ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଦ୍ରାବିଡ୍ ବନିବେ ଟିମ ଇଣ୍ଡିଆ କୋଚ୍‌!

0

ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ । ଟି -ଟ୍ୱେଣ୍ଟି ବିଶ୍ୱକପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ଶାସ୍ତ୍ରୀଙ୍କ ଯାଗାରେ ଦ୍ରାବିଙ୍କୁ ପରବର୍ତ୍ତି କୋଚ କରାଯିବା ନେଇ ସହମତି ପ୍ରକାଶ ପାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଭାରତୀୟ କ୍ରିକେଟ ଦଳର ପରବର୍ତ୍ତି ମୁଖ୍ୟ କୋଚ୍ ପାଇଁ ଦ୍ରାବିଡ ହିଁ ପ୍ରଥମ ପସନ୍ଦ । ଗତକାଲି ଦୁବାଇରେ ବିସିସିଆଇର ବୈଠକ ବସିଥିଲା । ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ତାଙ୍କ ସହ ଏନେଇ ଆଲୋଚନା କରିଥିଲେ । ଦ୍ରାବିଡ ମଧ୍ୟ କୋଚ ପାଇଁ ଆଗ୍ରହୀ ଥିବା ପରୋକ୍ଷରେ ସୂଚିତ କରିଥିଲେ ଜୟ ଶାହା ଓ ଗାଙ୍ଗୁଲି । ତେବେ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ହେବ ।

ଭାରତୀୟ ଦଳର ମୁଖ୍ୟ କୋଚ ପାଇଁ ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ତଥା ସନ ରାଇଜର୍ସ ହାଇଦ୍ରାବାଦର କୋଚ ଥିବା ଟମ୍ ମୁଡି ମଧ୍ୟ ଆଗ୍ରହୀ ଅଛନ୍ତି । ରାହୁଲ ଦ୍ରାବିଡ କୋଚ ହେବା ଏକ ପ୍ରକାର ନିଶ୍ଚିତ କିନ୍ତୁ ବିସିସିଆଇ ପକ୍ଷରୁ ତାଙ୍କ ନାଁ ଏଯାଏଁ ଘୋଷଣା କରାଯାଇନାହିଁ । ଦ୍ରାବିଡ଼ କୋଚ ହେଲେ ଦଳ ଅନେକ କିଛି ଜାଣିବ ଓ ଶିଖିପାରିବ । ଅନେକ ଯୁବ ତାରକାଙ୍କ ପାଇଁ ଦ୍ରାବିଡ ପଥ ପ୍ରଦର୍ଶକ ସାଜିଛନ୍ତି । ସେ ପୃଥ୍ୱୀ ଶ ହୁଅନ୍ତୁ କି ରବି ବିଶୋଇ ସମସ୍ତେ ଆଜି ଆଇପିଏଲରେ
ଧମାକା କରୁଥିବା ବେଳେ ଏହା କେବେଳ ଦ୍ରାବିଡ ଦିଗଦର୍ଶନ ପାଇଁ ହିଁ ସମ୍ଭବ । ପୂର୍ବରୁ ମଧ୍ୟ ଦ୍ରାବିଡ ୧୯ ବର୍ଷରୁ କମ ବିଶ୍ୱକପରେ ଦଳର କୋଚ ଥିଲେ , ଯାହା
ଦ୍ୱାରା ଟିମ ଇଣ୍ଡିଆ ଚାମ୍ପିଅନ ହୋଇଥିଲା । ଇଣ୍ଡିଆ ଏ ଦଳରେ ମଧ୍ୟ ଦ୍ରାବିଡ କୋଚ ରହିସାରିଛନ୍ତି । ଏବଂ ଭାରତ –ଶ୍ରୀଲଙ୍କା ଗସ୍ତ ସମୟରେ ଦ୍ରାବିଡ ମଧ୍ୟ
କୋଚ ଥିଲେ । କହିପାରିବେ ଯେ ଆଉ ଅଳ୍ପ ଦିନରେ ଅପେକ୍ଷା ପରେ ଟିମ ଇଣ୍ଡିଆକୁ ଆସୁଛନ୍ତି ଦ ୱାଲ ।

Leave A Reply

Your email address will not be published.