ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଫିଲ୍ମ ପ୍ରଡ୍ୟୁସରଙ୍କ ଘରେ ବି ଏନସିବିର ଛାପା

0

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଏନସିବି (ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଖୋଳତାଡ଼ ଜାରି ରଖିଛି। ଏଥିରେ ଆଉ କେଉଁମାନଙ୍କର ଲିଙ୍କ ରହିଛି ସେ ନେଇ ଛାନଭିନ କରୁଛି। ଡ୍ରଗ୍ସ ମାମଲାରେ ବଲିଉଡ ଲିଙ୍କର ମଧ୍ୟ ଖୋଳତାଡ଼ କରୁଛି ଏନସିବି । ମୁମ୍ବାଇ ବାନ୍ଦ୍ରା ଅଂଚଳରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖାତ୍ରିଙ୍କ ବାସଭବନ ଓ ଅଫିସରେ ଏନସିବି ଚଢାଉ କରିଛି। ସୁଶାନ୍ତ ଡ୍ରଗ୍ସ କେସ ମାମଲାରେ ମଧ୍ୟ ଇମତିଆଜଙ୍କ ନାଁ ଆସିଥିଲାଷ

ଡ୍ରଗ୍ସ ଲିଙ୍କରେ ଏନସିବି ଏଯାଏ ୧୮ ଜଣଙ୍କୁ ଗିରଫ କରିସାରିଛି। ଏହି ରେଭ୍ ପାର୍ଟିରେ ୧୮୦୦ ଜଣ ସାମିଲ ଥିବା ବେଳେ ବଲିଉଡ଼ର କିଛି ଜଣ ଏଥିରେ ସପୃକ୍ତ ଥିବା ସନ୍ଦେହ କରାଯାଉଛି। ଓଡିଶାରେ ମଧ୍ୟ କିଛି ଲୋକ ଏହି ଡ୍ରଗ୍ସ ପାର୍ଟିରେ ସାମିଲ ଥିଲେ। ରାଉରକେଲାର ୨ ଯୁବକଙ୍କୁ ଏନସିବି ଗିରଫ କରିଛି। ଗିରଫ ମନୀଷ ରାଜଗରିଆଙ୍କ ସହ ୩୭ ଜଣ ଓଡିଶାରୁ କ୍ରୁଜ ଦେଖିବାକୁ ଯାଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ମନୀଷଙ୍କ ଘନିଷ୍ଠ ସାଙ୍ଗ ଥିଲେ। ସେହିପରି ଅନ୍ତର୍ଜାତୀୟ ଡ୍ରଗ୍ସ ଡିଲରଙ୍କ ସହ ମଧ୍ୟ ଆର୍ୟନ ଚାଟ କରିଥିବା ଜଣାପଡିଥିଲା। ୨ ଜଣ ବିଦେଶୀଙ୍କୁ ଏହି ମାମଲାରେ ଗିରଫ କରିଛି ଏନସିବି।

କ୍ରୁଜ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅଙ୍କ ଜାମିନ ଖାରଜ ପରେ ତାଙ୍କୁ ଆର୍ଥର ରୋଡ ଜେଲ ପଠାଇ ଦିଆଯାଇଛି। ଆର୍ୟନଙ୍କ ସହ ଗିରଫ ୮ ଜଣ ସେହି ଜେଲରେ ଅଛନ୍ତି। ଏବେ ଆର୍ୟନଙ୍କ ଓକିଲ ସେସନ କୋର୍ଟରେ ତାଙ୍କର ଜାମିନ ଆବେଦନ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିବା ଆର୍ୟନ ଏବେ ଜେଲରେ ଦିନ କାଟୁଛନ୍ତି। ଆର୍ଥର ଜେଲର ୧ ନମ୍ବର ବାରାକରେ ରହୁଛନ୍ତି ସେ। ପ୍ରଥମ ୫ ଦିନ
ଆଇସୋଲେସନ ୱାର୍ଡରେ ରହିବେ। ଦୁଇଟି ଟିକା ନେଇସାରିଥିବାରୁ କେବଳ ୫ଦିନ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯିବ। ତେବେ ଆର୍ୟନ ସମେତ ୮
ଅଭିଯୁକ୍ତଙ୍କ କରୋନା ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଛି। ୫ ଦିନ ପରେ ତାଙ୍କୁ ସାଧାରଣ ୱାର୍ଡକୁ ପଠାଯିବ। ଜେଲର ଅନ୍ୟ କଏଦୀଙ୍କ ପରି ସେ
ଖାଦ୍ୟ ଖାଇବେ। ଆର୍ୟନଙ୍କୁ ଅନ୍ୟ କଏଦୀଙ୍କ ପରି ୟୁନିଫର୍ମ ପିନ୍ଧିବାକୁ ପଡିବନି କିନ୍ତୁ ଅନ୍ୟ କଏଦୀଙ୍କ ପରି ଚଳିବାକୁ ପଡିବ।

ଅକ୍ଟୋବର ୫ରେ ଆର୍ୟନଙ୍କୁ ଗିରଫ କରିଥିଲା ଏନସିବି। ତାଙ୍କ ହ୍ୱାଟସ ଆପ ଚାଟରୁ ଏନସିବି ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ଡ୍ରଗ୍ସ ପ୍ୟାଡେଲରଙ୍କ
ସହ ସେ ଯୋଗଯୋଗରେ ରହୁଥିବା ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି।

Leave A Reply

Your email address will not be published.