ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଚାଞ୍ଚଲ୍ୟ ଖେଳିଗଲା ଚୀନରେ

0

ଚୀନରେ ଗତ ଦୁଇ ଦିନ ଧରି ଆତଙ୍କ ଖେଳିଯାଇଛି । ଚୀନର ସରକାର ନିଜ ନାଗରିକ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ କଣ ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କରୋନା କାରଣରୁ କିମ୍ବା ଚୀନ ଯୁଦ୍ଧ ଆରମ୍ଭ କରିବାକୁ ଯାଉଛି ବୋଲି ଏଭିଳି କୁହାଯାଇଥିବା ପ୍ରଶ୍ନ ଉଠିଛି ।

ଦୈନଦିନ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ପରେ ସ୍ଥିତି ଆହୁରି ବିଗିଡିଯାଇଛି । ଗତ ଦୁଇ ଦିନ ଧରି ମଲ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଲାଗିପଡିଛନ୍ତି । ଲୋକମାନେ କେବଳ ଜରୁରୀ ଜିନିଷ ସଂଗ୍ରହ କରୁନାହାଁନ୍ତି ବଂର ଚାଉଳ, ଲୁଣ, ତେଲ,ଚିନି, ନୁଡୁଲ୍ସ ମଧ୍ୟ କିଣିବାରେ ଲାଗିପଡିଛନ୍ତି ।

ଜଣେ ବେଜିଂ ବାସିନ୍ଦାଙ୍କ କହିଛନ୍ତି ଯେ, ସେ ଭୟଭୀତ ନୁହଁନ୍ତି, କିନ୍ତୁ ଆମକୁ ପୂର୍ବଅପେକ୍ଷା ଅଧିକ ସତର୍କ ରହିବା ଉଚିତ । ତାଇୱାନ ସହ ତିକ୍ତତା ବଢିବାର ଏହା ପ୍ରଭାବ ବୋଲି ସେ କହିଛନ୍ତି । ଚୀନ ବାସିନ୍ଦା ଅନୁମାନ କରୁଛନ୍ତି ଯେ, ଚୀନ ତାଇୱାନ ଉପରେ ଆକ୍ରମଣ କରିପାରେ ଏବଂ ତା ପରେ ପ୍ରତିବନ୍ଧକ କିମ୍ବା ଯୁଦ୍ଧ ହେତୁ ରାସନ ସାମଗ୍ରୀର ଅଭାବ ପଡିପାରେ ।

ଅନ୍ୟପଟେ, ଏହା ବି ଆଶଙ୍କା କରାଯାଉଛି ଯେ, ଚୀନରେ ପୁଣି ଥରେ ଲକଡାଉନ ହେବାର ସମ୍ଭାବନା ରହିଛି । କାରଣ ଅକ୍ଟୋବର ୧୭ରୁ ନଭେମ୍ବର ୧ ମଧ୍ୟରେ ୫୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଲଗାତର ଟେଷ୍ଟିଂ ଓ ଟିକାକରଣ ପରେ ବି ସଂକ୍ରମିତଙ୍କ ସଂଖ୍ୟା ବଢିବା ଚୀନକୁ ପୁଣି ଚିନ୍ତାରେ ପକାଇଛି ।

ଡିସେମ୍ବରରେ ଯେତେବେଳେ କରୋନାର ପ୍ରଥମ ମାମଲା ଆସିଥିଲା । ସେତେବେଳେ ଲକଡାଉନ ଲାଗୁ କରାଯାଇଥିଲା । ଏହା ପରେ କରୋନା ସଂକ୍ରମଣ ଦେଶରୁ କମିଥିଲା । କିନ୍ତୁ ଏବେ ସଂକ୍ରମଣ ବଢୁଥିବାରୁ ଲକଡାଉନ ଲାଗୁ କରାଯିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.