ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ଶ୍ରୀନଗର ଯିବେ ଶାହା

0

କାଶ୍ମୀର ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜିଠୁ ତିନି ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ । ଆଜି ଶ୍ରୀନଗରରେ ପହଞ୍ଚିବା ପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ ।ପଞ୍ଚାୟତ ସଦସ୍ୟ ଓ ରାଜନୈତିକ କର୍ମୀଙ୍କୁ ସମ୍ବୋଧନ କରିବେ ଶାହା । ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଚେଦ ପରେ ଶାହାଙ୍କ ଏହା ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ।

କାଶ୍ମୀର ଘାଟିରେ ଗତ କିଛି ଦିନ ହେବ ହେଉଥିବା ଆତଙ୍କୀ ଆକ୍ରମଣକୁ ନେଇ ଚିନ୍ତାରେ ଅଛନ୍ତି କେନ୍ଦ୍ର ସରକାର। ଆତଙ୍କବାଦୀ ମାନେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକ ଓ ସଂଖ୍ୟା ଲଘୁ ସଂପ୍ରଦାୟର ୩ ଜଣଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ ଅନେକ ପ୍ରବାସୀ ଶ୍ରମିକ କାଶ୍ମୀର ଉପତ୍ୟକା ଛାଡିବାକୁ ବାଧ୍ୟ ହେଉଛନ୍ତି । ସୂଚନା ଅନୁସାରେ, ଏହି ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟର ସ୍ଥିତି ଓ ସ୍ଥଗିତ ରାଜନୈତିକ କାର୍ଯ୍ୟକଳାପ ଉପରେ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଡକାଇବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ କୌଣସି ବି ବୈଠକରେ ଯୋଗଦେବାକୁ ରାଜି ହୋଇନାହାଁନ୍ତି ।

ପିଡିପି ହମନ୍ତ୍ରୀଙ୍କ ସହ ଶ୍ରୀନଗରରେ କୌଣସି ବି ବୈଠକରେ ସାମିଲ ହେବାକୁ ମନା କରିଦେଇଛି । ଶାହା ତିନି ଦିନିଆ କାର୍ଯ୍ୟକ୍ରମରେ ଶ୍ରୀନଗରରେ ପହଞ୍ଚିବା ପରେ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଶ୍ରୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶାରଜାହ-ଶ୍ରୀନଗର ବିମାନ ମଧ୍ୟ ଲଞ୍ଚ କରିବେ । ଏହା ପରେ ଶ୍ରୀନଗରର ଏସକେଆଇସିସିରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବେ । ଏହା ସହିତ ଶାହା ହ୍ୟାଣ୍ଡୱାରା ମେଡିକାଲ କଲେଜର ଶିଳାନ୍ୟାସ ଅନେକ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବେ । ଅକ୍ଟୋବର ୨୪ରେ ଶାହା ଜମ୍ମୁ ଯିବେ । ଏଠାରେ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ୨୫ ତାରିଖରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ପୁଣି କାଶ୍ମୀର ଗସ୍ତ କରିବେ ।

ଶାହାଙ୍କ ଗସ୍ତ ଦୃଷ୍ଟିରେ ରଖି କାଶ୍ମୀର ଘାଟିରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି। ସୁରକ୍ଷାକର୍ମୀ ମାନେ ଶ୍ରୀନଗରରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡି କରିଦେଇଛନ୍ତି । ଶହ ଶହ ଦୁଇ ଚକିଆ ଯାନ ଜବତ କରାଯାଇଛି । ଆତଙ୍କୀ ଘଟଣାକୁ ରୋକିବା ପାଇଁ ଶ୍ରୀନଗର ଓ ପୁଲୱାମାରେ ପ୍ରାୟ ୧୫ଟି ଅ ଳରେ ମୋବାଇଲ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଡାଲ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳର ସାଧାରଣ ନାଗରିକଙ୍କ ପାଇଁ ଆଜିଠୁ ୨୫ ତାରିଖ ଯାଏଁ ବନ୍ଦ କରାଯାଇଛି ।

ଅକ୍ଟୋବର ମାସରେ କାଶ୍ମୀର ଘାଟିରେ ୧୦ଟି ଏନକାଉ ରରେ ସୁରକ୍ଷାବାହିନୀ ୧୭ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ନିହତ କରିଛନ୍ତି । ଆତଙ୍କୀ ଆକ୍ରମଣରେ ମଧ୍ୟ ୧୦ ଜଣ ସୈନ୍ୟ ସହିଦ ହୋଇଥିବା ବେଳେ ୧୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.