ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଭିଜିଲାନ୍ସ ଜାଲରେ ଏସଡିଓ, ଘରୁ ମିଳିଲାଣି ୧୮ ଲକ୍ଷ

0

ଭଞ୍ଜନଗର: ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଜାଲରେ ଏସଡିଓ। ଭଞ୍ଜନଗର ଡହ ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଉପରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଚଢାଉ ସମୟରେ ବ୍ରହ୍ମପୁର ର ବସନ୍ତ ବିହାର ଅଞ୍ଚଳରେ ପ୍ରାୟ ୩୫୫୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ତିନିତଳ ଘର ସହ ବ୍ରହ୍ମପୁର ସହର ଓ ଆସପାସରେ ୫ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି।

ଏହାସହ ପୋଲସରା ରେ ଥିବା ପୈତୃକ ଘରୁ ୧୮.୯୦ ଲକ୍ଷ ଟଙ୍କା ନଗଦ, ବସନ୍ତ ବିହାର ଘରୁ ୧୫.୧୩ ଲକ୍ଷ ଓ ଭଞ୍ଜନଗର ସରକାରୀ କ୍ୱାର୍ଟରରୁ ୩.୭୨ ଲକ୍ଷ ଟଙ୍କା ଜବତ ହୋଇଛି। ତଦୁପରି, ପ୍ରାୟ ୫୭ ଲକ୍ଷ ଟଙ୍କାର କଙ୍କ୍ରିଟ୍ ମିକ୍ସର ମେସିନ୍, ୩୭ ଲକ୍ଷ ଟଙ୍କାର ଜେସିବି ମେସିନ୍, ଏକ ଚାରିଚକିଆ ଗାଡ଼ି ଓ ୩ଟି ଦୁଇଚକିଆ ଯାନ ମଧ୍ୟ ଜବତ କରାଯାଇଛି।ନ ବ୍ୟାଙ୍କ ଓ ଡାକଘର ଜମା, ଅନ୍ୟାନ୍ୟ ନିବେଶ ଓ ସୁନା ଅଳଙ୍କାର ସମ୍ପର୍କରେ ତଦନ୍ତ ଚାଲିଥିବାବେଳେ ସମ୍ପତ୍ତିର ମୂଲ୍ୟାୟନ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା କରାଯାଉଛି।

ଏହି ଚଢାଉରେ ୩ ଜଣ ଡ଼ିଏସପି, ୭ ଜଣ ଇନ୍ସପେକ୍ଟର ସହ ଅନ୍ୟ କର୍ମଚାରୀମାନେ ନିୟୋଜିତ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଖୋଳତାଡ଼ ଜାରି ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.