ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଏହା ପ୍ରଡକ୍ସନ ହାଉସ ନୁହେଁ, ଏନସିବି ଅଫିସ

0
  • ଏନସିବି ଅଫିସରେ ୩ ଘଣ୍ଟ। ଡେରିରେ ପହଞ୍ଚିଥିଲେ ଅନନ୍ୟା
  • ଏନସିବି ଅଫିସର ସମୀର ୱାଙ୍ଖଡେ କଲେ ତାଗିଦ୍‌
  • ସୋମବାର ପୁଣି ଡ୍ରଗ୍ସ ମାମଲାରେ କରାଯିବ ଜେରା

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଛାନଭିନ ଜୋରଦାର ଚଳାଇଛି । ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି । ଆଉ ଏବେ ଏନସିବି ରାଡାରରେ ଅଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଶୁକ୍ରବାର ଅନନ୍ୟା ପାଣ୍ଡେଙ୍କୁ ଏହି ମାମଲାରେ ଦ୍ୱିତୀୟ ଥର ପାଇଁ ପଚରାଉଚରା କରାଯାଇଥିଲା । କିନ୍ତୁ ଏନସିବି ଅଫିସରେ ଠିକ ସମୟରେ ପହଞ୍ଚିଥିବା ବଦଳରେ ୩ ଘଣ୍ଟ। ଡେରିରେ ପହଞ୍ଚିଥିଲେ ଅନନ୍ୟା । ଅନନ୍ୟା ବିଳମ୍ବରେ ପହଞ୍ଚିଥିବା ଏନସିବିକୁ ପସନ୍ଦ ଆସିନଥିଲା।

ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଅନନ୍ୟା ଡେରିରେ ପହଞ୍ଚିଥିବାରୁ ତାଙ୍କୁ ତାଗିଦ କରିଥିଲେ । ସମୀର ୱାଙ୍ଖଡେ କହିଥିଲେ ଯେ, ଆପଣଙ୍କୁ ୧୧ଟାରେ ଡକାଯାଇଥିଲା । ଆଉ ଆପଣ ଏବେ ଆସୁଛନ୍ତି । ଅଧିକାରୀ ମାନେ ତୁମକୁ ଅପେକ୍ଷା କରି ବସିବେ ନାହିଁ । ଏହା ତୁମର ପ୍ରଡକ୍ସନ ହାଉସ ନୁହେଁ, କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାଳୟ ।ଯେତେବେଳେ ଡକାଯାଉଛି ସେତେବେଳେ ଆସି ଅଫିସରେ ପହଞ୍ଚି ଅନନ୍ୟାଙ୍କୁ ଦିନ ୧୧ଟାରେ ଡକାଯାଇଥିବା ବେଳେ ଦିନ ୨ଟାରେ ସେ ପହଞ୍ଚିଥିଲେ ।

ଅନନ୍ୟା ପାଣ୍ଡେଙ୍କୁ ଶୁକ୍ରବାର ଏନସିବି ୪ ଘଣ୍ଟ। ଧରି ଜେରା କରିଥିଲା । ଗୁରୁବାର ବି ଏହି ମାମଲାରେ ଏନସିବି ୨ ଘଣ୍ଟ। ଜେରା କରିଥିଲା । ସୋମବାର ପୁଣି ଅନନ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ଏନସିବି । ଦୁଇ ଦିନ ଅନନ୍ୟାଙ୍କ ସହ ତାଙ୍କ ବାପା ଚଙ୍କି ପାଣ୍ଡେ ଏନସିବି ଅଫିସରେ ପହଞ୍ଚିଥିଲେ ।

ଅନନ୍ୟା ପାଣ୍ଡେଙ୍କ ସହ ଜଡିତ ୩ଟି ଚାଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ୨୦୧୮ରୁ ୨୦୧୯ ମଧ୍ୟରେ ଗଞ୍ଜେଇ ବିଷୟରେ ଆଲୋଚନା ନେଇ ଚାଟ୍‌ରେ ରହିଛି । ଗୋଟିଏ ଚାଟରେ ଆର୍ୟନ ପଚାରିଥିଲେ ଯୋଗାଡ ହୋଇପାରିବ କି?ଅନନ୍ୟା ଉତ୍ତର ଦେଇଥିଲେ ମୁଁ ବ୍ୟବସ୍ଥା କରିବି । ଏନସିବି ଅନନ୍ୟାଙ୍କୁ ଏହି ଚାଟ୍ ନେଇ ପ୍ରଶ୍ନ କରିଥିବା ବେଳେ ଅନନ୍ୟା କହିଥିଲେ ସେ କେବଳ ମଜା କରୁଥିଲେ । ଏନସିବି ଉଭୟ ଆର୍ୟନ ଓ ଅନନ୍ୟାଙ୍କ ଫୋନ ଜବତ କରିଛି ।

Leave A Reply

Your email address will not be published.