ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

୭ ପର୍ବତାରୋହୀଙ୍କ ମିଳିଲା ମୃତଦେହ

0

ଉତ୍ତରାଖଣ୍ଡରେ ଖରାପ ପାଗ ଓ ପ୍ରବଳ ତୁଷାରପାତ ଯୋଗୁଁ ଅଘଟଣ ଘଟିଛି । ଉତ୍ତରାଖଣ୍ଡରୁ ହିମାଚଳ ଯାଏଁ ଟ୍ରେକିଂରେ ବାହାରିଥିବା ୧୧ ନିଖୋଜ ପର୍ବତାରୋହୀଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ୨ ଜଣ ଏବେ ବି ନିଖୋଜ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଅକ୍ଟୋବର ୧୧ରୁ ଉତ୍ତରାଖଣ୍ଡ ହର୍ଷିଲରୁ ହିମାଚଳ ଛିତକୁଲ ପାଇଁ ଟ୍ରେକିଂରେ ବାହାରିଥିଲେ । କିନ୍ତୁ ଖରାପ ପାଗ ଯୋଗୁଁ ଫସିଯାଇଥିଲେ ।

ନିଖୋଜ ପର୍ବତାରୋହୀଙ୍କ ମଧ୍ୟରେ ୭ ଜଣ ପଶ୍ଚିମବଙ୍ଗର, ଜଣେ ଦିଲ୍ଲୀର, ୩ ଜଣ ଉତ୍ତରାଖଣ୍ଡର ସ୍ଥାନୀୟ ନାଗରିକ ଥିଲେ । ଯେବେ ସେମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିନଥିଲେ, ଟ୍ରେକର ଏଜେନ୍ସି ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଖବର ଦେଇଥିଲେ । ବାୟୁସେନା ସହାୟତାରେ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।ଯେଉଁଥିରେ ଏଯାଏଁ ୨ ଜଣଙ୍କୁ ଉଦ୍ଧାର କରାଯାଇପାରିଛି । ୨ ନିଖୋଜ ଅଛନ୍ତି ଓ ୭ ଜଣଙ୍କ ମୃତଦେହ ମିଳିଛି । କୁହାଯାଉଛି , ଏହି ଟିମ ୧୭-୧୯ ଅକ୍ଟୋବର ମଧ୍ୟରେ ଲାମଖାଗ ନିକଟରୁ ନିଖୋଜ ହୋଇଯାଇଥିଲେ । ଲାମଖାଗ ଗିରିପଥ ହିମାଚଳ କିନୌର ଜିଲ୍ଲାକୁ ଉତ୍ତରାଖଣ୍ଡ ହର୍ଷିଲ ସହିତ ସଂଯୋଗ କରେ । ପର୍ବତାରୋହୀଙ୍କୁ ଖୋଜିବା ପାଇଁ ଆଇଟିବିପି ଓ ସ୍ଥାନୀୟ ପୁଲିସ ଅପରେସନ ଚଳାଇଛନ୍ତି ।

ଉଦ୍ଧାରକାରୀ ଦଳ ପର୍ବତାରାହୀଙ୍କ ମୃତଦେହ ବିଭିନ୍ନ ସ୍ଥାନରେ ବରଫରେ ଦବି ହୋଇ ରହିଯାଇଥିଲା । ଏହା ପରେ ଗୋଟିଏ ସ୍ଥାନକୁ ନେଇକି ମୃତଦେହକୁ ହେଲିକପ୍ଟରରେ ପଠାଯାଇଥିଲା । ଯେଉଁ ଦୁଇ ପର୍ବତାରାହୀଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ କେବେଳ ଜଣେ ଗୁରୁତର ଅଛନ୍ତି । ମୃତଦେହ ମିଳିଥିବା ପର୍ବତାରୋହୀ ହେଲେ, ବିକାଶ ମେକେଲ ,ସୌରଭ ଘୋଷ, ସୁଭିୟାନ ଦାସ, ଭଟ୍ଟାଚାର୍ୟଜୀ, ଅନିତା ରାୱତ, ତନ୍ମଥ । ମିଥୁନ ଦାରୀ ଓ ଗାଇଡ଼ ଦେବେନ୍ଦ୍ର ସିଂଙ୍କ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.