ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

ଜୋତାରୁ ଚରସ ବାହାର କରିଥିଲେ ଆର୍ୟନଙ୍କ ବନ୍ଧୁ

0

ମୁମ୍ବାଇ: ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅନୁସାରେ ଆର୍ୟନ ଖାନ ଏନସିବି ଅଫିସରଙ୍କ ସାମନାରେ ସ୍ୱୀକାର କରିଛନ୍ତି ଯେ ସେ ଚରସ ଖାଆନ୍ତି। ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ ନିଜ ଜୋତାରେ ୬ ଗ୍ରାମ ଚରସ ଲୁଚାଇକି କ୍ରୁଜକୁ ନେଇଥିଲେ। ଏହା ସେ ସ୍ୱୀକାର କରିଥିବା ଏନସିବିର ପଞ୍ଚନାମାରେ ଉଲ୍ଳେଖ ରହିଛି।

ଅକ୍ଟୋବର ୨ ରାତିରେ ମୁମ୍ବାଇ ସମୁଦ୍ରରେ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଏନସିବି ଛାପା ମାରିଥିଲା। ରେଭ ପାର୍ଟି ରେଡରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କ୍ରୁଜରେ ଏନସିବି ଅଧିକାରୀ ଅରବାଜଙ୍କୁ ଡ୍ରଗ୍ସ ରଖିଥିବା ନେଇ ପଚାରିଥିଲେ। ଏହା ପରେ ସେ ନିଜ ଜୋତାରେ ଡ୍ରଗ୍ସ ଲୁଚାଇକି ରଖିଥିବା କହିଥିଲେ। ଏନସିବି ଅଧିକାରୀ ପ୍ରଶ୍ନ କରିବା ମାତ୍ରେ ଅରବାଜ ମର୍ଚ୍ଚାଣ୍ଟ ଜୋତାର ଚେନ ଖୋଲି ଏକ ପ୍ୟାକେଟ ଦେଇଥିଲେ। ଯେଉଁଥିରେ ଚରସ ଥିଲା। ଏଥିରେ ସିଏ ନମ୍ବର ୩ ଲେଖାଯାଇଥିଲା।

ଅରବାଜ ସ୍ୱୀକାର କରିଛନ୍ତି ଯେ, ସେ ଆର୍ୟନ ଖାନଙ୍କ ସହ ଡ୍ରଗ୍ସ ସେବନ କରନ୍ତି। ଏବଂ ଆର୍ୟନ ଖାନଙ୍କୁ ବି ଏନସିବି ଅଧିକାରୀ ପଚାରିବା ପରେ ସେ ଚରସ ଖାଇବା କଥା ମାନିଛନ୍ତି। ଏହି ଚରସ କ୍ରୁଜକୁ ଧୂମପାନ ପାଇଁ ନିଆଯାଇଥିବା କହିଛନ୍ତି। କର୍ଡେଲିଆ କ୍ରୁଜରେ ଚଢାଉ ଓ ଯାଂଚ ବେଳେ ଏନସିବି ଟିମ ଏହି ପଞ୍ଚନାମା କରିଥିଲା ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ ବି।

ପଞ୍ଚନାମା ହେଉଛି ଏକ ପ୍ରକ୍ରିୟା, ଯାହା ମାଧ୍ୟମରେ ଅନୁସନ୍ଧାନକାରୀ ସଂସ୍ଥା ପ୍ରାଥମିକ ରେକର୍ଡ ଓ ପ୍ରମାଣ ସଂଗ୍ରହ କରିଥାଏ।

ଜାମିନ ଖାରଜ ପରେ ଆର୍ୟନଙ୍କ ସହ ୮ ଅଭିଯୁକ୍ତଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି। ୩ ତାରିଖରେ ଏନସିବି ତାଙ୍କୁ ହେପାଜତକୁ ନେବା ପରେ ଜେରା କରିଥିଲା। ଏହା ପରେ ତାଙ୍କ ଚାର୍ଟରୁ ଡ୍ରଗ୍ସ ଲିଙ୍କ ନେଇ କିଛି ତଥ୍ୟ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୮ ତାରିଖ ଜାମିନ ଆବେଦନ ଖାରଜ ପରେ ଏବେ ଆର୍ୟନଙ୍କ ନୂଆ ଠିକଣା ପାଲଟିଛି ଆର୍ଥର ରୋଡ଼ ଜେଲ। ଜାମିନରେ ଗଲେ ଆର୍ୟନ କାଳେ ଦେଶ ଛାଡି ଚାଲିଯିବେ କିମ୍ବା
ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରିବେ। ତେଣୁ ତାଙ୍କ ଜାମିନ ଆଇନ ସମ୍ମତ ନୁହେଁ ବୋଲି କୋର୍ଟରେ ଯୁକ୍ତି ଦର୍ଶାଇଥିଲା ଏନସିବି।

Leave A Reply

Your email address will not be published.