ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ୟୁଜିସି ତାଲିକାରେ ସାମିଲ ହେଲା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ

0

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୩ – କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଂଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି ବୋଲି ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍‌) ଅନୁଯାୟୀ ୟୁନିଭରସିଟି ଗ୍ରାଂଟ୍ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ୟୁଜିସି ଅଧିନିୟମ୧୯୫୬, ଧାରା ୧୨(ବି) ଅନୁସାରେ ଏହି ବିଶ୍ୱବିଦ୍ୟାଳୟ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ।

ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବ ଏବଂ ରାଜ୍ୟରେ ଆଇନ ଶିକ୍ଷାର ମାନ ବଢ଼ାଇବ ବୋଲି ଆଶା କରୁଛି । ଜାତୀୟ ଶିକ୍ଷା ନୀତି ଅନୁସାରେ କେନ୍ଦ୍ର ସରକାର ଉଚ୍ଚ ଶିକ୍ଷା ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.