ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ନବାବ ମଲ୍ଲିଙ୍କ ଉପରେ ୧୦୦ କୋଟିର ମାନହାନୀ ମକଦ୍ଦମା

0

ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜାମିନ ମିଳିବା ପରେ ଜେଲରୁ ମୁକୁଳିସାରିଛନ୍ତି । ହେଲେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକଙ୍କ ବୟାନକୁ ନେଇ ଏହି ମାମଲାକୁ ନେଇ ବିବାଦ ଥମୁନି । ଏବେ ଭାରତୀୟ ଯୁବମୋର୍ଚ୍ଚାର ପୂର୍ବ ଅଧ୍ୟକ୍ଷ ମୋହିତ କମ୍ବୋଜ ନବାବ ମଲ୍ଲିକଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଛନ୍ତି ।

ଗତ କିଛି ଦିନ ହେବ ନବାବ ମଲ୍ଲିକ ବିଜେପି ନେତା ମୋହିତ କମ୍ବୋଜ ଓ ତାଙ୍କ ବିରୋଧରେ କ୍ରମାଗତ ଅଭିଯୋଗ ଆଣୁଥିଲେ । ମୁମ୍ବାଇ ଡ୍ରଗ୍ସ କାରବାର ମାମଲାରେ ତାଙ୍କ ପରିବାରକୁ କ୍ରମାଗତ ଯୋଡା ଯୋଉଥିଲା । ଏ ନେଇ ସେ ଅକ୍ଟୋବର ୯ରେ ମୋହିତ କମ୍ବୋଜ, ନବାବ ମଲ୍ଲିକଙ୍କୁ ଏକ ନୋଟିସ ପଠାଇଥିଲେ । ନୋଟିସରେ କୁହାଯାଇଥିଲା ଯେ, ବିନା ପ୍ରମାଣରେ ବଦନାମ କରିବା ଭୁଲ ଅଟେ । କିନ୍ତୁ ସେହି ନୋଟିସ ପରେ ମଧ୍ୟ ନବାବ ମଲ୍ଲିକ ଲଗାତର ଆକ୍ରମଣ କରୁଥିଲେ । ଏବଂ ଅକ୍ଟୋବର ୧୧ ତାରିଖରେ ତାଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରିଥିଲେ ।

ଏବେ ବିଜେପି ନେତା ମୋହିତ କମ୍ବୋଜ ମଲ୍ଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି । ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରାଯିବା ସହ ଉଚ୍ଚ ନ୍ୟାୟଳୟକୁ ଯାଇ ନବାବ ମଲ୍ଲିକଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି । ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ମୋହିତ କହିଛନ୍ତି ଯେ, ସେ ବିଜେପିର ସଦସ୍ୟ ଏବଂ ତାଙ୍କର ମଧ୍ୟ ବ୍ୟବସାୟ ଅଛି । କିନ୍ତୁ ନବାବ ମଲ୍ଲିକଙ୍କ ତାଙ୍କ ବିରୋଧରେ ଦାୟିତ୍ୱହୀନ ମନ୍ତବ୍ୟ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଛି ।

ମୋହିତ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥାଇ ନବାବ ମଲ୍ଲିକ ଏପରି ବିବୃତ୍ତି ନଦେବାକୁ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟରେ ଆବେଦନ କରିଛନ୍ତି । ଯେଉଁ ବୟାନ ନେଇ ଆପତ୍ତି ରହିଛି ,ସେ ନେଇ ମଧ୍ୟ କୋର୍ଟରେ କହିଛନ୍ତି ମୋହିତ । ଏନସିବି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅନେକ ଜଣଙ୍କୁ ଗିରଫ କରିଥିଲେ, ସେତେବେଳେ ନବାବ କହିଥିଲେ ଯେ, ଆଠ ଜଣଙ୍କ ସ୍ଥାନରେ ୧୧ ଜଣଙ୍କୁ ଏନସିବି ହେପାଜତରେ ନେଇଥିଲା । ଆଉ ତା ପରେ ବିଜେପି ନେତାଙ୍କ ଫୋନ ଆସିବା ପରେ ୩ ଜଣଙ୍କୁ ଛଡାଯାଇଥିଲ । ନବାବ ମଲ୍ଲିକ ଏହା ବି କହିଥିଲେ ଯେ, ଛଡାଯାଇଥିବା ଲୋକଙ୍କ ମଧ୍ୟରେ ମୋହିତ କମ୍ବୋଜଙ୍କ ଶଳା ଅଛନ୍ତି ।

Leave A Reply

Your email address will not be published.