ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଆତଙ୍କୀଙ୍କୁ ଧରିବାକୁ ଘେରାବନ୍ଦୀ..ଜଣେ ନିହତ

0

ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀର ପରିଚୟ ଜଣାପଡିନି । ମିଳିଥିବା ସୂଚନା ଅନୁସାରେ, ଏହି ଅ ଳରେ ଆଉ ଆତଙ୍କବାଦୀ ଲୁଚି କି ରହିଛନ୍ତି । ବହୁ ସଂଖ୍ୟାର ଯବାନ ମାନେ ଏହି ଅଂଚଳକୁ ଘେରାବନ୍ଦୀ କରିଦେଇଛନ୍ତି । ଆତଙ୍କୀମାନେ ଏହି ଅଂଚଳରୁ ଯେପରି ବାହାରିପାରିବେନି ସେଥିପାଇଁ ପୁରା ଅଂଚଳକୁ ଘେରା ବନ୍ଦୀ କରି ଜଗି ରହିଛନ୍ତି ଯବାନ । ସମସ୍ତ ରାସ୍ତାକୁ ବନ୍ଦ କରିଦେଇଛନ୍ତି ।

ଯେମିତି ହିଁ ଆତଙ୍କବାଦୀ ମାନେ ଲୁଚିରହିଥିବା ଖବର ମିଳିଥିଲା ସୁରକ୍ଷାକର୍ମୀ ମାନେ ସାଙ୍ଗେ ସାଙ୍ଗେ ସେ ଅଞ୍ଚଳରେ ପହଞ୍ଚି ଅପରେସନ ଆରମ୍ଭ କରିଦେଇଥିଲେ । ଯବାନଙ୍କ ପକ୍ଷରୁ ଯେତେବେଳେ ଆତଙ୍କୀଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତାର କରିବାକୁ କୁହାଯାଇଥିଲା । ସେତେବେଳେ ସେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ । ଯାହା ପରେ ଯବାନ ମାନେ ଗୁଳିମାଡ଼ କରି ଜବାବ ଦେଇଥିଲେ । ଯେଉଁଥିରେ ଜଣେ ଯବାନର ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ସେନାଙ୍କୁ ବୁଧବାର ବଡ଼ ସଫଳତା ମିଳିଥିଲା ଦୁଇଟି ଅଲଗା ଅଲଗା ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସେନା ନିହତ କରିଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ଟିଆରଏଫ ଓ ଦୁଇ ଜଣ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ରହିଥିଲେ । ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

Leave A Reply

Your email address will not be published.