ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ! ଘେରିଲା ବିଜେପି

0

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଦ୍ଧୁଙ୍କ ପୁଣି ଥରେ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଛି । ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କୁ ବଡ଼ ଭାଇ ବୋଲି କହିଛନ୍ତି । ସେ କହିଛନ୍ତି ଇମରାନ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଇମରାନ ମଧ୍ୟ ନିକଟରେ କରତାରପୁର କରିଡରକୁ ନେଇକି ସିଦ୍ଧୁଙ୍କୁ ପ୍ରଶଂସା କରିଥିଲେ ।ଇମରାନଙ୍କୁ ନେଇ ସିଦ୍ଧୁ ଏଭଳି କଥା ସେତେବେଳେ କହିଛନ୍ତି ଯେତେବେଳେ ସେ କରତାରପୁର ସାହିବ ଗସ୍ତରେ ଅଛନ୍ତି ।

ସିଦ୍ଧୁ ଆଜି ପାକିସ୍ତାନ କରତାରପୁର ସ୍ଥିତ ଗୁରୁଦ୍ୱାର ଦରବାରରେ ସାହିବଙ୍କ ଦର୍ଶନ ପାଇଁ ଗୁରୁଦାସପୁର ଡେରା ବାବା ନାନକ ସ୍ଥିତ କରତାରପୁର ଚେକ୍ ପୋଷ୍ଟରେ ପହଞ୍ଚି ଥିଲେ ।ଏହି ସମୟରେ ସିଦ୍ଧୁଙ୍କ ସହ ତାଙ୍କର କିଛି ଘନିଷ୍ଠ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନ ପିଏମୟୁର ସିଇଓ ମହମ୍ମଦ ଲତିଫ ତାଙ୍କୁ ସ୍ୱାଗତ କରିବା ସହ ଇମରାନଙ୍କ ତରଫରୁ ଶୁଭେଚ୍ଛା ଜଣାଇଥିଲେ । ଏହା ପରେ ସିଦ୍ଧୁ ଇମରାନଙ୍କୁ ତାଙ୍କର ବଡ଼ଭାଇ ବୋଲି କହିବା ସହ ତାଙ୍କୁ ବହୁତ ଭଲ ପାଆନ୍ତା ବୋଲି କହିଥିଲେ ।

ସିଦ୍ଧୁଙ୍କ ଏଭଳି ବୟାନ ପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସମ୍ବିତ ପାତ୍ର କହିଛନ୍ତି, ସିଦ୍ଧୁଙ୍କ ବୟାନ କୌଣସି ସଂଯୋଗ ନୁହେଁ ।ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ସିଦ୍ଧୁ ଇମରାନଙ୍କୁ ବଡ଼ ଭାଇ ବୋଲି କହିଛନ୍ତି । ଏହା ସହ ସମ୍ବିତ କହିଛନ୍ତି, ହିନ୍ଦୁଙ୍କ ମଧ୍ୟରେ କଂଗ୍ରେସ ନେତାଙ୍କୁ ବୋକୋ ହାରାମ, ଆଇଏସଆଇଏସ ଆତଙ୍କବାଦୀ ଦିଶୁଛନ୍ତିା ସିଦ୍ଧୁଙ୍କୁ ଭାଇ କରିଥିଲେ ପ୍ରିୟଙ୍କା ଗାନ୍ଧୀ । ଆଉ ଏବେ ସିଦ୍ଧୁ ଇମରାନଙ୍କୁ ବଡ଼ ଭାଇ ବୋଲି କହୁଛନ୍ତି ।ସିଦ୍ଧୁ ଯାହା କହିଛନ୍ତି ତାହା ହିନ୍ଦୁସ୍ତାନ ଲୋକଙ୍କ ପାଇଁ ଚିନ୍ତାର ବିଷୟ ।

ତେବେ ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେବା ସିଦ୍ଧୁଙ୍କ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁ ସାମିଲ ହୋଇଥିଲେ । ସେତେବେଳେ ସିଦ୍ଧୁଙ୍କ ବାହାନାରେ କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା । ସିଦ୍ଧୁଙ୍କ ନାଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ନେଇ ଯେତେବେଳେ ଚର୍ଚ୍ଚା ହୋଇଥିଲା ସେତେବେଳେ ଅମରିନ୍ଦର ସିଂ କହିଥିଲେ ସିଦ୍ଧୁଙ୍କ ପାକିସ୍ତାନ ଲିଙ୍କ ରହିଛି । ସେ ମୁଖ୍ୟମନ୍ତ୍ରୀ ହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।

କଂଗ୍ରେସ ଦଳ ପକ୍ଷରୁ ୫୦ ଜଣଙ୍କର ଏକ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ପାଖକୁ ପଠାଯାଇଥିଲା । ୫୦ ଜଣଙ୍କୁ ତିନି ଭାଗରେ ବିଭକ୍ତ କରି କରତାରପୁର ସାହିବ ଯିବାକୁ ଅନୁମତି ଦିଆଯାଇଥିଲା । ଏହାପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ଦୁଇ କ୍ୟାବିନେଟ ମନ୍ତ୍ରୀ ମନପ୍ରୀତ ବାଦଲ ଓ ବିଜୟାନ୍ଦ୍ର ସିଙ୍ଗଲାଙ୍କ କିଛି ବିଧାୟକ କରତାରପୁର ସ୍ଥିତ ଗୁରୁଦ୍ୱାରକୁ ଯାଇଥିଲେ ।

Leave A Reply

Your email address will not be published.