ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଶାହାଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନରେ ଚିହିଁକି ଉଠିଲା ପାକିସ୍ତାନ..

0

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଥିବା ବୟାନ ଉପରେ ଚିହିଁକି ଉଠିଲା ପାକିସ୍ତାନ। ଗୋଆରେ ଜାତୀୟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ଅମିତ ଶାହା କହିଥିଲେ ଯେ, ଭାରତୀୟ ସୀମାରେ ବିଶୃଙ୍ଖଳା କଲେ ଆଉ ବରଦାସ୍ତ କରାଯିବନାହିଁ। ଭବିଷ୍ୟତରେ ଦରକାର ପଡିଲେ ଭାରତ ପୁଣି ସର୍ଜିକାଲ ଷ୍ଟ୍ରାଇକ କରିବ।

ଅମିତ ଶାହାଙ୍କ ଏହି ବୟାନ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ସର୍ଜିକାଲ ଷ୍ଟ୍ରାଇକ ବିବୃତିକୁ ବିଭ୍ରାନ୍ତିକର ବୋଲି କହିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ ହେବା ନେଇ ଭାରତର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଧମକକୁ କଡା ଭାବେ ନିନ୍ଦା କରୁଛୁ। ଭାରତୀୟ ଗୃହମନ୍ତ୍ରୀଙ୍କ ବିବୃତି ବିଜେପି- ଆରଏସଏସରର ବିପଦପୂର୍ଣ୍ଣ ଧାରା ପ୍ରକାଶ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ଆଞ୍ଚଳିକ ଉତ୍ତେଜନା ସୃଷ୍ଟି କରିବା। ପାକିସ୍ତାନ ସହିତ ଶତ୍ରୁତା ନେଇ ଏହି ବୟାନ ସେମାନଙ୍କୁ ବିଚାରାଧାରା ସ୍ତରରେ ଏବଂ ରାଜନୈତିକ ସ୍ତରରେ ବହୁତ ଲାଭ ଦେଇଥାଏ।

ଏହି ବିବୃତିରେ ଆହୁରି ଲେଖାଯାଇଛି ଯେ, ଏପରି ବୟାନ ଭାରତରେ ବଢୁଥିବା ଆତଙ୍କବାଦ ଓ ଜମ୍ମୁ କାଶ୍ମୀରର ମାନବିକ ଅଧିକାର ଉଂଲଘନରୁ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଦୃଷ୍ଟି ହଟାଇବାକୁ କାମ କରେ। ଭାରତର ଏହି ବିପଦଜନକ ଯୋଜନା ପ୍ରତି ଆନ୍ତର୍ଜାତୀୟ ସମ୍ପ୍ରଦାୟର ଦୃଷ୍ଟି ଆକର୍ଷଣ କରିବାକୁ ପାକିସ୍ତାନ ସବୁବେଳେ ଚେଷ୍ଟା କରୁଛି। କାରଣ ଏହା ମାଧ୍ୟମରେ ପାକିସ୍ତାନ ଓ କାଶ୍ମୀରବାସୀଙ୍କୁ ଫସେଇବା ପାଇଁ ସବୁବେଳେ ପ୍ରୟାସ କରାଯାଏ।

ଏହା ମଧ୍ୟ କୁହାଯାଇଛି ଯେ, ୨୦୧୯ରେ ଭାରତର ବାଲାକୋଟ ଦୁଃସାହାସକୁ ନେଇ ପାକିସ୍ତାନ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏଥିରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ଭାରତର ଆକ୍ରମଣର ଜବାବ ଦେବାକୁ ପାକିସ୍ତାନର ସୈନ୍ୟବାହିନୀ ପ୍ରସ୍ତୁତ। ଏବଂ କୌଣସି ସାମର୍ଥ୍ୟର ଅଭାବ ବି ନାହିଁ।

ଶୁକ୍ରବାର ଅମିତ ଶାହା ଗୋଆ ଗସ୍ତରେ ଯାଇଥିଲେ। ଗୋଆରେ ସମ୍ବୋଧନ ସମୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ମନେ ପକାଇଥିଲେ ଶାହା। କହିଥିଲେ, ଜମ୍ମୁ କାଶ୍ମୀରର ପୁଞ୍ଝ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ପରେ ପ୍ରଥମ ଥର ସର୍ଜିକାଲ ଷ୍ଟ୍ରାଇକ କରିବାର ଶ୍ରେୟ ମନୋହର ପାରିକରଙ୍କୁ ଯାଉଛି। ଶାହା କହିଥିଲେ ଯେ , ପୂର୍ବରୁ କେବଳ କଥାବାର୍ତ୍ତାରେ କାର୍ଯ୍ୟାନୁଷ୍ଠାନ ସୀମିତ ଥିଲା। ଏବେ କଥାରେ ନୁହେଁ, କାମରେ ଜବାବ ଦେବାର ସମୟ ଆସିଛି।

ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ପୁରା ବିଶ୍ୱକୁ ଆମେ ଜଣାଇଦେଇଛୁ ଯେ, ଭାରତ ଆଉ ଆତଙ୍କୀଙ୍କ ଦୁଃସାହାସକୁ ବରଦାସ୍ତ କରିବନି । ୨୦୧୬ରେ ଆମ ଯବାନ ଶତ୍ରୁ ଘରେ ପଶି ଆକ୍ରମଣ କରିଥିଲେ, ଏବଂ ବଦଲା ନେଇଥିଲେ। ଆଗକୁ ମଧ୍ୟ ସମାନ ଘଟଣା ଘଟିବ ଘଟିବ ଯେଉଁ ଭାଷାରେ ଆତଙ୍କବାଦୀ ବୁଝିବେ ତାଙ୍କୁ ସେହି ଭାଷାରେ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ ଶାହା।

Leave A Reply

Your email address will not be published.