ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପାଣ୍ଡ୍ୟାଙ୍କ ୫କୋଟିର ଘଣ୍ଟା ଜବତ

0

ନୂଆଦିଲ୍ଲୀ: ଘଣ୍ଟାର ମୂଲ୍ୟ କୋଟି କୋଟି ଟଙ୍କା। ସବୁବେଳେ ନିଜ ଫ୍ୟାସନ ଓ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ମିଳିଛି ୫ କୋଟିର ଘଣ୍ଟା। ବିମାନବନ୍ଦରରେ ଯାଞ୍ଚ ପରେ ତାଙ୍କ ନିକଟରୁ ଏତେ ଟଙ୍କାର ଘଣ୍ଟା ମିଳିବା ପରେ ଏବେ ଏହକୁ ଜବତ କରିଛି କଷ୍ଟମ ବିଭାଗ।

ୟଏଇରେ ଆଇସିସି ଟି -୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ ଟିମ ସ୍ୱଦେଶ ଫେରିଛନ୍ତି। ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରେ ପାଣ୍ଡ୍ୟାଙ୍କୁ କଷ୍ଟମ ବିଭାଗ ଯାଞ୍ଚ କରୁଥିବା ସମୟରେ ତାଙ୍କ ପାଖରୁ ୫ କୋଟିର ଦୁଇଟି ଘଣ୍ଟା ମିଳିଛି। ତେବେ ଏହି ଘଣ୍ଟାକୁ ନେଇ ପାଣ୍ଡ୍ୟାଙ୍କୁ ପଚରାଉଚରା ପରେ ତାଙ୍କ ନିକଟରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା।

ପାଣ୍ଡ୍ୟାଙ୍କ ପାଖରେ ଏହି ଘଣ୍ଟାର କୌଣସି ବିଲ୍ ମଧ୍ୟ ନାହିଁ। ଏହା ପରେ କଷ୍ଟମ ବିଭାଗ ତାଙ୍କଠୁ କୋଟି କୋଟି ଟଙ୍କାର ଏହି ଘଣ୍ଟାକୁ ନେଇଯାଇଛନ୍ତି। ଏହି ମାମଲାର ବିଭାଗୀୟ ଯାଞ୍ଚ ବି ଆରମ୍ଭ କରିଦେଇଛନ୍ତି। ଏହା ପୂର୍ବରୁ ନଭେମ୍ବର ୨୦୨୦ ହାର୍ଦ୍ଦିକଙ୍କ ବଡ଼ ଭାଇ କୃଣାଳ ପାଣ୍ଡ୍ୟାଙ୍କ ମଧ୍ୟରୁ ଏକ ଘଣ୍ଟା ଜବତ କରାଯାଇଥିଲା। ଯାହାର ମୂଲ୍ୟ ବହୁତ ଅଧିକ ଥିଲା। ସେତେବେଳେ ତାଙ୍କୁ ରେଭେନ୍ୟୁ ଇଣ୍ଟେଲିଜେନ୍ସିର ଅଧିକାରୀମାନେ ଅଟକାଇଦେଇଥିଲେ। ପରେ ଏହି ମାମଲାକୁ କଷ୍ଟମ ବିଭାଗକୁ ହସ୍ତାନ୍ତାର କରାଯାଇଥିଲା।

Leave A Reply

Your email address will not be published.