ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଫେରାର ପୁଲିସ କର୍ମୀଙ୍କୁ ଧରିବାକୁ ପୁରସ୍କାର ଘୋଷଣା

0

କାନପୁର: ଫେରାର ପୁଲିସ କର୍ମୀଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା। କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କୁ ହତ୍ୟା ମାମଲାରେ ଫେରାର ଅଛନ୍ତି ପୁଲିସ କର୍ମୀ। ଫେରାର ଥିବା ୬ ପୁଲିସ କର୍ମୀଙ୍କୁ ଧରିବା ପାଇଁ ୨୫ ହଜାର ଲେଖାଁଏ ପୁରସ୍କାର ଘୋଷଣା ହୋଇଛି । ଏମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଜଗତ ନାରାୟଣଙ୍କର ମଧ୍ୟ ନାମ ରହିଛି।

କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କୁ ଗୋରଖପୁରରେ ପୁଲିସ ପିଟି ପିଟି ହତ୍ୟା କରିଥିବା ହତ୍ୟା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗୋରଖପୁରର ୬ ପୁଲିସ କର୍ମୀଙ୍କ ଉପରେ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ପରେ ସବୁ ଅଭିଯୁକ୍ତ ପୁଲିସ କର୍ମୀ ଫେରାର ଅଛନ୍ତି। ମାମଲାର ଯାଞ୍ଚ କରୁଥିବା ଡିସିପି ଇନ୍ସପେକ୍ଟର ଜଗତ ନାରାୟଣଙ୍କ ସମେତ ଫେରାର ଥିବା ସମସ୍ତ ପୁଲିସ କର୍ମୀଙ୍କୁ ଧରିବା ପାଇଁ ତାଙ୍କ ଉପରେ ପୁରସ୍କାର ଘୋଷଣା କରିଛନ୍ତି।

କିଛି ଦିନ ଦଳେ ମନୀଷ ଗୁପ୍ତା ନିଜ ସାଂଗ ମାନଙ୍କ ସହ ଗୋରଖପୁରର ଏକ ହୋଟେଲରେ ରହିଥିଲେ। ସେହି ସମୟରେ ଯାଞ୍ଚ କରିବା ନାଁରେ କିଛି ପୁଲିସ
କର୍ମୀ ହୋଟେଲ ରୁମକୁ ପଶିଥିଲେ ଏବଂ ମାରପିଟ କରୁଥିଲେ; ଯାହା ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା। ଏହା ପରେ ମନୀଷଙ୍କ ମୃତ୍ୟୁ ହୋଇଥିଲା। ମନୀଷଙ୍କ ପତ୍ନୀ ମଧ୍ୟ ତାଙ୍କୁ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହି ମାମଲାରେ ଗୋରଖପୁର ପୁଲିସ ୬ ପୁଲିସକର୍ମୀଙ୍କୁ ସସପେଣ୍ଡ କରିସାରିଛି।

ହତ୍ୟାକାଣ୍ଡକୁ ଗୋଟିଏ ସପ୍ତାହରୁ ଅଧିକ ସମୟ ବିତିଯାଇଛି। ଏସଆଇଟି ମାମଲାର ଯାଞ୍ଚ କରୁଥିବା ବେଳେ ଏଯାଏ କିନ୍ତୁ କାହାକୁ ଗିରଫ କରାଯାଇନାହିଁ । ତେବେ ଏସଆଇଟି ଦାବି କରିଛି ଯେ, ଛାନଭିନ ପରେ କିଛି ଏମିତି ପ୍ରମାଣ ହାତରେ ଲାଗିଛି, ଯାହା ଖୁବ ଶୀଘ୍ର ମନୀଷ ହତ୍ୟାକାଣ୍ଡ ମାମଲାର ଖୁଲାସା କରିବ। ।

Leave A Reply

Your email address will not be published.