ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଗୁଜବ ପରେ ମୁହଁଖୋଲିଲେ ସେହନାଜ

0

ବିଗ ବସ ୧୪ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆକସ୍ମିକ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।ତାଙ୍କର ଫ୍ୟାନ୍ସ ଓ ପରିବାର ଲୋକଙ୍କ ସହିତ ବାନ୍ଧବୀ ସେହନାଜ ଗୀଲ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ । ସିଦ୍ଧାର୍ଥ ଚାଲିଯିବା ପରେ ସିଡନାଜ ଯୋଡି ଭାଙ୍ଗିଯିବା ଫ୍ୟାନ୍ସଙ୍କୁ ବହୁତ ଦୁଃଖ ଦେଇଥିଲା । ସେହନାଜ ସଂପୂର୍ଣ୍ଣ ଭାଙ୍ଗି ପଡିଥିବାବେଳେ ସିଦ୍ଧାର୍ଥଙ୍କ ପରିବାର ଲୋକ ଓ ଫ୍ୟାନ୍ସ ତାଙ୍କୁ ବହୁ ସପୋର୍ଟ କରିଥିଲେ ।

ବିଗ ବସ ୧୪ରୁ ଚର୍ଚ୍ଚାରେ ଥିବା ଏହି ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଆଉ ଏହି ଯୋଡ଼ିର ନାଁ ସିଡନାଜ ଦେଇଥିଲେ । ଦୁଇ ଜଣ ଅଧିକାଂଶ ସମୟ ଏକାଠି ରହିବା ପରେ ବି ଉଭୟଙ୍କ ମଧ୍ୟରେ ଭଲପାଇବା ଥିବା କହିନଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସେହନାଜ ବହୁତ ଦିନ ଧରି ଗଣମାଧ୍ୟମ ସାମନାକୁ ଆସିନଥିଲେ କି ଏନେଇ କୌଣସି କଥା ଖୋଲିକି କହିନଥିଲେ । ତେବେ ନିକଟରେ ଦୁଇ ଜଣଙ୍କ ବ୍ରେକଅପ ହୋଇଯାଇଥିଲା ବୋଲି ଖବର ଭାଇରାଲ ହେଉଛି । ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ସେହନାଜ ।

ଗଣମାଧ୍ୟମରେ ଏକ ସାକ୍ଷାତକାରରେ ସେହନାଜଙ୍କୁ ବ୍ରେକ ଅପ କଥା ପ୍ରଶ୍ନ ପଚରାଯାଇଥିଲା । ସେ କହିଥିଲେ, ମୋ ବ୍ରେକ ଅପ କେବେବି ହୋଇନଥିଲା । ଏହି କଥା ସେ ନିଜ ନୂଆ ଫିଲ୍ମ ‘ହୋଁସଲା ରଖ’ର ପ୍ରମୋସନ ଜରିଆରେ କହିଛନ୍ତି । ସେହନାଜ ଗିଲ ବହୁତ ଥର ବିଗବସ ସୋରେ ସିଦ୍ଧାର୍ଥଙ୍କୁ ନେଇ ନିଜ ଭଲପାଇବା କଥା କହିଛନ୍ତି । ସେ ସୋ’ରୁ ବାହାରିବା ପରେ ମଧ୍ୟ ସିଦ୍ଧାର୍ଥଙ୍କ ସହ ବହୁ ସମୟ ଏକାଠି ରହୁଥିଲେ । ଉଭୟଙ୍କୁ ବହୁ ପୋଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି । ସେହନାଜଙ୍କ ଆଉ ଏକ ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୁର୍ନଜନ୍ମ କଥା କହୁଛନ୍ତି । ସେହନାଜଙ୍କ କହିବା କଥା,ଜଣେ ମଣିଷର ମୃତ୍ୟୁ ପରେ ସେ ଆଉ ଥରେ ମଣିଷ ଭାବେ ଜନ୍ମ ନେଇଥାଏ । ସିଦ୍ଧାର୍ଥ ଶୁକ୍ଲା ବ୍ରହ୍ମକୁମାରୀଙ୍କ ଅନୁଗାମୀ ଥିଲେ । ଯେଉଁଥିରେ ଏହା ସତ୍ୟ ବୋଲି ବିଶ୍ୱାସ କରାଯାଏ ।

Leave A Reply

Your email address will not be published.