ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ଋଷରେ ପୁଣି ମାଡିଲାଣି କରୋନା

0

ୠଷରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଋଷରେ ପ୍ରାୟ ୧୨୦୦ ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ୪୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ଋଷରେ ଦ୍ୱିତୀୟ ଲହର ସଂପୂର୍ଣ୍ଣ ଆୟତ୍ତକୁ ଆସିନଥିବା ବେଳେ ପୁଣି ଏକ ନୂଆ ଲହର ଆରମ୍ଭ ହୋଇଯାଇଛି । ଯାହାପାଇଁ ଏହି ସପ୍ତାହରେ ସମସ୍ତ ବ୍ୟବସାୟକୁ ବନ୍ଦ କରିବାକୁ ପଡିଛି।

ନ୍ୟାସନାଲ କରୋନା ଭାଇରସ ଟାସ୍କ ଫୋର୍ସ କହିଛି ଯେ, ଗତ ୨୪ ଘଣ୍ଟାରେ ୧୧୯୨ ଲୋକଙ୍କ ଋଷରେ କରୋନାରେ ମୃତ୍ୟୁ ହୋଇଛି ଏବଂ ୪୦ ହଜାର ୭୩୫ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପ୍ଟେମ୍ବର ମଧ୍ୟଭାଗରୁ କରୋନା ଟିକାକରଣ ହାର ହ୍ରାସ ଯୋଗୁଁ ପୁଣି ସଂକ୍ରମଣ ଦ୍ରୁତ ଗତିରେ ବଢିଥିବା ଅଧିକାରୀମାନେ କହିଛନ୍ତି।

ଋଷ ସରକାର କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୬ ଦିନ ସଟଡାଉନ ଘୋଷଣା କରିଛନ୍ତି । ଗତ ମାସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିର୍ଦ୍ଦେଶ ଦେଇଥିଲେ ଯେ, ଅକ୍ଟୋବର ୭ରୁ ନଭେମ୍ବର ୩୦ ଯାଏଁ ଲୋକମାନେ ଘରେ ରୁହନ୍ତୁ । ଆବଶ୍ୟକ ସ୍ଥଳରେ ସଟଡାଉନ ବୃଦ୍ଧି କରିବାକୁ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦେଇଥିଲେ।

ଦେଶର ନୋଭଗୋରେଡ ଅଞ୍ଚଳ, ସାଇବେରିଆର ଟମସ୍କ, ୟୁରାଲ ପର୍ବତର ଚେଲ୍ୟାବିନ୍ସକ ସମେତ ଅନେକ ଅଂଚଳରେ ସାପ୍ତାହିକ ସଟଡାଉନର ସମୟସୀମା ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମେସ୍କୋ ମେୟର କହିଛନ୍ତି , ସୋମବାରଠୁ ରାଜଧାନୀରେ କାର୍ଯ୍ୟାଳୟ ଓ ବ୍ୟବସାୟ ଖୋଲିବା ପାଇଁ ପରିସ୍ଥିତି ସ୍ଥିର ରହିଛି। ଋଷର ରାଜଧାନୀରେ କିଛି ପ୍ରତିବନ୍ଧକ ଜାରି ରହିବ, ଯେପରିକି ବୃଦ୍ଧ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ସେହିପରି ବ୍ୟବସାୟୀ ମାନେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ଦିଆଯାଇଛି। ଋଷରେ ମୋଟ ୮୭ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି। ମହାମାରୀରେ ଏଯାଏର୍ ୨ ଲକ୍ଷ ୪୪ ହଜାର ୪୪୭ ଜଣ ଆଖିବୁଜିଲେଣି।

ପୂରା ବିଶ୍ୱରେ କରୋନାର ତାଣ୍ଡବ ଏବେ ବି ଜାରି ରହିଛି । କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚେତାବନୀ ଦେଇଛି । ୟୁରୋପ ଓ ମଧ୍ୟଏସିଆର ୫୩ଟି ଦେଶରେ କରୋନାର ଆଉ ଏକ ଲହର ଆସିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆ ଳିକ କାର୍ଯ୍ୟାଳୟର ମୁଖ୍ୟ ଡକ୍ଟର ହାନ୍ସ କ୍ଲୁଜ କହିଛନ୍ତି ଯେ, କରୋନା ସଂକ୍ରମିତଙ୍କ ସଂଖ୍ୟା ଫୁଣି ଥରେ ରେକର୍ଡ ସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି । ଏବଂ ଯେଉଁଭଳି ଭାବେ ପୁଣି ସଂକ୍ରମଣ ବଢୁଛି ତାହା ଚିନ୍ତାର ବିଷୟ।

Leave A Reply

Your email address will not be published.