ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଏକ୍ସପ୍ରେସ ୱେ’ରେ ଓହ୍ଲାଇବ ମୋଦୀଙ୍କ ବିମାନ

0

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ରାଜପଥକୁ ସର୍ମପଣ କରିବେ ପ୍ରଧାନମନ୍ତ୍ରୀ। ୩୪୦ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସ ୱେକୁ ବନାଇବାକୁ ଲାଗିଛି ୩୬ ମାସ। ଆଉ ଏଥିପାଇଁ ବ୍ୟୟ ହୋଇଛି ୨୨ ହଜାର ୫୦୦ କୋଟି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରୁ ଗାଜିପୁରକୁ ସଂଯୋଗ କରିବ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ। ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ବାୟୁସେନାର ଏୟାର ସୋ। ମିରାଜ୨୦୦୦,ସୁଖୋଇ-୩୦, ଏବଂ ଜାଗୁଆର ଭଳି ଲଢୁଆ ବିମାନଙ୍କ ଶକ୍ତି ପ୍ରଦର୍ଶନ କରିବେ।

କିନ୍ତୁ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ହରକୁଲସ ବିମାନରେ ପୂର୍ବାଞ୍ଚଳ ଏକ୍ସପ୍ରେସ ମଧ୍ୟରେ ନିର୍ମିତ ଏହି ଏୟାର ଷ୍ଟ୍ରିପରେ ଅବତରଣ କରିବେ। ଉଦଘାଟନ ପୂର୍ବରୁ ପରୀକ୍ଷାମୂଳଳ ଭାବେ ଏକ୍ସପ୍ରେସ ୱେରେ ବାୟୁସେନା ବିମାନ ଅବତରଣ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଏୟାରଷ୍ଟ୍ରିପ ପରିଦର୍ଶନ କରି କହିଛନ୍ତି ଯେ, ଏହା ପୂର୍ବାଞ୍ଚଳର ବିକାଶର ଦ୍ୱାର ଖୋଲିବ। ଏହାଦ୍ୱାରା ଉତ୍ତରପ୍ରଦେଶ ଓ ବିହାର ଦୁଇ ଜଣଙ୍କୁ ଫାଇଦା ହେବ। ଏହା ଡବଲ ଇଞ୍ଜିନ ସରକାରଙ୍କ ତରଫରୁ ଉପହାର ମଧ୍ୟ ହେବ।

ତେବେ ଏହି ଏକ୍ସପ୍ରେସ ୱେ ଦ୍ୱାରା ୩୪୦ କିମି ରାସ୍ତାକୁ ମାତ୍ର ୬ ଘଣ୍ଟାରେ ଅତିକ୍ରମ କରିହେବ। ଲକ୍ଷ୍ନୌରୁ ଆରମ୍ଭ ହୋଇ ବାରବାଙ୍କି, ଫୈଜାବାଦ, ଆମ୍ବେଦଫରନଗର, ଆମେଥି, ସୁଲତାନପୁର,ଆଜମଗଡ଼,ମଉଁ ହେଇ ଗାଜିପୁରରେ ପହଚାଂଇବ ଏହି ଏକ୍ସପ୍ରେସ ୱେ। ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ ପୂର୍ବରୁ ଏହ ଦାବି କରିଛନ୍ତି ଯେ, ଏହି ଏକ୍ସପ୍ରେସ ୱେ ତାଙ୍କ ଚିନ୍ତାଧାରାର ଫଳାଫଳ। ଏପରିକି ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ ଫଟୋ ଟୁଇଟ କରିଛନ୍ତି; ଯେଉଁଥିରେ ସେ ଏହାର ଶିଳାନ୍ୟାସ କରୁଥିବାର ଦେଖିବାକୁ ମିଳିଛି। ତେବେ ଯୋଗୀ ଆଦିତ୍ୟନାଥ ଅଖିଳେଶ କରିଥିବା ଦାବିକୁ ପ୍ରତ୍ୟାଖାନ କରିଥିଲେ। ସେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶିଳାନ୍ୟାସ କରିଥିଲେ ଏବଂ ସେ ଏହାର ଉଦଘାଟନ କରିବେ।

Leave A Reply

Your email address will not be published.