ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭବାନୀପୁରରୁ ଜିତି ଜବାବ ଦେଲେ ମମତା

0

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ମମତାଙ୍କ ମହାବିଜୟ। ହାଇପ୍ରୋଫାଇଲ ଭବାନୀପୁର ଆସନରେ ବାଜି ମାରିନେଲେ ଦିଦି। ଭବାନୀପୁର ଲୋକଙ୍କ ଭରସା ଜିତି ମମତା ବାନାର୍ଜୀ କେବଳ ନିର୍ବାଚନ ଜିତିନାହାନ୍ତି; ନିଜ ରେକର୍ଡ ଭାଙ୍ଗିଛନ୍ତି। ୫୮ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପରାସ୍ତ କରିଛନ୍ତି ଦିଦି। ଭବାନୀପୁରବାସୀ ମମତାଙ୍କୁ ବିପୁଳ ଭୋଟ ଦେଇ ତାଙ୍କ ମୁଖ୍ୟମନ୍ତ୍ରୀ ଆସନ ମଧ୍ୟ ସୁରକ୍ଷିତ ରଖିଛନ୍ତି। ବିଜୟ ପରେ ଭବାନୀପୁର ଭୋଟରଙ୍କୁ ମମତା ଧନ୍ୟବାଦ ଜଣାଇଛନ୍ତି।

ମମତା ବାର୍ନାଜୀଙ୍କ ବାଜିମାତ ପରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଇଛି ବିଜୟ ଉତ୍ସବ।ମମତାଙ୍କ ସମର୍ଥକ ମାନେ ବାଣ ଫୁଟାଇ, ବାଜା ବଜାଇ, ମିଠା ବାଣ୍ଟି ଉତ୍ସବ ମନାଉଛନ୍ତି। ମମତାଙ୍କ ପାଇଁ ଏହି ଆସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଏହି ଆସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ମମତାଙ୍କ ପାଖରେ ଶେଷ ସୁଯୋଗ ଥିଲା। ଯଦି ଫଳାଫଳ ମମତାଙ୍କ ସପକ୍ଷରେ ଯାଇନଥାନ୍ତା ତାହେଲେ ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା।

ମମତା ବାର୍ନାଜୀଙ୍କ ବାଜିମାତ ପରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଇଛି ବିଜୟ ଉତ୍ସବ।ମମତାଙ୍କ ସମର୍ଥକ ମାନେ ବାଣ ଫୁଟାଇ, ବାଜା ବଜାଇ, ମିଠା ବାଣ୍ଟି ଉତ୍ସବ ମନାଉଛନ୍ତି। ମମତାଙ୍କ ପାଇଁ ଏହି ଆସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଏହି ଆସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ମମତାଙ୍କ ପାଖରେ ଶେଷ ସୁଯୋଗ ଥିଲା। ଯଦି ଫଳାଫଳ ମମତାଙ୍କ ସପକ୍ଷରେ ଯାଇନଥାନ୍ତା ତାହେଲେ ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା।

କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ମୁଁ ଭବାନୀପୁର ବିଧାନସଭା ଉପନିର୍ବାଚନରେ ୫୮, ୮୩୨ ଭୋଟ ବ୍ୟବଧାନରେ ଜିତିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭବାନୀପୁରର ପ୍ରାୟ ୪୬% ଲୋକ ଅଣ-ବଙ୍ଗୀୟ। ସେମାନେ ସମସ୍ତେ ମୋତେ ଭୋଟ୍ ଦେଇଛନ୍ତି। ଟିଏମସିକୁ କ୍ଷମତାରୁ ହଟାଇବା ପାଇଁ କେନ୍ଦ୍ର ସରକାର ଷଡଯନ୍ତ୍ର ରଚିଥିଲେ। ତେବେ ପଶ୍ଚିମବଙ୍ଗବାସୀ ଭୋଟ୍ ଦେଇଥିବାରୁ ମୁଁ ଜନସାଧାରଣଙ୍କ ନିକଟରେ କୃତଜ୍ଞ ବୋଲି ସେ କହିଛନ୍ତି। ସୁଶ୍ରୀ ବାନାର୍ଜୀ ଆହୁରି କହିଛନ୍ତି ଯେ ଭବାନୀପୁରର ଲୋକମାନେ ନନ୍ଦିଗ୍ରାମରେ ହୋଇଥିବା ଷଡଯନ୍ତ୍ରର ଉପଯୁକ୍ତ ଜବାବ ଦେଇଛନ୍ତି।

ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା ପରଠୁ ହିଁ ବହୁ ସଂଖ୍ୟାରେ ବିଜେପିଠୁ ଆଗରେ ରହିଆସୁଥିଲେ ମମତା ବାର୍ନାଜୀ। ୨୧ ରାଉଣ୍ଡ ଗଣତି ପରେ ମମତା ବିଜୟୀ ହୋଇଛନ୍ତି। ୨୧ ରାଉଣ୍ଡ ପରେ ମମତା ୫୮ ହଜାର ୮୩୨ ଭୋଟରେ ଦମଦାର ବିଜୟ ହାସଲ କରିଛନ୍ତି। ମମତାଙ୍କୁ ୮୪ ହଜାର ୭୦୯ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୨୫ ହଜାର ୮୭୭ ଭୋଟ ମିଳିଛି। ପ୍ରିୟଙ୍କା ଟିବ୍ରେୱାଲ ପରାଜୟ ସ୍ୱୀକାର କରିବା ସହ ବିଜୟ ପାଇଁ ମମତାଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି।

ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢି ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ଏହାକୁ ନେଇ କୋର୍ଟରେ ମାମଲା ଚାଲିଛି। ମମତା ଏହି ରାୟ ବିରୋଧରେ କୋର୍ଟକୁ ଯାଇଛନ୍ତି। ତେବେ ତାଙ୍କର ପାରମ୍ପରିକ ଆସନ ଭବାନୀପୁର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ସୁବ୍ରତ ବକ୍ସି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଉପନିର୍ବାଚନ ପାଇଁ ରାସ୍ତା ଫିଟିଥିଲା ଏବଂ ସେପ୍ଟେମ୍ବର ୩୦ରେ ଭବାନୀପୁରରେ ଉପନିର୍ବାଚନ ହୋଇଥିଲା।

ଟିଏମସି ମଧ୍ୟ ମୁର୍ସିଦାବାଦର ସାମସରଗଞ୍ଜ ଏବଂ ଜାଙ୍ଗିପୁରରେ ଅଗ୍ରଣୀ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.