ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

୭ ପର୍ବତାରୋହୀଙ୍କ ମିଳିଲା ମୃତଦେହ

0

ଉତ୍ତରାଖଣ୍ଡରେ ଖରାପ ପାଗ ଓ ପ୍ରବଳ ତୁଷାରପାତ ଯୋଗୁଁ ଅଘଟଣ ଘଟିଛି । ଉତ୍ତରାଖଣ୍ଡରୁ ହିମାଚଳ ଯାଏଁ ଟ୍ରେକିଂରେ ବାହାରିଥିବା ୧୧ ନିଖୋଜ ପର୍ବତାରୋହୀଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ୨ ଜଣ ଏବେ ବି ନିଖୋଜ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଅକ୍ଟୋବର ୧୧ରୁ ଉତ୍ତରାଖଣ୍ଡ ହର୍ଷିଲରୁ ହିମାଚଳ ଛିତକୁଲ ପାଇଁ ଟ୍ରେକିଂରେ ବାହାରିଥିଲେ । କିନ୍ତୁ ଖରାପ ପାଗ ଯୋଗୁଁ ଫସିଯାଇଥିଲେ ।

ନିଖୋଜ ପର୍ବତାରୋହୀଙ୍କ ମଧ୍ୟରେ ୭ ଜଣ ପଶ୍ଚିମବଙ୍ଗର, ଜଣେ ଦିଲ୍ଲୀର, ୩ ଜଣ ଉତ୍ତରାଖଣ୍ଡର ସ୍ଥାନୀୟ ନାଗରିକ ଥିଲେ । ଯେବେ ସେମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିନଥିଲେ, ଟ୍ରେକର ଏଜେନ୍ସି ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଖବର ଦେଇଥିଲେ । ବାୟୁସେନା ସହାୟତାରେ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।ଯେଉଁଥିରେ ଏଯାଏଁ ୨ ଜଣଙ୍କୁ ଉଦ୍ଧାର କରାଯାଇପାରିଛି । ୨ ନିଖୋଜ ଅଛନ୍ତି ଓ ୭ ଜଣଙ୍କ ମୃତଦେହ ମିଳିଛି । କୁହାଯାଉଛି , ଏହି ଟିମ ୧୭-୧୯ ଅକ୍ଟୋବର ମଧ୍ୟରେ ଲାମଖାଗ ନିକଟରୁ ନିଖୋଜ ହୋଇଯାଇଥିଲେ । ଲାମଖାଗ ଗିରିପଥ ହିମାଚଳ କିନୌର ଜିଲ୍ଲାକୁ ଉତ୍ତରାଖଣ୍ଡ ହର୍ଷିଲ ସହିତ ସଂଯୋଗ କରେ । ପର୍ବତାରୋହୀଙ୍କୁ ଖୋଜିବା ପାଇଁ ଆଇଟିବିପି ଓ ସ୍ଥାନୀୟ ପୁଲିସ ଅପରେସନ ଚଳାଇଛନ୍ତି ।

ଉଦ୍ଧାରକାରୀ ଦଳ ପର୍ବତାରାହୀଙ୍କ ମୃତଦେହ ବିଭିନ୍ନ ସ୍ଥାନରେ ବରଫରେ ଦବି ହୋଇ ରହିଯାଇଥିଲା । ଏହା ପରେ ଗୋଟିଏ ସ୍ଥାନକୁ ନେଇକି ମୃତଦେହକୁ ହେଲିକପ୍ଟରରେ ପଠାଯାଇଥିଲା । ଯେଉଁ ଦୁଇ ପର୍ବତାରାହୀଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ କେବେଳ ଜଣେ ଗୁରୁତର ଅଛନ୍ତି । ମୃତଦେହ ମିଳିଥିବା ପର୍ବତାରୋହୀ ହେଲେ, ବିକାଶ ମେକେଲ ,ସୌରଭ ଘୋଷ, ସୁଭିୟାନ ଦାସ, ଭଟ୍ଟାଚାର୍ୟଜୀ, ଅନିତା ରାୱତ, ତନ୍ମଥ । ମିଥୁନ ଦାରୀ ଓ ଗାଇଡ଼ ଦେବେନ୍ଦ୍ର ସିଂଙ୍କ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.