ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଆଜି ଗୁଗୁଲ ଫର ଇଣ୍ଡିଆ ଇଭେଣ୍ଟ

0

ନୂଆଦିଲ୍ଲୀ: ପ୍ରତିବର୍ଷ ଗୁଗୁଲ ଭାରତରେ ଗୁଗୁଲ ଫର ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ କରିଥାଏ। ଏହା ମାଧ୍ୟମରେ କମ୍ପାନି ଭାରତକୁ ନେଇ ବିଭିନ୍ନ ଯୋଜନା ବିଷୟରେ କହିଥାଏ। ଭାରତୀୟ ୟୁଜର୍ସଙ୍କ ପାଇଁ କିଛି ନୂଆ ଫିଚର୍ସ ମଧ୍ୟ ଉପସ୍ଥାପିତ କରାଯାଇଥାଏ।

ଏଥର ଗୁଗୁଲ ଫର ଇଣ୍ଡିଆ ଇଭେଣ୍ଟ ଆଜିଠୁ ଆରମ୍ଭ ହେଉଛି।ଏହା ଗୁଗୁଲର ସପ୍ତମ ଗୁଗୁଲ ଫର ଇଣ୍ଡିଆ ଇଭେଣ୍ଟ। କରୋନା ପରେ ଭର୍ଚୁଆଲ ମାଧ୍ୟରେ ଏହି
ଇଭେ ଆୟୋଜନ କରାଯାଉଛି। ଆପଣ ଏହାର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ। ସେହି କଥା ଅଲଗା ଯେ, ଗୁଗୁଲ ଭାରତରେ ତାର ପିକ୍ସେଲ ସ୍ମାର୍ଟଫୋନ ଲଂଚ କରିନାହିଁ। କିନ୍ତୁ ପ୍ରତିବର୍ଷ କମ୍ପାନି ଭାରତ ପାଇଁ ଇଭେଂଟ ଆୟୋଜନ କରିଥାଏ।

ପିକ୍ସେଲ ୬ ସିରିଜ ଭାରତରେ ଲ କରାଯିବ ନାହିଁ। ଏହା କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେଥିପାଇଁ ଯଦି ଆପଣ ଭାବୁଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ଭାରତ ପାଇଁ ପିକ୍ସେଲ ଲ କରାଯିବ ତେବେ ତାହା ଭୁଲ ଅଟେ। ସୂଚନା ଅନୁସାରେ, ଗୁଗୁଲ ଫର ଇଣ୍ଡିଆ ଇଭେ ସମୟରେ କମ୍ପାନି ଭାରତ ପାଇଁ
ପେମେଣ୍ଟ ପ୍ଲାଟଫର୍ମ ‘ତେଜ’ ଘୋଷଣା କରିଥିଲା । ଯାହା ପରେ ‘ଗୁଗୁଲ ପେ’ ପରିବର୍ତ୍ତନ କରାଯାଇଥିଲା।

ଏଥର ପୁଣି କମ୍ପାନି ଭାରତୀୟ ୟୁଜର୍ସଙ୍କୁ ଧ୍ୟାନରେ ରଖି, ନିଜ ପ୍ରଡକ୍ଟସର ନୂଆ ଫିଚର୍ସ ଦେବ। ଇଭେଣ୍ଟ ଶୁଭାରମ୍ଭ ଆଜି ସକାଳ ୧୦ଟାରୁ ହେବ। ଗୁଗୁଲ କହିଛି
ଯେ, ଆମେ ଏକାଠି ଏତେ ବାଟ ଆସିଛେ। ଏଥର ଆମେ ଅଧିକ ପ୍ରଡକ୍ଟସ ଅପଡେଟ, ଅଧିକ ଟେକ୍ନୋଲୋଜି ଇନୋଭେସନ୍ସ ଏବଂ ଭାରତର ଡିଜିଟାଲ ଯାତ୍ରା
ପାଇଁ ପ୍ରତିଶୁତି ସହ ହାଜର ହେଉଛୁ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଟେଲିକମ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଅଂଶଗ୍ରହଣ କରିବେ। ଗୁଗୁଲ ତରଫରୁ ଗୁଗୁଲ ଇଣ୍ଡିଆର
ଭାଇସ ପ୍ରେସିଡେଣ୍ଟ ସଂଜୟ ଗୁପ୍ତା ଉପସ୍ଥିତ ରହିବେ। ଏହି ଇଭେ କୁ ୟ୍ରୁଟ୍ୟୁବ ମାଧ୍ୟମରେ ଲାଇଭ ଦେଖିହେବ। ଗୁଗୁଲ ଫର ଇଣ୍ଡିଆ ଇଭେ ୨୦୧୫ରେ ଆରମ୍ଭ ହୋଇଥିଲା। ଏବଂ ସେବେଠାରୁ ଏହା ଜନସାଧାରଣଙ୍କ ସହ ଯୋଡି ହେବା ପାଇଁ ପ୍ରୟାସ ଜାରି ରଖିଛି । ଗୁଗୁଲ ବର୍ତମାନ ୪୦୦ରୁ ଅଧିକ ଭାରତୀୟ ରେଳଷ୍ଟେସନରେ ମାସିକ ୭.୫ ନିୟୁତ ଉପଭୋକ୍ତା ସହିତ ମାଗଣା ୱାଇଫାଇ ପ୍ରଦାନ କରୁଛି ।

Leave A Reply

Your email address will not be published.