ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

‘ମୋ ବାପାଙ୍କୁ ବନ୍ଧକ ରଖାଯାଇଛି’

0
  • ଲାଲୁ ଯାଦବଙ୍କ ଦୁଇ ପୁଅ ମଧ୍ୟରେ କଥା କଟାକଟି
  • ବାପାଙ୍କୁ ବନ୍ଧକ ରଖିବା ନେଇ ଅଭିଯୋଗ କରିଥିଲେ ତେଜ ପ୍ରତାପ
  • ପାଟନା ଫେରି ପାଲଟା ଜବାବ ଦେଲେ ତେଜସ୍ୱୀ

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଦୁଇ ପୁଅ ମୁହାଁମୁହିଁ । ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଏକ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀରେ ବନ୍ଦୀ କରି ରଖାଯାଇଛି ଏବଂ ତାଙ୍କୁ ପାଟନା ଆସିବାକୁ ଦିଆଯାଉନଥିବା ସେ ଅଭିଯୋଗ କହିଛନ୍ତି। ତେଜପ୍ରତାପ କାହାର ନାଁ ନନେଇ ଏପରି କହିଥିବା ବେଳେ ସାନ ଭାଇ ତେଜସ୍ୱୀ ଯାଦବ ଏହି ଅଭିଯୋଗର କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କ ବ୍ୟକ୍ତିତ୍ୱ ଏପରି ଯେ, ତାଙ୍କୁ କେହି ବନ୍ଧକ ରଖିପାରିବେନି ।

ତେଜସ୍ୱୀ ଯାଦବ କହିଛନ୍ତି, ଲାଲୁ ପ୍ରସାଦ ଯାଦବ ବହୁ ଦିନ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି। ରେଳ ମନ୍ତ୍ରୀ ରହିଛନ୍ତି । ତେଣୁ ଲାଲୁ ପ୍ରସାଦଙ୍କ ବ୍ୟକ୍ତିତ୍ୱ ସହ ଏହି ଅଭିଯୋଗ ମେଳ ଖାଉନାହିଁ। ତେଜ ପ୍ରତାପ ଯାଦବ କହିଛନ୍ତି ଯେ, ତାଙ୍କ ବାପା ବର୍ଷକ ତଳୁ ଜେଲରୁ ଆସି ଦିଲ୍ଲୀରେ ରହିଥିଲେ ବି ତାଙ୍କୁ ପାଟନା ଆସିବାକୁ ଛଡାଯାଉନି। ସେ ସିଧାସଳଖ କାହା ନାଁ ନନେଇ କହିଛନ୍ତି ଯେ, ଏଥିରେ ୪ରୁ ୫ ଜଣ ବ୍ୟକ୍ତି ସାମିଲ ଅଛନ୍ତି। ଯେଉଁମାନେ ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସ୍ୱପ୍ନ ଦେଖୁଛନ୍ତି ।

ଦିନକ ପୂର୍ବରୁ ତେଜପ୍ରତାପ ନିଜର ନୂଆ ସଂଗଠନ ‘ଛାତ୍ର ଜନଶକ୍ତି ପରିଷଦ’ ଗଢିଥିବା ବେଳେ ପରିବାରଠୁ ଏକ ପ୍ରକାର ଅଲଗା ହୋଇଯାଇଛନ୍ତି କହିଲେ ଚଳେ। ଗତ କିଛି ଦିନ ଧରି ଲାଲୁଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଦେଖାଦେଇଛି । ସୂଚନା ଅନୁସାରେ ଦଳ ଉପରେ ନିୟନ୍ତ୍ରଣ ପାଇଁ ଦୁଇ ଭାଇଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା କୁହାଯାଉଛି। ଗତ ବିଧାନସଭା ନିର୍ବାଚନ ପରେ ତେଜ ପ୍ରତାପ ଯାଦବ ଆରଜେଡି ପାଇଁ ମୁଣ୍ଡ
ବିନ୍ଧାର କାରଣ ପାଲଟିଛନ୍ତି । ତେଜ ପ୍ରତାପ ବିଭିନ୍ନ ସମୟରେ ନିଜ ଭାଇ ତେଜସ୍ୱୀଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳେ ।

Leave A Reply

Your email address will not be published.