ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

‘ପାକିସ୍ତାନ ପଳାଇ ଆସ ବିରାଟ’

0

ଟି ୨୦ ବିଶ୍ୱକପରେ ଭାରତର ପରାଜୟକୁ ନେଇ ସୋସିଆଲ ମିଡିଆରେ ଅଧିନାୟକ ବିରାଟ କୋହଲିଙ୍କୁ ଟ୍ରୋଲର ସମ୍ମୁଖୀନ ହେବାକୁ ପଡୁଛି । ଏହା ବ୍ୟତୀତ ଅତି ନିମ୍ନ ସ୍ତରକୁ ଖସି ଟ୍ରୋଲର ତାଙ୍କ ଛୋଟ ଝିଅକୁ ବି ଧମକଭାର ପୋଷ୍ଟ କରିଛନ୍ତି ଟୁଇଟରରେ । କେବେ ବି ଗଣମାଧ୍ୟମ ସାମନାରେ ନଜରକୁ ଆସିନଥିବା ବିରାଟ,ଅନୁଷ୍କାଙ୍କ ୯ ମାସର ଝିଅକୁ ବଳାତ୍କାର ପାଇଁ କେହି ଜଣେ ୟୁଜର୍ସ ଧମକ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୁଲିସକୁ ନୋଟିସ ପଠାଇଛନ୍ତି । ଏବଂ ଖୁବ ଶୀଘ୍ର ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିପାରେ ।

ସେପଟେ ସୋସିଆଲ ମିଡିଆରେ ବିରାଟ ଓ ତାଙ୍କ ପରିବାର ପ୍ରତି ଏଭଳି ନିନ୍ଦନୀୟ ଭାଷା ପ୍ରୟୋଗ ପରେ ପାକ ସୋସିଆଲ ମିଡିଆ ୟୁଜର୍ସ ବିରାଟଙ୍କୁ ତାଙ୍କ ଦେଶକୁ ଡାକିଛନ୍ତି । ପାକିସ୍ତାନର ପୂର୍ବ କ୍ୟାପଟେନ ଇଂଜମାମ ଉଲ ହକ୍ ବିରାଟଙ୍କ ପରିବାରକୁ ମିଳିଥିବା ଧମକକୁ ନେଇ ଆପତ୍ତି ଉଠାଇଛନ୍ତି । କହିଛନ୍ତି କୌଣସି ବି ଖେଳାଳିଙ୍କ ପରିବାରକୁ ଟାର୍ଗେଟ କରିବା ନିନ୍ଦନୀୟ ଅଟେ । ଏବେ ପାକିସ୍ତାନରେ ‘ବିରାଟ କମ ଟୁ ପାକିସ୍ତାନ’ଟ୍ରେଣ୍ଡ ଚାଲିଛି ।

ପାକିସ୍ତାନୀ ଆୱାମୀ ତେହେରିକ ରାଜନୈତିକ ଦଳର ସାଧାରଣ ସଂପାଦକ ଖୁରାମ ନୱାଜ ଗଣ୍ଡାପୁର ତାଙ୍କ ଟୁଇଟରେ ଲେଖିଛନ୍ତି ଯେ, ପାକିସ୍ତାନ ତାହାର ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ । ବିରାଟଙ୍କୁ କହିଛନ୍ତି ଯେ, ଆମ ତୁମର ବୃତ୍ତିଗତ କ୍ରିକେଟ ଓ ପରିବାରକୁ ସମ୍ମାନ କରୁ । ପାକିସ୍ତାନକୁ ର୍ଦୁବ୍ୟବହାର କରିଥିବା କୌଣସି ଦଳକୁ ଆମେ ର୍ଦୁବ୍ୟବହାର କରିଛୁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଆମେ କେବେ ବି ମ୍ୟାଚ ହାରିବା ପରେ କୌଣସି ଖେଳାଳିଙ୍କ ପରିବାରକୁ ଟାର୍ଗେଟ କରୁନାହୁଁ ବୋଲି କହିଛନ୍ତି ।

ସେଠାରେ ଆଉ ଏକ ୟୁଜର ଲେଖିଛନ୍ତି ଯେ, କାହିଁକି ନୁହେଁ ବିରାଟ? ମହମ୍ମଦ ହଫିଜ ଓ ସୋଏବ ମଲ୍ଲିକଙ୍କ ଅବସର ପରେ ଆମେ ଦଳରେ ତୁମ ପାଇଁ ସ୍ଥାନ ତିଆରି କରିଦେବୁ। ତୁମକୁ ଓ ହାଇଦର ଅଲ୍ଲୀଙ୍କୁ ମିଡିଲ ଅର୍ଡରରେ ଏକାଠି ଖେଳିବା ଦେଖିବା ଭଲ ଅନୁଭବ ହେବ । ଆପଣ ଆମ ହୃଦୟରେ ସବୁବେଳେ ସୁରକ୍ଷିତ ରହିବେ ବୋଲି ସେ କହିଛନ୍ତି ।

ପାକିସ୍ତାନର ଆଉ ଜଣେ ସୋସିଆଲ ମିଡିଆ ୟୁଜର କହିଛନ୍ତି ଯେ, ବିରାଟ ଆମେ ତୁମ ସହ ଅଛୁ । ତୁମେ ପାକିସ୍ତାନ ପଳାଇଆସ । ତୁମ ପରିବାରର ଦାୟିତ୍ୱ ପୁରା ପାକିସ୍ତାନର ଦାୟିତ୍ୱ ହେବ । ସେହିପରି ଆଉ ଜଣେ କହିଛନ୍ତି, ସେହି ବ୍ୟକ୍ତିଙ୍କୁ ଲଜ୍ୟା ଆସିବା ଦରକାର ଯିଏ କୌଣସି ପରିବାରର ଛୋଟ ଛୂଆଙ୍କ ବିଷୟରେ ଭଲ ଏବଂ ଖରାପ ଭାବନ୍ତି । ବିରାଟଙ୍କ ପରି ଜଣେ ହିରୋକୁ ଗ୍ରହଣ କରି ଆମେ ଖୁସି ହେବୁ ବୋଲି ସେ କହିଛନ୍ତି । ତେବେ ଟି ୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ନିଜର ଜାଗା ବନାଇ ଦେଇଥିବା ବେଳେ ଭାରତ ପାଇଁ ସେମିଫାଇନାଲ ଯିବା ବହୁ ଚ୍ୟାଲଞ୍ଜ ହୋଇଛି ।

Leave A Reply

Your email address will not be published.