ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା

0

ବିହାର; ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ‘ଜମି ବଦଳରେ ରେଳବାଇ ଚାକିରି’ ମାମଲାକୁ ରଦ୍ଦ କରିବା ପାଇଁ ତାଙ୍କ ଦାଖଲ କରାଯାଇଥିବା ପିଟିସନ୍‌କୁ କୋର୍ଟ ଖାରଜ କରିଦେଇଛି।

ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ରବିନ୍ଦର ଦୁଦେଜା କହିଥିଲେ ଯେ, ଲାଲୁଙ୍କ ଆବେଦନରେ କୌଣସି ଯୁକ୍ତିସଙ୍ଗତ ଆଧାର (ମେରିଟ୍) ନାହିଁ। ଲାଲୁ ତାଙ୍କ ପିଟିସନ୍‌ରେ ଦାବି କରିଥିଲେ ଯେ ସିବିଆଇ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପୂର୍ବରୁ ଆବଶ୍ୟକ ସରକାରୀ ଅନୁମତି ନେଇନଥିଲା। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଖଣ୍ଡନ କରି କହିଛି ଯେ ଏହି ନିୟମ ପୁରୁଣା ମାମଲାରେ ଲାଗୁ ହେବ ନାହିଁ।

ଅଭିଯୋଗ ଅନୁସାରେ, ୨୦୦୪ ରୁ ୨୦୦୯ ମଧ୍ୟରେ ରେଳମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ରେଳବାଇର ଗ୍ରୁପ୍-ଡି ପଦବୀରେ ଚାକିରି ଦେବା ବଦଳରେ କେତେକ ଲୋକଙ୍କଠାରୁ ଶସ୍ତା ଦରରେ ନିଜ ପରିବାର ନାମରେ ଜମି ହସ୍ତାନ୍ତର କରାଇଥିବା ଅଭିଯୋଗ ରହିଛି। ୨୦୨୨ ମସିହାରେ ସିବିଆଇ ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା।

ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି କୁହାଯାଇଛି। ତେବେ ହାଇକୋର୍ଟର ଏହି ନିଷ୍ପତ୍ତି ପରେ ତାଙ୍କ ଆଇନଗତ ସମସ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

Leave A Reply

Your email address will not be published.