ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଡିସେମ୍ବର ୨୪ରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍

0

କଟକ: ଓଡ଼ିଶାର କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ବଡ଼ ଖୁସିର ଖବର। ଆସନ୍ତା ଡିସେମ୍ବର ୨୪ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ୨୦୨୬-୨୭ ପାଇଁ ବିସିସିଆଇର ଖେଳସୂଚୀ ଅନୁସାରେ, ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ୩ଟି ଟି-୨୦ ଓ ୩ଟି ଏକଦିନିଆ ମ୍ୟାଚ୍ ଖେଳିବ। ଏହାର ଦ୍ୱିତୀୟ ଟି-୨୦ ମ୍ୟାଚ୍ ବାରବାଟୀରେ ଆୟୋଜିତ ହେବ।

ପ୍ରଥମ ମ୍ୟାଚ୍ ରାଜକୋଟରେ ଓ ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ। ଦୀର୍ଘ ସମୟ ପରେ ବାରବାଟୀରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ୨୦୧୭ରେ ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ଭାରତ ୯୩ ରନ୍‌ରେ ଜିତିଥିଲା। ବାରବାଟୀରେ ଏହି ଆନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ଯାଉଥିବାରୁ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

Leave A Reply

Your email address will not be published.