ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାହୁଲ ଦ୍ରାବିଡ୍ ହେଲେ ମୁଖ୍ୟ କୋଚ୍

0

ନୂଆଦିଲ୍ଲୀ: ପୂର୍ବତନ ଖ୍ୟାତନାମା କ୍ରିକେଟ୍ ତାରକା ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ (ମୁଖ୍ୟ କୋଚ୍) ଭାବେ ନିଯୁକ୍ତି ପାଇଛନ୍ତି। ଆର ପି ସିଂହ ଏବଂ ସୁଲକ୍ଷଣା ନାଏକଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟିର ନିଷ୍ପତ୍ତି ପରେ ଏ ସଂକ୍ରାନ୍ତ ସୂଚନା ମିଳିଛି। ଦ୍ରାବିଡ୍ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ (ନ୍ୟୁଜିଲାଣ୍ଡ)ରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ। ସଂପ୍ରତି କୋଚ୍ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-ଟ୍ବେଣ୍ଟି ବିଶ୍ବକପ୍ ସହିତ ଶେଷ ହେଉଛି। ଦ୍ରାବିଡଙ୍କ ନିଯୁକ୍ତି ପରେ ତାଙ୍କୁ ବିସିସିଆଇ ସଭାପତି ତଥା ତାଙ୍କ ବନ୍ଧୁ ସୌରଭ ଗାଙ୍ଗୁଲି ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ବିସିସିଆଇ ସଂପାଦକ ବି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସଂପ୍ରତି ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ ପରେ କ୍ରିକେଟ୍ ପ୍ରେମୀମାନେ ଏହି ଘୋଷଣାକୁ ଅପେକ୍ଷା କରିଥିଲେ। ଏଣୁ ଆଜି ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଭାଇରାଲ୍ ହେବାେର ଲାଗିଛି ଓ ସବୁ ମହଲରେ ଦ୍ରାବିଡଙ୍କ ନିଯୁକ୍ତିକୁ ପ୍ରଶଂସା କରାଯାଉଛି। ପୂର୍ବରୁ ଏହି ଗୁରୁଦାୟିତ୍ବ ପାଇଁ ମନାଇବାକୁ ପଡ଼ିଥିଲା। ଏଠାରେ ଉଲ୍ଲେଖଥାଉକି, ଗତ ୨୬ ତାରିଖ ଦିନ ବିସିସିଆଇ ଏହି ପଦବି ଲାଗି ଆବେଦନ ଆହ୍ବାନ କରିଥିଲା। ବୁଝାସୁଝା ପରେ ଦ୍ରାବିଡ୍ ବିଧିବଦ୍ଧ ଭାବେ ଏଥିଲାଗି ଆବେଦନ କରିଥିଲେ। ରାହୁଲଙ୍କ ଯୋଗଦାନ ପରେ ଭାରତର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି କ୍ରିକେଟ୍ ପ୍ରେମୀ ଆଶା କରୁଛନ୍ତି।

Leave A Reply

Your email address will not be published.