ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ଦ୍ରାବିଡ୍ ବନିବେ ଟିମ ଇଣ୍ଡିଆ କୋଚ୍‌!

0

ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ । ଟି -ଟ୍ୱେଣ୍ଟି ବିଶ୍ୱକପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ଶାସ୍ତ୍ରୀଙ୍କ ଯାଗାରେ ଦ୍ରାବିଙ୍କୁ ପରବର୍ତ୍ତି କୋଚ କରାଯିବା ନେଇ ସହମତି ପ୍ରକାଶ ପାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଭାରତୀୟ କ୍ରିକେଟ ଦଳର ପରବର୍ତ୍ତି ମୁଖ୍ୟ କୋଚ୍ ପାଇଁ ଦ୍ରାବିଡ ହିଁ ପ୍ରଥମ ପସନ୍ଦ । ଗତକାଲି ଦୁବାଇରେ ବିସିସିଆଇର ବୈଠକ ବସିଥିଲା । ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ତାଙ୍କ ସହ ଏନେଇ ଆଲୋଚନା କରିଥିଲେ । ଦ୍ରାବିଡ ମଧ୍ୟ କୋଚ ପାଇଁ ଆଗ୍ରହୀ ଥିବା ପରୋକ୍ଷରେ ସୂଚିତ କରିଥିଲେ ଜୟ ଶାହା ଓ ଗାଙ୍ଗୁଲି । ତେବେ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ହେବ ।

ଭାରତୀୟ ଦଳର ମୁଖ୍ୟ କୋଚ ପାଇଁ ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ତଥା ସନ ରାଇଜର୍ସ ହାଇଦ୍ରାବାଦର କୋଚ ଥିବା ଟମ୍ ମୁଡି ମଧ୍ୟ ଆଗ୍ରହୀ ଅଛନ୍ତି । ରାହୁଲ ଦ୍ରାବିଡ କୋଚ ହେବା ଏକ ପ୍ରକାର ନିଶ୍ଚିତ କିନ୍ତୁ ବିସିସିଆଇ ପକ୍ଷରୁ ତାଙ୍କ ନାଁ ଏଯାଏଁ ଘୋଷଣା କରାଯାଇନାହିଁ । ଦ୍ରାବିଡ଼ କୋଚ ହେଲେ ଦଳ ଅନେକ କିଛି ଜାଣିବ ଓ ଶିଖିପାରିବ । ଅନେକ ଯୁବ ତାରକାଙ୍କ ପାଇଁ ଦ୍ରାବିଡ ପଥ ପ୍ରଦର୍ଶକ ସାଜିଛନ୍ତି । ସେ ପୃଥ୍ୱୀ ଶ ହୁଅନ୍ତୁ କି ରବି ବିଶୋଇ ସମସ୍ତେ ଆଜି ଆଇପିଏଲରେ
ଧମାକା କରୁଥିବା ବେଳେ ଏହା କେବେଳ ଦ୍ରାବିଡ ଦିଗଦର୍ଶନ ପାଇଁ ହିଁ ସମ୍ଭବ । ପୂର୍ବରୁ ମଧ୍ୟ ଦ୍ରାବିଡ ୧୯ ବର୍ଷରୁ କମ ବିଶ୍ୱକପରେ ଦଳର କୋଚ ଥିଲେ , ଯାହା
ଦ୍ୱାରା ଟିମ ଇଣ୍ଡିଆ ଚାମ୍ପିଅନ ହୋଇଥିଲା । ଇଣ୍ଡିଆ ଏ ଦଳରେ ମଧ୍ୟ ଦ୍ରାବିଡ କୋଚ ରହିସାରିଛନ୍ତି । ଏବଂ ଭାରତ –ଶ୍ରୀଲଙ୍କା ଗସ୍ତ ସମୟରେ ଦ୍ରାବିଡ ମଧ୍ୟ
କୋଚ ଥିଲେ । କହିପାରିବେ ଯେ ଆଉ ଅଳ୍ପ ଦିନରେ ଅପେକ୍ଷା ପରେ ଟିମ ଇଣ୍ଡିଆକୁ ଆସୁଛନ୍ତି ଦ ୱାଲ ।

Leave A Reply

Your email address will not be published.