ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସସପେନ୍ସ ବଢ଼ିଲା: ଚତୃର୍ଥ ଦଳ କିଏ?

0

ନୂଆଦିଲ୍ଲୀ: ୟୁଏଇ ଓ ଓମାନରେ ଖେଳାଯାଉଥିବା ଟି ୨୦ ବିଶ୍ୱକପରେ ୩ଟି ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି। ଏବେ ଚତୃର୍ଥ ଦଳ ଭାବେ ସେମିଫାଇନାଲରେ କିଏ ପ୍ରବେଶ କରିବ ତାକୁ ନେଇ ସସପେନ୍ସ । ତେବେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନର ମ୍ୟାଚ ସ୍ଥିର କରିବ ଚତୃର୍ଥ ଦଳ ଭାବେ ସେମିଫାଇନାଲରେ କିଏ ପହଞ୍ଚିବ।

ଇଂଲଣ୍ଡ,ଅଷ୍ଟ୍ରେଲିଆ ଓ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି। ଶନିବାର ବିଜୟ ସତ୍ୱେ ମଧ୍ୟ କମ ରନ ରେଟ କାରଣରୁ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ମ୍ୟାଚରେ ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୬୦ରୁ ଅଧିକ ରନରେ ପରାସ୍ତ କରିଥାନ୍ତା ତେବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଥାନ୍ତା । କାରଣ ଦକ୍ଷିଣ ଆଫ୍ରିକାର ରନ ରେଟ ଅଷ୍ଟ୍ରେଲିଆଠୁ ଅଧିକ ହୋଇଥାନ୍ତା। ଦକ୍ଷିଣ ଆଫ୍ରିକା ଶେଷ ମ୍ୟାଚ ଜିତି ୫ ମ୍ୟାଚରୁ ୮ ପଏଂଟ ପାଇଥିଲେ ମଧ୍ୟ କମ ରନ ରେଟ କାରଣରୁ ସେମିଫାଇନାଲରୁ ବାଦ୍ ପଡିଛି।

ସେହିପରି ଗ୍ରୁପ-୨ରୁ ପାକିସ୍ତାନ ସେମି ଫାଇନାଲରେ ପହଞ୍ଚିସାରିଛି। ଆଜି ଗ୍ରୁପ ୨ରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଲେ ୪ ବିଜୟ ସହ ୮ ପଏଣ୍ଟ ପାଇଁ ସେମିଫାଇନାଲରେ ପହଞ୍ଚିବ। ନ୍ୟୁଜିଲାଣ୍ଡ ଜିତିଲେ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବ। ତେବେ ଯଦି ଆଫଗାନିସ୍ତାନ ମ୍ୟାଚ ଜିତିଯାଏ ତେବେ ଭାରତର ସେମିଫାଇନାଲ ଯିବା ଆଶା ଉଜ୍ବିବିତ ହେବ। କାରଣ ଗ୍ରୁପ ୨ରେ ଭାରତର ନେଟ୍‌ ରନ ରେଟ୍ ସବୁଠୁ ଅଧିକ ରହିଛି।

ଭାରତ ମଧ୍ୟ ନିଜର ଶେଷ ମ୍ୟାଚରେ ନାମିବିୟାକୁ ଭେଟିବ। ଏଥିରେ ଭାରତ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ଏମିତି ହେଲେ ଆଫଗାନିସ୍ତାନ, ଭାରତ ଓ ନ୍ୟୁଜିଲାଣ୍ଡ ସହିତ ସମସ୍ତ ପଏଣ୍ଟ ୬ରେ ସମାନ ରହିବ ଏବଂ ରନ ରେଟ ଆଧାରରେ ସ୍ଥିର ହେବ କେଉଁ ଦଳ ସେମିଫାଇନାଲରେ ଏଣ୍ଟ୍ରି କରିବ।

Leave A Reply

Your email address will not be published.