ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଏତେ ସବୁ କଟକଣାରେ ଖୋଲିଲା

0

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମ ହେବା ପରେ ଏବେ ଧୀରେ ଧୀରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପାଖାପାଖି ଦେଢ ବର୍ଷ ପରେ ଆଜିଠୁ ସ୍କୁଲ ଖୋଲିବା ସହ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । ତେବେ ୫୦ ପ୍ରତିଶତରୁ ଅଧିକ ପିଲା ଯେମିତି ଏକାଥରକେ ସ୍କୁଲ ଆସିବେ ନାହିଁ ସେଥିପ୍ରତି ଧ୍ୟାନଦିଆଯିବାକୁ କୁହାଯାଇଛି।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ସବୁ ଶ୍ରେଣୀ ନର୍ସରୀଠୁ ଆରମ୍ଭ କରି କଲେଜ ଯାଏଁ ସମସ୍ତ ପିଲା ସ୍କୁଲ ଯିବେ ବୋଲି ନିର୍ଦ୍ଦେଶାବଳୀ ଜାରି କରିଥିଲେ, ଯେଉଁଥିରେ କୁହାଯାଇଛି କରୋନା ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବ। ହେଲେ ପିଲାଙ୍କୁ ସ୍କୁଲ ପଠାଇବାକୁ ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ। ଅଫଲାଇନ ସହିତ ଅନଲାଇନ କ୍ଲାସ ମଧ୍ୟ ହେବ। ଏହା ସହ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମରଚାରୀ ସମସ୍ତେ ଡବଲ ଡୋଜ ଟିକା ନେଇଥିବା ଜରୁରୀ।

ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ପିଲାମାନେ ସେମାନଙ୍କ ବହି ଓ ଖାଦ୍ୟ ପରସ୍ପର ମଧ୍ୟରେ ବାଣ୍ଟିପାରିବେ ନାହିଁ। ସମସ୍ତ ପିଲା ଓ ଶିକ୍ଷକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଗାଇଡଲାଇନରେ ଡିଡିଏମ କହିଛି ଯେ, ସକାଳ ଓ ମଧ୍ୟାହ୍ନ ସିଫ୍ଟରେ ପିଲାଙ୍କ ପାଠପଢା ହେବ। ଆଉ ଦୁଇଟି ସିଫ୍ଟ ମଧ୍ୟରେ ପାଖାପାଖି ଏକ ଘଣ୍ଟାର ଗ୍ୟାପ ରହିବା ଜରୁରୀ।

କରୋନା ସଂକ୍ରମଣ ସାମାନ୍ୟ କମିବା ପରେ ଜାନୁଆରୀ ୨୦୨୧ ରେ ନବମରୁ ଯୁକ୍ତ ଦୁଇ ପିଲାଙ୍କ ପାଇଁ କିଛି ସ୍କୁଲ ଖୋଲଯାଇଥିଲା। କିନ୍ତୁ ନର୍ସରୀରୁ ଅଷ୍ଟମ ଯାଏ ସ୍କୁଲ ବନ୍ଦ ରହିଥିବା ବେଳେ ଆଜିଠୁ ସବୁ ସ୍କୁଲ କଲେଜ ଖୋଲିଛି। ଏହା ସହିତ ଆଜିଠୁ ଦିଲ୍ଲୀରେ ପୂର୍ଣ୍ଣ କ୍ଷମତାରେ ସିନେମା ହଲ ଖୋଲିବ। ଶତପ୍ରତିଶତ
ସିଟରେ ସିନେମା ହଲ ଖୋଲାଯିବ। ଏହା ପୂର୍ବରୁ ଥିଏଟର ଗୁଡିକ କେବଳ ୫୦ ପ୍ରତିଶତ ସିଟରେ ଖୋଲିବା ନେଇ ଅନୁମତି ଥିଲା । ସେହିପରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବିବାହ ସମାରୋହ କିମ୍ବା ଅନ୍ୟ କୌଣସି ସମାେବେଶରେ ୨୦୦ ଲୋକଙ୍କୁ ସାମିଲ ନେଇ ଅନୁମତି ଦିଆଯାଇଛି । ଏଯାଏ କେବଳ ୧୦୦ ଲୋକଙ୍କୁ ଅନୁମତି ଥିଲା।

Leave A Reply

Your email address will not be published.