ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କିଙ୍ଗ ଖାନ୍‌ଙ୍କ ପୁଅକୁ ଜେରା

0

ମୁମ୍ବାଇ: ସମୁଦ୍ର ମଝିରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି ମାମଲାରେ ବଡ ଖବର ସାମ୍ନାକୁ ଆସୁଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ ଚଢାଉ ବେଳେ ଜାଣିବାକୁ ପାଇଛି ଯେ ଏଥିରେ ବିଶିଷ୍ଟ ଅଭିନେତାଙ୍କ ପୁଅ ବି ସାମିଲ ଥିଲେ। ଏହି କ୍ରମରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ଆଠଙ୍କୁ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।ତାଙ୍କୁ ଅତିଥି ଭାବେ ଏହି ପାର୍ଟିେୀ ଯୋଗଦେବାକୁ ଡକାଯାଇଥିବା ସେ କହିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳୁଛି।

ସୂଚନା ଅନୁସାରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଆୟୋଜନ ହୋଇଥିଲା ଡ୍ରଗ୍ସ ପାର୍ଟି । ଆଉ କୌଣସି ସୂତ୍ରରୁ ଏନସିବିକୁ ଏହି ଖବର ମିଳିଥିଲା। ଏହା ପରେ ଏନସିବିର କିଛି ଅଫିସର ଯାତ୍ରୀ ବେଶରେ ଜାହାଜରେ ପ୍ରବେଶ କରିଥିଲେ। ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନକଡେଙ୍କ ନେତୃତ୍ୱରେ ଏହି ଅପରେସନ କରାଯାଇଥିଲା। ସାତ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା।

ଅଟକ ରଖିଥିବା ଲୋକଙ୍କୁ ନେଇ ବିଳମ୍ବିତ ରାତିରେ ଏନସିବି ଟିମ ମୁମ୍ବାଇରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ କିଙ୍ଗ ଖାନଙ୍କ ପୁଅ ଅଛନ୍ତି। ସମସ୍ତଙ୍କୁ ପଚରାଉଚରା କରାଯାଉଛି। ତେବେ ୨ ଯୁବକଙ୍କୁ ଏନସିବି କାର୍ଯ୍ୟାଳୟରୁ ଛାଡିଦିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.