ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ର ପରେ ରାଜ୍ୟଗୁଡିକ କମାଇଲେ ଭାଟ୍‌

0

ନୂଆଦିଲ୍ଲୀ: ଦେଶରେ ଶସ୍ତା ହେଲା ତୈଳ ଦର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ ଶୁଳ୍କ ହ୍ରାସ କରିବା ପରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜିଠୁ ଦେଶରେ ନୂଆ ଦର ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟଗୁଡିକ ମଧ୍ୟ ଭାଟ୍‌ କମାଇଛନ୍ତି । ଉତ୍ତର ପ୍ରଦେଶ, ଗୋଆ ସହିତ ବିହାର, ଗୁଜୁରାଟ, ଆସାମ, ତ୍ରିପୁରା,ମଣିପୁର ଓ କର୍ଣ୍ଣାଟକ ଭାଟ କମାଇଛନ୍ତି । ଆଜି ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଭାଟ କମାଇବା ନେଇ ନିଷ୍ପତ୍ତି ନେଇପାରନ୍ତି।

ଉତ୍ତରପ୍ରଦେଶରେ କିଛି ଦିନ ପରେ ବିଧାନସଭା ନିର୍ବାଚନ ଅଛି। ନିର୍ବାଚନୀ ରାଜ୍ୟ ୟୁପି ଓ ଗୋଆରେ ସର୍ବାଧିକ ରିହାତି ଏବଂ ବିହାର ସର୍ବନିମ୍ନ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ଲିଟର ପିଛା ୧୨ ଟଙ୍କା ହ୍ରାସ କରିବାକୁ ୟୁପି ସରକାର ଘୋଷଣା କରିଛନ୍ତି। ଗୋଆ ସରକାର ମଧ୍ୟ ଭାଟ କମାଇବା ନେଇ ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡ, ସିକିମ ସହିତ ଅନେକ ରାଜ୍ୟ ତୈଳ ଦର ହ୍ରାସ କରିବା ପାଇଁ ଭାଟ କମାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଗୋଲେ ଟୁଇଟ କରି ପେଟ୍ରୋଲ ଓ ଡିଜେଲ ଉପରେ ୭ଟଙ୍କା ଭାଟ କମାଇବା ନେଇ ଘୋଷଣା କରିଛନ୍ତି।

ସେହିପରି ବିହାର ସରକାର ସବୁଠୁ କମ ଭାଟ୍ ହ୍ରାସ କରିଛନ୍ତି। ବିହାର ସରକାର ପେଟ୍ରୋଲ ଉପରେ ଟଙ୍କାଏ ୩୦ ପଇସା ଓ ଡିଜେଲ ଉପରେ ଟଙ୍କାଏ ୯୦ ପଇସା ଭାଟ ହ୍ରାସ କରିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ୭ ଟଙ୍କା ଭାଟ କମାଇବା ନେଇ ଘୋଷଣା କରିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ନେଇ ନିଷ୍ପତ୍ତି
ପରେ ତ୍ରିପୁରା ସରକାର ମଧ୍ୟ ମୂଲ୍ୟ ହ୍ରାସ କରିବା ନେଇ ଚିନ୍ତା କରିଛନ୍ତି।

କର୍ଣ୍ଣାଟକ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତୈଳ ଦର ଉପରେ ଭାଟ ହ୍ରାସ ନେଇ ଘୋଷଣା କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ୭ଟଙ୍କା କମାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ମଧ୍ୟ ଟୁଇଟ କରି ପେଟ୍ରୋଲ ଓ ଡିଜେଲ ଉପରେ ୭ ଟଙ୍କା ଭାଟ ହ୍ରାସ ନେଇ ଜଣାଇଛନ୍ତି । ଏନ. ବିରେନ ସିଂ ଟୁଇଟ କରି କହିଛନ୍ତି ଯେ, ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେବ। ପେଟ୍ରୋଲ ଓ ଡିଜେଲ ଉପରେ ୭ ଟଙ୍କା ଭାଟ ହ୍ରାସ ନେଇ ଗୁଜୁରାଟ ସରକାର ମଧ୍ୟ ଘୋଷଣା କରିଛନ୍ତି।

ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ନେଇ କେନ୍ଦ୍ର ସରକାର ଗତକାଲି ସନ୍ଧ୍ୟାରେ ଘୋଷଣା କରିବା ପରେ ଆଜିଠୁ ନୂଆ ଦର ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ରାଜ୍ୟ ଗୁଡିକ ମଧ୍ୟ ଭାଟ୍ କମ କରିବା ପାଇଁ ପରାମର୍ଶ ଦେଇଥିଲେ। ତେଲ ଦର କମିବା ପରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

Leave A Reply

Your email address will not be published.