ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ନୂଆ ଭାରତ ତିଆରି କରିବା ବାଟରେ; ନା ଆଉ କିଛି

0

ଲକ୍ଷ୍ନୌ: ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ଏବେ ବିଜେପି ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କଲାଣି। ଏଥିଲାଗି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆଜି ଉଭୟଙ୍କର ଗୋଟିଏ ଫଟୋ ଯୋଗୀ ଆଦିତ୍ୟନାଥ ଟ୍ବିଟ୍ କରିବା ପରେ ଭାରତ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଉଭୟ ଏହି ଫଟୋରେ ଗଭୀର ବାର୍ତ୍ତାଳାପ ଚଳାଇଛନ୍ତି। କେବଳ ସେତିକି ନୁହେଁ, ଯୋଗୀ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ଏକ ନୂତନ ଭାରତ ପାଇଁ ସେମାନଙ୍କର ଦୃଷ୍ଟିଭଙ୍ଗୀର ଏହା ଅଂଶବିଶେଷ।

ରାଜନୈତିକ ମହଲ କିନ୍ତୁ ପ୍ରସଙ୍ଗକୁ ଭିନ୍ନ ଦୃଷ୍ଟିରୁ ଦେଖୁଛନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ମୋଦୀଙ୍କ ଫଟୋ ଯୋଗୀଙ୍କୁ ଦରକାର ପଡ଼ିଲା ସେ ଖିଅ ସଂଗ୍ରହରେ ସେମାନେ ବ୍ୟସ୍ତ ଅଛନ୍ତି। ମୋଦୀଙ୍କ ସହିତ ଦୂରତା ବଢ଼ୁଥିବା ଚର୍ଟ୍ଟା ବଢିବା ପରେ ଯୋଗୀ ଯେଉଁ ଚାପରେ ଥିଲେ, ତାହାର ଭରଣା ପାଇଁ ଏହା ଏକ କସରତ କି? ନା ଆଉ କିଛି ଏହାର କାରଣ ତାହା ଉପରେ ଏବେ ଏହି ମହଲ ତର୍ଜମା ଚଳାଇଛନ୍ତି।

ଶୁକ୍ରବାର ଦିନ ବୁନ୍ଦେଲଖଣ୍ଡ ଅଞ୍ଚଳରେ ୬୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭରୁ ସହିତ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶକୁ ତିନି ଦିନିଆ ଗସ୍ତରେ ଆସିଛନ୍ତି। ଏହା ପରେ ସେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦୁଇ ଦିନିଆ ସମ୍ମିଳନୀରେ ଯୋଗଦେବା ପାଇଁ ଲକ୍ଷ୍ନୌ ଯାତ୍ରା କରିଥିଲେ।

ଉତ୍ତରପ୍ରଦେଶ ପାଇଁ ନିର୍ବାଚନୀ ବିଗୁଲ ବଜାଇ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଆଦିତ୍ୟନାଥଙ୍କ ଉପସ୍ଥିତିରେ ପୁରଭାନଚାଲ୍ ଏକ୍ସପ୍ରେସୱେକୁ ଉଦଘାଟନ କରି କହିଥିଲେ ଯେ ଉତ୍ତରପ୍ରଦେଶ ପୂର୍ବରୁ “ମାଫିଆ ଏବଂ ଦାରିଦ୍ର୍ୟର ଏକ କେନ୍ଦ୍ର” ଥିଲା। କିନ୍ତୁ ଏକ୍ସପ୍ରେସୱେ ରାଜ୍ୟ ବିକାଶର ସାକ୍ଷୀ ଅଟେ।

ଏଠାରେ ଉଲ୍ଲେଖଥାଉକି, ୨୦୧୭ ବିଧାନସଭା ନିର୍ବାଚନରେ ଯେଉଁ ୭୮ଟି ଆସନରେ ​​ବିଜେପି ନିଜେ ଏବଂ ଏହାର ସହଯୋଗୀ ଦଳ ହାରିଥିଲା ସେସବୁକୁ ପାଇବାକୁ ବିଜେପି ଧ୍ୟାନ ଦେଉଛି। ସିଏମ୍ ଆଦିତ୍ୟନାଥ ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକ ପରିଦର୍ଶନ କରି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ବିଜେପିର ସୂତ୍ର ଅନୁଯାୟୀ, ଆଦିତ୍ୟନାଥ ଏପର୍ଯ୍ୟନ୍ତ ୧୯ ଟି ନିର୍ବାଚନମଣ୍ଡଳୀରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଏବଂ ସେ ଆଗାମୀ ଦିନରେ ଅବଶିଷ୍ଟ ସିଟ୍ ପରିଦର୍ଶନ କରିବେ। ୨୦୨୨ ମସିହାରେ ଅନ୍ତତଃ ପକ୍ଷେ ଏହି ୭୮ଟିରୁ ୫୫ ଟି ସିଟ୍ ଜିତିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.