ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଜି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦୀ

0

ନୂଆଦିଲ୍ଲୀ: ରୋମରେ ଜି-୨୦ ଶିଖର ସମ୍ମିଳନୀରେ ବୈଠକରେ ଯୋଗ ଦେବା ପରେ ଏବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କଟଲାଣ୍ଡ ଗ୍ଲାସଗୋରେ ପହଞ୍ଚିଛନ୍ତି।ଗ୍ଲାସଗୋରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ସମୟରେ ଭାରତୀୟ ଲୋକମାନେ ‘ମୋଦୀ ହେ ଭାରତ କି ଗେହନା’ ଗୀତ ଗାଇ ତାଙ୍କୁ ସ୍ୱାଗତ କରିଥିଲେ।

ୟୁରୋପ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମୋଦୀ ଆଜି ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ୨୬ ତମ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ସେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରସ ଜନସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ସ୍କଟଲାଣ୍ଡ ଇଭେ କ୍ୟାମ୍ପସରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ବୈଠକ ବସିବ। ଏଥିରେ ମୋଦୀଙ୍କ ସମେତ ବିଭିନ୍ନ ସରକାରର ୧୨୦ ମୁଖ୍ୟ ଓ ରାଜ୍ୟ ମୁଖ୍ୟ ସାମିଲ ହେବେ।

ମଙ୍ଗଳବାର ପର୍ଯ୍ୟନ୍ତ ମୋଦୀ ତାଙ୍କର ୩ ଦିନିଆ ଗସ୍ତ ସମୟରେ ସିଓପି -୨୬ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ। ଆଜି ଅପରାହ୍ନରେ ଏକ ଅଧିବେଶନରେ ଭାରତର ଜଳବାୟୁ କାର୍ଯ୍ୟ ଯୋଜନା ବିଷୟରେ ଏକ ବିବୃତି ପ୍ରଦାନ କରିବେ। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଜି-୨୦ ଦେଶର ନେତାମାନେ ବିକାଶଶୀଳ ଦେଶମାନଙ୍କୁ ଟିକା ଯୋଗାଣ ବୃଦ୍ଧି ସହ ପ୍ରତିବନ୍ଧକ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ରୋମରେ ଆୟୋଜିତ ଜି ୨୦ ଶିଖର ସମ୍ମିଳନୀରେ ଜି-୨୦ ଦେଶର ନେତା ମାନେ ଘୋଷଣା ନାମା ଜାରି କରି କୋଭିଡ ପାଇଁ ଦିନ ରାତି ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀ,ଆଗ ଧାଡିର ସମ୍ମୁଖ ଯୋଦ୍ଧା, ଆନ୍ତର୍ଜାତୀୟ ସଂଗଠନ ଓ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜି-୨୦ କହିଛି ଯେ, ସେମାନେ ୨୦୨୨ରେ ଇଣ୍ଡୋନେସିଆ, ୨୦୨୩ରେ ଭାରତରେ ଏବଂ ୨୦୨୪ରେ ବ୍ରାଜିଲରେ ପୁର୍ନବାର ବୈଠକ ବସିବ।

Leave A Reply

Your email address will not be published.