ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

କିଙ୍ଗ ଖାନ୍‌ଙ୍କ ପୁଅକୁ ଜେରା

0

ମୁମ୍ବାଇ: ସମୁଦ୍ର ମଝିରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି ମାମଲାରେ ବଡ ଖବର ସାମ୍ନାକୁ ଆସୁଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ ଚଢାଉ ବେଳେ ଜାଣିବାକୁ ପାଇଛି ଯେ ଏଥିରେ ବିଶିଷ୍ଟ ଅଭିନେତାଙ୍କ ପୁଅ ବି ସାମିଲ ଥିଲେ। ଏହି କ୍ରମରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ଆଠଙ୍କୁ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।ତାଙ୍କୁ ଅତିଥି ଭାବେ ଏହି ପାର୍ଟିେୀ ଯୋଗଦେବାକୁ ଡକାଯାଇଥିବା ସେ କହିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳୁଛି।

ସୂଚନା ଅନୁସାରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଆୟୋଜନ ହୋଇଥିଲା ଡ୍ରଗ୍ସ ପାର୍ଟି । ଆଉ କୌଣସି ସୂତ୍ରରୁ ଏନସିବିକୁ ଏହି ଖବର ମିଳିଥିଲା। ଏହା ପରେ ଏନସିବିର କିଛି ଅଫିସର ଯାତ୍ରୀ ବେଶରେ ଜାହାଜରେ ପ୍ରବେଶ କରିଥିଲେ। ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନକଡେଙ୍କ ନେତୃତ୍ୱରେ ଏହି ଅପରେସନ କରାଯାଇଥିଲା। ସାତ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା।

ଅଟକ ରଖିଥିବା ଲୋକଙ୍କୁ ନେଇ ବିଳମ୍ବିତ ରାତିରେ ଏନସିବି ଟିମ ମୁମ୍ବାଇରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ କିଙ୍ଗ ଖାନଙ୍କ ପୁଅ ଅଛନ୍ତି। ସମସ୍ତଙ୍କୁ ପଚରାଉଚରା କରାଯାଉଛି। ତେବେ ୨ ଯୁବକଙ୍କୁ ଏନସିବି କାର୍ଯ୍ୟାଳୟରୁ ଛାଡିଦିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.