟ ରାଜଭାଷାରୂପେ ମାନ୍ୟତା ପ୍ରଦାନ କରି ଆସୁଥିଲେହେଁ, ଚଳିତ ମାସଠାରୁ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି I ଏହା ବିରୋଧରେ ଆଜି ଭାଷାବିତ୍ ଓ ବୁଦ୍ଧିଜୀବୀ ଏକାଠି ହେବା ସହିତ ପ୍ରତିବାଦ କରିବାକୁ ଯାଇ ମଧୁବାବୁଙ୍କ ପ୍ରତିମୂର୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରିଛନ୍ତି।

ଆଜି ପ୍ରତିବାଦ କରି ଭାଷାବିତ୍ ଓ ସାହିତ୍ୟିକ ତଥା ବୁଦ୍ଧିଜୀବୀ କହିଛନ୍ତି ଯେ ଓଡ଼ିଶାର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷା ଉପରେ ଆକ୍ରମଣ ହେଲାଣି ତ ଦକ୍ଷିଣ ଦିଗରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଜନୈକ ମନ୍ତ୍ରୀ ବୋମା ମାରି ଓଡିଶା ସୀମାନ୍ତ ଗ୍ରାମ ମାନଙ୍କରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇ ଦେବାକୁ ଧମକ ଦେଉଛନ୍ତି I ଓଡ଼ିଶାର ଅଧିକାରୀମାନେ କିନ୍ତୁ ଅସହାୟ ହୋଇ ରହିଛନ୍ତି I ଆମେ ଭାଷା ଭିତ୍ତିରେ ଦେଶର ପ୍ରଥମେ ଗଠିତ ରାଜ୍ୟ ବୋଲାଉଥିବା ବେଳେ, ବାସ୍ତବ ସ୍ଥିତି ଅତ୍ୟନ୍ତ ଦୟନୀୟ ଏକଥା ଏବେ ସ୍ପଷ୍ଟ ହେଲାଣି। ସେପଟେ ଛତିଶଗଡ଼ ସରକାର ମହାନଦୀ ଓ ଇବ ନଦୀର ସ୍ରୋତକୁ ବନ୍ଦ କରି ବ୍ୟବସାୟ କରୁଛି। ଅଥଚ ଓଡ଼ିଶାର ଜନତା ଠିକ ସମୟରେ ପାଣି ନ ପାଇବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି | ପଶ୍ଚିମବଙ୍ଗ ସରକାର ଉଦୟପୁର ଠାରେ ବେଆଇନ ଭାବେ ପାଚେରୀ ନିର୍ମାଣ କରିବା ଅତ୍ୟନ୍ତ ଦୁଃଖର ବିଷୟ। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ।

ଆଜି ସକାଳେ ଭାଷା ଯୋଦ୍ଧା ମାନେ ଭାଷାତୀର୍ଥରେ ଉପସ୍ଥିତ ରହି “ଭାଷା ପାଇଁ ଗଣ ଓ ଗଣମାଧ୍ୟମ”ର ସ୍ୱରକୁ ଶାଣିତ କରି ପ୍ରତିଟି ଓଡିଆ ଅସ୍ମିତା ଓ ଚେତନାକୁ ପୁନଃ ଜାଗ୍ରତ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ଏହାସହିତ ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ଉତ୍କଳ ନିର୍ମାତା ମଧୁବାବୁଙ୍କ ପ୍ରତିମୁର୍ତି ପାଖରେ ଆନ୍ଧ୍ର ପଟୁ ସୀମାର(କୋଟିଆ) ସୁରକ୍ଷା , ପଶ୍ଚିମବଙ୍ଗ ପଟୁ ସୀମାର(ଉଦୟପୁର) ସୁରକ୍ଷା , ଛତିଶଗଡ଼ ପଟୁ ନଦୀର(ମହାନଦୀ ଓ ଇବ) ସୁରକ୍ଷା ଓ ଝାଡ଼ଖଣ୍ଡରେ ଦ୍ୱିତୀୟ ରାଜଭାଷା ଓଡ଼ିଆଭାଷାର ସୁରକ୍ଷା କରିବା ପାଇଁ ଓଡିଶା ସରକାର ଓ ଓଡ଼ିଆ ଜାତି ଜାଗ୍ରତ ହେଉ ବୋଲି ଦାବି କରି ପାଞ୍ଚଗୋଟି ପ୍ରଦୀପ ପ୍ରଜ୍ବଳନକରି ପ୍ରତିବାଦ କରିଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା , କଂଗ୍ରେସ ଦଳର ସଭାପତି , ଭାରତୀୟ ଜନତା ପାର୍ଟିର ସଭାପତି ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।| ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଅଧକ୍ଷ ଚକ୍ରଧର ମହନ୍ତ , ସାରଦା ପ୍ରସାଦ ମହାପାତ୍ର ,ନବ କିଶୋର ପ୍ରଧାନ , ନାରାୟଣ ଖୁଣ୍ଟିଆ , ନିରଞ୍ଜନ ସାହୁ , ଅଲେଖ ଜେନା , ଡମ୍ବୁର ଧର ହରଣ ସିଂହ , ନୀଳମଣି ମିଶ୍ର ,ଦାଶରଥି ଗୁମାନସିଂ ,ସୂର୍ଯ୍ୟକାନ୍ତ ସ୍ୱାଇଁ , ଜଗଦୀଶ ପ୍ରଧାନ ଅରବିନ୍ଦ ତ୍ରିପାଠୀ ,ଡ଼ ଅସିତ ଦାସ ପ୍ରମୁଖ ଭାଷା ତୀର୍ଥରେ ମଧୁବାବୁଙ୍କ ପାଖରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଜଣାଇଛନ୍ତି।

Leave A Reply

Your email address will not be published.