ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ନଭେମ୍ବର ୨ରୁ ରାଜସ୍ଥାନ ଜୟପୁରକୁ ସିଧା ବିମାନ ଉଡ଼ିବ

0

ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ
ସେପ୍ଟେମ୍ବର ୧୭ରେ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ, ଇଣ୍ଡିଗୋ ଦେବ ବିମାନ ସେବା
ସପ୍ତାହରେ ୩ ଥର ବିମାନ ଚଳାଚଳ କରିବ ବୋଲି ସହମତି ହୋଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨ ତାରିଖରୁ ମନ୍ଦିରମାଳିନୀ ଭୁବନେଶ୍ୱରରୁ ରାଜସ୍ଥାନର ଗୋଲାପି ସହର ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ। ଗତ ସେପ୍ଟେମ୍ବର ୧୭ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ ।

ଶ୍ରୀ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ ବିମାନ ସଂସ୍ଥା ‘ଇଣ୍ଡିଗୋ’ ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସପ୍ତାହରେ ୩ ଥର ଏହି ବିମାନ ଚଳାଚଳ କରିବ। ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ଗୋଲାପି ସହର ଜୟପୁର ମଧ୍ୟରେ ବିମାନ ସେବାର ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବଛ। ଏହାସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜବୁତ୍ କରିବାରେ ସହାୟକ ହେବ ବୋଲି ଶ୍ରୀ ସିନ୍ଧିଆ ପତ୍ରରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ରା ଫାଉଣ୍ଡେସନର ଜାତୀୟ ଆବାହକ ଜନୈକ ଓ.ପି ମିଶ୍ରଙ୍କ ପତ୍ର ଆଧାରରେ ଗତ ସେପ୍ଟେମ୍ବର ୧୭ରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ସିଧାସଳଖ ଜୟପୁରକୁ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ। ଉଭୟ ରାଜ୍ୟରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ଥିବା ବେଳେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ସ୍ୱାର୍ଥ ଦୃଷ୍ଟିରେ ପଦକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ। ଏହି ଅନୁମତି ପ୍ରଦାନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.