ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଫେରାର ପୁଲିସ କର୍ମୀଙ୍କୁ ଧରିବାକୁ ପୁରସ୍କାର ଘୋଷଣା

0

କାନପୁର: ଫେରାର ପୁଲିସ କର୍ମୀଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା। କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କୁ ହତ୍ୟା ମାମଲାରେ ଫେରାର ଅଛନ୍ତି ପୁଲିସ କର୍ମୀ। ଫେରାର ଥିବା ୬ ପୁଲିସ କର୍ମୀଙ୍କୁ ଧରିବା ପାଇଁ ୨୫ ହଜାର ଲେଖାଁଏ ପୁରସ୍କାର ଘୋଷଣା ହୋଇଛି । ଏମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଜଗତ ନାରାୟଣଙ୍କର ମଧ୍ୟ ନାମ ରହିଛି।

କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କୁ ଗୋରଖପୁରରେ ପୁଲିସ ପିଟି ପିଟି ହତ୍ୟା କରିଥିବା ହତ୍ୟା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗୋରଖପୁରର ୬ ପୁଲିସ କର୍ମୀଙ୍କ ଉପରେ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ପରେ ସବୁ ଅଭିଯୁକ୍ତ ପୁଲିସ କର୍ମୀ ଫେରାର ଅଛନ୍ତି। ମାମଲାର ଯାଞ୍ଚ କରୁଥିବା ଡିସିପି ଇନ୍ସପେକ୍ଟର ଜଗତ ନାରାୟଣଙ୍କ ସମେତ ଫେରାର ଥିବା ସମସ୍ତ ପୁଲିସ କର୍ମୀଙ୍କୁ ଧରିବା ପାଇଁ ତାଙ୍କ ଉପରେ ପୁରସ୍କାର ଘୋଷଣା କରିଛନ୍ତି।

କିଛି ଦିନ ଦଳେ ମନୀଷ ଗୁପ୍ତା ନିଜ ସାଂଗ ମାନଙ୍କ ସହ ଗୋରଖପୁରର ଏକ ହୋଟେଲରେ ରହିଥିଲେ। ସେହି ସମୟରେ ଯାଞ୍ଚ କରିବା ନାଁରେ କିଛି ପୁଲିସ
କର୍ମୀ ହୋଟେଲ ରୁମକୁ ପଶିଥିଲେ ଏବଂ ମାରପିଟ କରୁଥିଲେ; ଯାହା ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା। ଏହା ପରେ ମନୀଷଙ୍କ ମୃତ୍ୟୁ ହୋଇଥିଲା। ମନୀଷଙ୍କ ପତ୍ନୀ ମଧ୍ୟ ତାଙ୍କୁ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହି ମାମଲାରେ ଗୋରଖପୁର ପୁଲିସ ୬ ପୁଲିସକର୍ମୀଙ୍କୁ ସସପେଣ୍ଡ କରିସାରିଛି।

ହତ୍ୟାକାଣ୍ଡକୁ ଗୋଟିଏ ସପ୍ତାହରୁ ଅଧିକ ସମୟ ବିତିଯାଇଛି। ଏସଆଇଟି ମାମଲାର ଯାଞ୍ଚ କରୁଥିବା ବେଳେ ଏଯାଏ କିନ୍ତୁ କାହାକୁ ଗିରଫ କରାଯାଇନାହିଁ । ତେବେ ଏସଆଇଟି ଦାବି କରିଛି ଯେ, ଛାନଭିନ ପରେ କିଛି ଏମିତି ପ୍ରମାଣ ହାତରେ ଲାଗିଛି, ଯାହା ଖୁବ ଶୀଘ୍ର ମନୀଷ ହତ୍ୟାକାଣ୍ଡ ମାମଲାର ଖୁଲାସା କରିବ। ।

Leave A Reply

Your email address will not be published.