ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

କଟକଣା ଲାଗିଲା, ସଙ୍କଟ ଟଳିଲାନି

0

ଦିଲ୍ଲୀରେ ପ୍ରଦୂଷଣ କମିବାର ନାଁ ନେଉନି । ଆଜି ବି ବାୟୁ ପ୍ରଦୂଷଣର ସ୍ତର ଅତି ଖରାପ ରହିଛି। ଆଜି ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସ୍ତର (ଏକ୍ୟୁଆଇ) ୩୬୨ ଥିଲା ।ଯାହା ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଅନ୍ୟପଟେ ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । ବୁଧବାର ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟକୁ ଏନେଇ ତାଗିଦ୍ କରିଛନ୍ତି । ଦିଲ୍ଲୀଏନସିଆରରେ ପ୍ରଦୂଷଣ ହ୍ରାସ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । କିନ୍ତୁ ଏବେ ଯାଏଁ ସ୍ଥିତିରେ କୌଣସି ସୁଧାର ଦେଖିବାକୁ ମିଳିନାହିଁ ।

ପ୍ରଦୂଷଣ ସ୍ତର କମାଇବା ପାଇଁ ସୀମାରେ ଟ୍ରକକୁ ଅଟକାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଟିକିରି ସୀମାରେ ପୁଲିସ ଯାଂଚ କଡାକଡି କରିବା ସହ ଟ୍ରକ ଗୁଡିକୁ ଅଟକାଇ ରଖୁଛି । ବୁଧବାର ଦିନ ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି ଆସନ୍ତା ୨୧ ଯାଏଁ ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ଟ୍ରକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଟ୍ରକକୁ ପ୍ରବେଶ ପାଇଁ ଅନୁମତି ରହିଛି ।

ନଜର ପକାନ୍ତୁ ପ୍ରଦୂଷଣ ପାଇଁ ଦିଲ୍ଲୀ-ଏନସିଆରରେ କ’ଣ କ’ଣ ପଦକ୍ଷେପ ନିଆଯାଇଛି ।
() ଦିଲ୍ଲୀରେ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସ୍କୁଲ,କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
() ଦିଲ୍ଲୀରେ ସରକାରୀ ଅଫିସରେ ୧୦୦ % ଓ ଘରୋଇ ଅଫିସରେ ୫୦ % ୱାର୍କ ଫର୍ମ ହୋମରେ କାମ ହେବ ।
() ନଭେମ୍ବର ୨୧ ଯାଏଁ ସମସ୍ତ ନିର୍ମାଣ କାମ ଉପରେ ରୋକ୍ ଲଗାଯାଇଛି ।
() ଅତ୍ୟାବଶ୍ୟକ ସାମଗ୍ରୀ ଆଣୁଥିବା ଟ୍ରକ ବ୍ୟତୀତ ଅନ୍ୟ ସମସ୍ତ ଟ୍ରକର ଚଳାଚଳ ଉପରେ କଟକଣା ।
() ଦିଲ୍ଲୀରେ ମେଟ୍ରୋ ଓ ବସରେ ଛିଡା ହୋଇ ଯିବାକୁ ଅନୁମତି ।
() ପେଟ୍ରୋଲର ୧୫ ବର୍ଷ ପୁରୁଣା ଗାଡି ଓ ୧୦ ବର୍ଷ ପୁରୁଣା ଡିଜେଲ ଗାଡି ଚଳାଚଳ ଉପରେ କଟକଣା ।
() ଦିଲ୍ଲୀରୁ ୩୦୦ କିଲୋମିଟର ଭିତରେ ପଡୁଥିବା ୧୧ରୁ ୬ଟି ଥର୍ମାଲ ପାୱାର ପ୍ଲାଣ୍ଟ ନଭେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ।
() ପଞ୍ଜାବରେ ଚାଷର ଅବଶିଷ୍ଟ ଅଂଶ(ନଡ଼ା) ଜାଳୁଥିବା ଚାଷୀଙ୍କ ବିରୋଧରେ ଅଢେଇ ହଜାରରୁ ୧୫ ହଜାର ଯାଏଁ ଜରିମାନା ଲାଗିପାରେ ।
() କେନ୍ଦ୍ର ସରକାର ୱାର୍କ ଫର୍ମ ହୋମ କରିବାକୁ ମନା କରିଦେଇଛନ୍ତି ।ହେଲେ କେନ୍ଦ୍ରୀୟ କର୍ମଚାରୀଙ୍କୁ କମ ଗାଡି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.