ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସଂଜୟ ସିଂ କିଏ?

0

ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲା ସମେତ ଅନ୍ୟ ୫ଟି ମାମଲାର ତଦନ୍ତ ଦାୟିତ୍ୱରୁ ସମୀର ୱାଙ୍ଖଡେକୁ ହଟାଇଦେଇଛି ଏନସିବି । ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲା ଗୁଡିକୁ ଦିଲ୍ଲୀରେ ଏନସିବିକୁ ସ୍ଥାନାନ୍ତରିତ କରିଛି । ଏନସିବି ମୁଖ୍ୟାଳୟରେ ଡେପୁଟି ଡାଇରେକ୍ଟର ଜେନେରାଲ (ଅପରେସନ) ସିଂଜୟ ସିଂହଙ୍କ ଟିମ ଏହାର ଯାଞ୍ଚ କରିବେ । ଏହି ଟିମ ଆଜି ମୁମ୍ବାଇର ପହଞ୍ଚି ମାମଲାର ତଦନ୍ତ ଭାର ଗ୍ରହଣ କରିବ ।

ଏନସିବିର ଅପରେଟିଭ ୟୁନିଟ ସାରା ଦେଶରେ ରହିଛି ଏବଂ ଡିଡିଜି ସଂଜୟ କୁମାର ସିଂ ଏହାର ନେତୃତ୍ୱରେ ଅଛନ୍ତି ।ସଂଜୟ ସିଂହ ଓଡିଶା କ୍ୟାଡରର ୧୯୯୬ ବ୍ୟାଚ ଆଇପିଏସ ଅଧିକାରୀ । ସେ ଅତିରିକ୍ତ କମିଶନର ଭାବେ ଓଡିଶା ପୁଲିସରେ କାମ ଆରମ୍ଭ କରିଥିଲେ । ପରେ ସେ ଓଡିଶା ପୁଲିସରେ ଆଇଜି ଭୂମିକାରେ ନଜର ଆସିଥିଲେ । ଏହା ପରେ ସଂଜୟ ସିଂ ସିବିଆଇ ପାଇଁ ଅନେକ କାମ କରିଛନ୍ତି । ଏବେ ସେ ଡେପୁଟି ଡାଇରେକ୍ଟର ଜେନେରାଲ (ଅପରେସନ) ଭାବେ କାମ କରୁଛନ୍ତି । ଏନସିବିର ଏହି ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ଏନସିବି ଅପରେସନ ୟୁନିଟର ଏକ ଟିମ ମୁମ୍ବାଇରେ କ୍ୟାମ୍ପ କରିବେ ।

ଏନସିବିର ଉପ ମହାନିର୍ଦ୍ଦେଶକ (ଉତ୍ତର ପଶ୍ଚିମ ଜୋନ)ର ମୁଥା ଅଶୋକ ଜୈନ କହିଛନ୍ତି ଯେ, ଏହି କାର୍ଯ୍ୟ ଏକ ପ୍ରଶାସନିକ ଭିର୍ତ୍ତିରେ ନିଆଯାଇଛି । ଏବଂ ଏହି ୫ଟି ମାମଲାରେ ବ୍ୟାପକ ଏବଂ ଆନ୍ତରାଜ୍ୟ ପ୍ରଭାବ ରହିଥିବାରୁ ଏହାକୁ ଦିଲ୍ଲୀ ୟୁନିଟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସମୀର ୱାଙ୍ଖଡେ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଜାରି ରଖିବେ ।

ସମୀର ୱାଙ୍ଖଡେଙ୍କ ବିରୋଧରେ କିଛି ସାଂଘାତିକ ଅଭିଯୋଗ ଆସିବା ପରେ ଏପରି ପଦକ୍ଷେପ ନେଇଛି ଏନସିବି । ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ମାଗୁଥିବାର ଅଭିଯୋଗ ଆସିଥିଲା । ଏହା ପରେ ମହାରାଷ୍ଟ୍ର ସରକାରର ଜଣେ ମନ୍ତ୍ରୀ ୱାଙ୍ଖଡେଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତେବେ ଅନେକ ବାଦ ବିବାଦ ପରେ ତାଙ୍କୁ ମାମଲାରୁ ହଟାଇଦିଆଯାଇଛି । ଏନସିବିର ଏଭଳି ପଦକ୍ଷେପ ପରେ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି,ଏ ତ କେବଳ ଆରମ୍ଭ ମାତ୍ର ।

ସେପଟେ ସମୀର ୱାଙ୍ଖଡେ କହିଛନ୍ତି, ସେ ନିଜେ ଏହି ମାମଲାରୁ ତାଙ୍କୁ ହଟାଇଦେବା ପାଇଁ ଦାବି କରିଥିଲେ । ସେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ଏହି ମାମଲା ଦିଲ୍ଲୀ ଏନସିବିକୁ ଦିଆଯାଉ ବୋଲି ଆବେଦନ କରାଯାଇଥିଲା । ଏନସିବି ଆର୍ୟନ ଖାନ୍‌ଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଅକ୍ଟୋବର ୨ରେ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା । ଆର୍ୟନ ଅକ୍ଟୋବର ୩୦ରେ ଜେଲରୁ ବାହାରିଥିଲେ।

Leave A Reply

Your email address will not be published.