ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

କଟକଣା ହଟିଲା ବୋଲି ଜଣାଇଲେ

0

ଭୁବନେଶ୍ବର: ପୁଣି କମ୍ପିବ ଯାତ୍ରା ପେଣ୍ଡାଲ।କଳାକାରଙ୍କ ଡାଏଲଗରେ ଉଠିବ ପଡିବ ମଞ୍ଚ। ଦୀର୍ଘ ଦିନ ପରେ ପୁଣି ଯାତ୍ରା ମଂଚରେ ଦେଖିବାକୁ ମିଳିବ କଳାକାରଙ୍କ ଅଭିନୟ। ରାଜ୍ୟରେ ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରା, ଅପେରା ,ମେଲୋଡି ଓ ଡ୍ରାମାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହା ସହ ଶାସ୍ତ୍ରୀୟ ନୃତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତାକୁ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଆଜିଠୁ ଏହି ନୂଆ ଗାଇଡଲାଇନ ଜାରି କରାଯିବ।

କୋଭିଡ ଗାଇଡଲାଇନ ଅନୁଯାୟୀ, ଖୋଲାପଡିଆରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ୨ହଜାର ଦର୍ଶକ ସାମିଲ ହୋଇପାରିବେ। ସେହିପରି ଆବଦ୍ଧ
କୋଠରୀ ଭିତରେ କେବଳ ୫୦ ପ୍ରତିଶତ ଦର୍ଶକ ଉପସ୍ଥିତ ରହିବାକୁ ଅନୁମତି ମିଳିଛି। ସେହିପରି ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲିପାରିବ ସିନେମା ଓ ଥିଏଟର। କିନ୍ତୁ କୋଭିଡ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି। ସାମାଜିକ ଦୂରତା ରହିବ। ସିଟ ମଧ୍ୟରେ ୬ ଫୁଟର ଦୂରତା ରହିବ । ଏହା ସହ ଯାତ୍ରା,ଅପେରା ଦେଖିବାକୁ ଯାଉଥିବା ଦର୍ଶକ ଦୁଇଟି ଡୋଜ ଟିକା ନେଇଥିବା ଜରୁରୀ। ନଚେତ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବେ।

ସେହିପରି ମେଲୋଡି ,ଯାତ୍ରାରେ ଗୁଟୁଖା ଖାଇବା ମନା କରାଯାଇଛି। ତେବେ ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ସଂକ୍ରମଣ ମାମଲା ଏବେ କମିବା ପରେ ପୁଣି ପୂର୍ବ ପରି ସ୍ଥିତି ଧୀରେ ଧୀରେ ଫେରୁଛି। ସ୍କୁଲ, କଲେଜ ମଧ୍ୟ ଖୋଲିସାରିଛି। କେବେଳ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ଖୋଲାଯିବା ନେଇ ବିଚାର ଚାଲିଛି। ମହାମାରୀ ପାଇଁ ଦୀର୍ଘଦିନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ବେଳେ
କଳାକାର ମାନେ ଯାତ୍ରା,ଅପେରା,ମେଲୋଡିକୁ ଅନୁମତି ଦେବା ପାଇଁ ବାରମ୍ବାର ରାସ୍ତାକୁ ଓହ୍ଲାଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବାରୁ ପରିବାର ଚଳାଇବା କଳାକାରଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା। ଶେଷରେ କଳାକାରଙ୍କ ଦୁଃଖ ବୁଝିଛନ୍ତି ସରକାର।

Leave A Reply

Your email address will not be published.