ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ନୂଆ ଭାରତ ତିଆରି କରିବା ବାଟରେ; ନା ଆଉ କିଛି

0

ଲକ୍ଷ୍ନୌ: ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ଏବେ ବିଜେପି ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କଲାଣି। ଏଥିଲାଗି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆଜି ଉଭୟଙ୍କର ଗୋଟିଏ ଫଟୋ ଯୋଗୀ ଆଦିତ୍ୟନାଥ ଟ୍ବିଟ୍ କରିବା ପରେ ଭାରତ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଉଭୟ ଏହି ଫଟୋରେ ଗଭୀର ବାର୍ତ୍ତାଳାପ ଚଳାଇଛନ୍ତି। କେବଳ ସେତିକି ନୁହେଁ, ଯୋଗୀ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ଏକ ନୂତନ ଭାରତ ପାଇଁ ସେମାନଙ୍କର ଦୃଷ୍ଟିଭଙ୍ଗୀର ଏହା ଅଂଶବିଶେଷ।

ରାଜନୈତିକ ମହଲ କିନ୍ତୁ ପ୍ରସଙ୍ଗକୁ ଭିନ୍ନ ଦୃଷ୍ଟିରୁ ଦେଖୁଛନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ମୋଦୀଙ୍କ ଫଟୋ ଯୋଗୀଙ୍କୁ ଦରକାର ପଡ଼ିଲା ସେ ଖିଅ ସଂଗ୍ରହରେ ସେମାନେ ବ୍ୟସ୍ତ ଅଛନ୍ତି। ମୋଦୀଙ୍କ ସହିତ ଦୂରତା ବଢ଼ୁଥିବା ଚର୍ଟ୍ଟା ବଢିବା ପରେ ଯୋଗୀ ଯେଉଁ ଚାପରେ ଥିଲେ, ତାହାର ଭରଣା ପାଇଁ ଏହା ଏକ କସରତ କି? ନା ଆଉ କିଛି ଏହାର କାରଣ ତାହା ଉପରେ ଏବେ ଏହି ମହଲ ତର୍ଜମା ଚଳାଇଛନ୍ତି।

ଶୁକ୍ରବାର ଦିନ ବୁନ୍ଦେଲଖଣ୍ଡ ଅଞ୍ଚଳରେ ୬୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭରୁ ସହିତ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶକୁ ତିନି ଦିନିଆ ଗସ୍ତରେ ଆସିଛନ୍ତି। ଏହା ପରେ ସେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦୁଇ ଦିନିଆ ସମ୍ମିଳନୀରେ ଯୋଗଦେବା ପାଇଁ ଲକ୍ଷ୍ନୌ ଯାତ୍ରା କରିଥିଲେ।

ଉତ୍ତରପ୍ରଦେଶ ପାଇଁ ନିର୍ବାଚନୀ ବିଗୁଲ ବଜାଇ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଆଦିତ୍ୟନାଥଙ୍କ ଉପସ୍ଥିତିରେ ପୁରଭାନଚାଲ୍ ଏକ୍ସପ୍ରେସୱେକୁ ଉଦଘାଟନ କରି କହିଥିଲେ ଯେ ଉତ୍ତରପ୍ରଦେଶ ପୂର୍ବରୁ “ମାଫିଆ ଏବଂ ଦାରିଦ୍ର୍ୟର ଏକ କେନ୍ଦ୍ର” ଥିଲା। କିନ୍ତୁ ଏକ୍ସପ୍ରେସୱେ ରାଜ୍ୟ ବିକାଶର ସାକ୍ଷୀ ଅଟେ।

ଏଠାରେ ଉଲ୍ଲେଖଥାଉକି, ୨୦୧୭ ବିଧାନସଭା ନିର୍ବାଚନରେ ଯେଉଁ ୭୮ଟି ଆସନରେ ​​ବିଜେପି ନିଜେ ଏବଂ ଏହାର ସହଯୋଗୀ ଦଳ ହାରିଥିଲା ସେସବୁକୁ ପାଇବାକୁ ବିଜେପି ଧ୍ୟାନ ଦେଉଛି। ସିଏମ୍ ଆଦିତ୍ୟନାଥ ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକ ପରିଦର୍ଶନ କରି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ବିଜେପିର ସୂତ୍ର ଅନୁଯାୟୀ, ଆଦିତ୍ୟନାଥ ଏପର୍ଯ୍ୟନ୍ତ ୧୯ ଟି ନିର୍ବାଚନମଣ୍ଡଳୀରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଏବଂ ସେ ଆଗାମୀ ଦିନରେ ଅବଶିଷ୍ଟ ସିଟ୍ ପରିଦର୍ଶନ କରିବେ। ୨୦୨୨ ମସିହାରେ ଅନ୍ତତଃ ପକ୍ଷେ ଏହି ୭୮ଟିରୁ ୫୫ ଟି ସିଟ୍ ଜିତିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.