ପ୍ରମୁଖ ଖବର

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି
ମଣିପୁର ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ଓଡିଶାର ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଲା ପଦୋନ୍ନତି, ଏହା ସହ ୩ ଜଣ ଆଇପିଏସ ଅଫିସରଙ୍କୁ ମିଳିଲା ଡିଆଇଜି ପାହ୍ୟା
ତାମିଲନାଡୁ: ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ
ମଦ ପିଇ ଗାଡ଼ି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱରରେ ୧୧୦ ଟପିଲା ପେଟ୍ରୋଲ

0

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ନୂଆ ରେକର୍ଡ କରୁଛି । ଲଗାତର ପ ମ ଦିନ ପାଇଁ ଦେଶରେ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଉଭୟ ୩୫ ପଇସା ଲେଖାଁଏ ବୃଦ୍ଧି ହୋଇଛି । ତୈଳ କମ୍ପାନୀ ଗୁଡିକ ମାସର ଶେଷ ଦିନରେ ମଧ୍ୟ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି,ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆକାଶ ଛୁଆଁ ହେବା ପରେ ଲୋକେ ଘରୁ ଗାଡି ବାହର କରିବାକୁ ଡରିଲେଣି । ମଧ୍ୟପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ୧୨୧ ଟଙ୍କାରେ ପହଞ୍ଚିଲାଣି । ଡିଜେଲ ମଧ୍ୟ ତା ପଛକୁ ୧୧୦ ଟଙ୍କାରେ ପହଞ୍ଚିଲାଣି । ବାଲାଘାଟରେ ମଧ୍ୟ ପେଟ୍ରୋଲ ଦର ୧୨୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଡିଜେଲ ୧୦୯ ଟଙ୍କା ୬୯ ପଇସା ରହିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ପ୍ରତି ଲିଟର ପିଛା ୩୬ ପଇସା ଓ ଡିଜେଲ ପ୍ରତି ଲିଟର ପିଛା ୩୯ ପଇସା ବୃଦ୍ଧି ହୋଇଛି । ଭୁବନେଶ୍ୱର ପେଟ୍ରୋଲ ଲିଟର ୧୧୦ ଟଙ୍କା ଟପିଥିବା ବେଳେ ଡିଜେଲ ମଧ୍ୟ ୧୦୬ ଟଙ୍କାରେ ପହଞ୍ଚିଛି ।

କେଉଁଠି କେତେ ତୈଳ ଦର?

ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୯.୩୪ ୯୮.୦୭
ମୁମ୍ବାଇ ୧୧୫.୧୫ ୧୦୬.୨୩
କୋଲକାତା ୧୦୯.୭୯ ୧୦୧.୧୯
ଚେନ୍ନାଇ ୧୦୬.୦୪ ୧୦୨.୨୫
ରାଞ୍ଚି ୧୦୩.୫୩ ୧୦୩.୪୬
ବେଙ୍ଗାଲୁର ୧୧୩.୧୫ ୧୦୪.୦୯
ଚଣ୍ଡିଗଡ଼ ୧୦୫.୨୨ ୯୭.୭୭
ଭୁବନେଶ୍ୱର ୧୧୦.୩୨ ୧୦୬.୯୯

ପେଟ୍ରୋଲ ଓ ଡିଜେଲର ଦର ବୈଦେଶିକ ମୂଦ୍ରା ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ଆଧାର କରି ପ୍ରତିଦିନ ଅପଡେଟ ହୋଇଥାଏ । ତୈଳ କମ୍ପାନୀଗୁଡିକ ପ୍ରତିଦିନ ସମୀକ୍ଷା କରିବା ପରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର କରିଥାନ୍ତି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ତୈଳ କମ୍ପାନୀ ପ୍ରତିଦିନ ସକାଳେ ବିଭିନ୍ନ ସହରର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପଡେଟ କରନ୍ତି । ତେବେ ଲଗାତର ଭାବେ ତେଲ ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଖାଲି କରିବାରେ ଲାଗିଛି ।

Leave A Reply

Your email address will not be published.