ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

‘ମୋ ବାପାଙ୍କୁ ବନ୍ଧକ ରଖାଯାଇଛି’

0
  • ଲାଲୁ ଯାଦବଙ୍କ ଦୁଇ ପୁଅ ମଧ୍ୟରେ କଥା କଟାକଟି
  • ବାପାଙ୍କୁ ବନ୍ଧକ ରଖିବା ନେଇ ଅଭିଯୋଗ କରିଥିଲେ ତେଜ ପ୍ରତାପ
  • ପାଟନା ଫେରି ପାଲଟା ଜବାବ ଦେଲେ ତେଜସ୍ୱୀ

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଦୁଇ ପୁଅ ମୁହାଁମୁହିଁ । ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଏକ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀରେ ବନ୍ଦୀ କରି ରଖାଯାଇଛି ଏବଂ ତାଙ୍କୁ ପାଟନା ଆସିବାକୁ ଦିଆଯାଉନଥିବା ସେ ଅଭିଯୋଗ କହିଛନ୍ତି। ତେଜପ୍ରତାପ କାହାର ନାଁ ନନେଇ ଏପରି କହିଥିବା ବେଳେ ସାନ ଭାଇ ତେଜସ୍ୱୀ ଯାଦବ ଏହି ଅଭିଯୋଗର କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କ ବ୍ୟକ୍ତିତ୍ୱ ଏପରି ଯେ, ତାଙ୍କୁ କେହି ବନ୍ଧକ ରଖିପାରିବେନି ।

ତେଜସ୍ୱୀ ଯାଦବ କହିଛନ୍ତି, ଲାଲୁ ପ୍ରସାଦ ଯାଦବ ବହୁ ଦିନ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି। ରେଳ ମନ୍ତ୍ରୀ ରହିଛନ୍ତି । ତେଣୁ ଲାଲୁ ପ୍ରସାଦଙ୍କ ବ୍ୟକ୍ତିତ୍ୱ ସହ ଏହି ଅଭିଯୋଗ ମେଳ ଖାଉନାହିଁ। ତେଜ ପ୍ରତାପ ଯାଦବ କହିଛନ୍ତି ଯେ, ତାଙ୍କ ବାପା ବର୍ଷକ ତଳୁ ଜେଲରୁ ଆସି ଦିଲ୍ଲୀରେ ରହିଥିଲେ ବି ତାଙ୍କୁ ପାଟନା ଆସିବାକୁ ଛଡାଯାଉନି। ସେ ସିଧାସଳଖ କାହା ନାଁ ନନେଇ କହିଛନ୍ତି ଯେ, ଏଥିରେ ୪ରୁ ୫ ଜଣ ବ୍ୟକ୍ତି ସାମିଲ ଅଛନ୍ତି। ଯେଉଁମାନେ ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସ୍ୱପ୍ନ ଦେଖୁଛନ୍ତି ।

ଦିନକ ପୂର୍ବରୁ ତେଜପ୍ରତାପ ନିଜର ନୂଆ ସଂଗଠନ ‘ଛାତ୍ର ଜନଶକ୍ତି ପରିଷଦ’ ଗଢିଥିବା ବେଳେ ପରିବାରଠୁ ଏକ ପ୍ରକାର ଅଲଗା ହୋଇଯାଇଛନ୍ତି କହିଲେ ଚଳେ। ଗତ କିଛି ଦିନ ଧରି ଲାଲୁଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଦେଖାଦେଇଛି । ସୂଚନା ଅନୁସାରେ ଦଳ ଉପରେ ନିୟନ୍ତ୍ରଣ ପାଇଁ ଦୁଇ ଭାଇଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା କୁହାଯାଉଛି। ଗତ ବିଧାନସଭା ନିର୍ବାଚନ ପରେ ତେଜ ପ୍ରତାପ ଯାଦବ ଆରଜେଡି ପାଇଁ ମୁଣ୍ଡ
ବିନ୍ଧାର କାରଣ ପାଲଟିଛନ୍ତି । ତେଜ ପ୍ରତାପ ବିଭିନ୍ନ ସମୟରେ ନିଜ ଭାଇ ତେଜସ୍ୱୀଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳେ ।

Leave A Reply

Your email address will not be published.