ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜୋତାରୁ ଚରସ ବାହାର କରିଥିଲେ ଆର୍ୟନଙ୍କ ବନ୍ଧୁ

0

ମୁମ୍ବାଇ: ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅନୁସାରେ ଆର୍ୟନ ଖାନ ଏନସିବି ଅଫିସରଙ୍କ ସାମନାରେ ସ୍ୱୀକାର କରିଛନ୍ତି ଯେ ସେ ଚରସ ଖାଆନ୍ତି। ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ ନିଜ ଜୋତାରେ ୬ ଗ୍ରାମ ଚରସ ଲୁଚାଇକି କ୍ରୁଜକୁ ନେଇଥିଲେ। ଏହା ସେ ସ୍ୱୀକାର କରିଥିବା ଏନସିବିର ପଞ୍ଚନାମାରେ ଉଲ୍ଳେଖ ରହିଛି।

ଅକ୍ଟୋବର ୨ ରାତିରେ ମୁମ୍ବାଇ ସମୁଦ୍ରରେ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଏନସିବି ଛାପା ମାରିଥିଲା। ରେଭ ପାର୍ଟି ରେଡରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କ୍ରୁଜରେ ଏନସିବି ଅଧିକାରୀ ଅରବାଜଙ୍କୁ ଡ୍ରଗ୍ସ ରଖିଥିବା ନେଇ ପଚାରିଥିଲେ। ଏହା ପରେ ସେ ନିଜ ଜୋତାରେ ଡ୍ରଗ୍ସ ଲୁଚାଇକି ରଖିଥିବା କହିଥିଲେ। ଏନସିବି ଅଧିକାରୀ ପ୍ରଶ୍ନ କରିବା ମାତ୍ରେ ଅରବାଜ ମର୍ଚ୍ଚାଣ୍ଟ ଜୋତାର ଚେନ ଖୋଲି ଏକ ପ୍ୟାକେଟ ଦେଇଥିଲେ। ଯେଉଁଥିରେ ଚରସ ଥିଲା। ଏଥିରେ ସିଏ ନମ୍ବର ୩ ଲେଖାଯାଇଥିଲା।

ଅରବାଜ ସ୍ୱୀକାର କରିଛନ୍ତି ଯେ, ସେ ଆର୍ୟନ ଖାନଙ୍କ ସହ ଡ୍ରଗ୍ସ ସେବନ କରନ୍ତି। ଏବଂ ଆର୍ୟନ ଖାନଙ୍କୁ ବି ଏନସିବି ଅଧିକାରୀ ପଚାରିବା ପରେ ସେ ଚରସ ଖାଇବା କଥା ମାନିଛନ୍ତି। ଏହି ଚରସ କ୍ରୁଜକୁ ଧୂମପାନ ପାଇଁ ନିଆଯାଇଥିବା କହିଛନ୍ତି। କର୍ଡେଲିଆ କ୍ରୁଜରେ ଚଢାଉ ଓ ଯାଂଚ ବେଳେ ଏନସିବି ଟିମ ଏହି ପଞ୍ଚନାମା କରିଥିଲା ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ ବି।

ପଞ୍ଚନାମା ହେଉଛି ଏକ ପ୍ରକ୍ରିୟା, ଯାହା ମାଧ୍ୟମରେ ଅନୁସନ୍ଧାନକାରୀ ସଂସ୍ଥା ପ୍ରାଥମିକ ରେକର୍ଡ ଓ ପ୍ରମାଣ ସଂଗ୍ରହ କରିଥାଏ।

ଜାମିନ ଖାରଜ ପରେ ଆର୍ୟନଙ୍କ ସହ ୮ ଅଭିଯୁକ୍ତଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି। ୩ ତାରିଖରେ ଏନସିବି ତାଙ୍କୁ ହେପାଜତକୁ ନେବା ପରେ ଜେରା କରିଥିଲା। ଏହା ପରେ ତାଙ୍କ ଚାର୍ଟରୁ ଡ୍ରଗ୍ସ ଲିଙ୍କ ନେଇ କିଛି ତଥ୍ୟ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୮ ତାରିଖ ଜାମିନ ଆବେଦନ ଖାରଜ ପରେ ଏବେ ଆର୍ୟନଙ୍କ ନୂଆ ଠିକଣା ପାଲଟିଛି ଆର୍ଥର ରୋଡ଼ ଜେଲ। ଜାମିନରେ ଗଲେ ଆର୍ୟନ କାଳେ ଦେଶ ଛାଡି ଚାଲିଯିବେ କିମ୍ବା
ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରିବେ। ତେଣୁ ତାଙ୍କ ଜାମିନ ଆଇନ ସମ୍ମତ ନୁହେଁ ବୋଲି କୋର୍ଟରେ ଯୁକ୍ତି ଦର୍ଶାଇଥିଲା ଏନସିବି।

Leave A Reply

Your email address will not be published.