ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ପରେଡ ବେଳେ ମାଡିଗଲା କାର

0

ଖ୍ରୀଷ୍ଟମାସ ପରେଡ ଭିତରେ ମାଡିଗଲା କାର । ଆମେରିକା ୱିସକୋସିନରେ ଏଭଳି ଅଘଟଣ ଘଟିଛି । କାର ମାଡି ଯିବାରୁ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଛୋଟଛୁଆ ମଧ୍ୟ ଅଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି, କାହାର ମୃତାହତ ର ଖବର ଆସିନାହିଁ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପରେଡ ଚାଲୁଥିବା ବେଳେ ହଠାତ ଏକ ନାଲି ରଙ୍ଗର କାର ଦ୍ରୁତ ଗତିରେ ମାଡିଆସିଥିଲା । ପରେଡ ଦେଖିବାକୁ ବହୁ ଲୋକଙ୍କ ଭିଡ ଜମିଥିବା ବେଳେ କାରଟି ଲୋକଙ୍କୁ ଧକ୍କା ଦେଇଥିଲା । ତେବେ ପୁଲିସ ଗାଡି ଡ୍ରାଇଭରଙ୍କୁ ହେପାଜତକୁ ନେଇଛି । କିନ୍ତୁ ଏଯାଏଁ ଗିରଫ କରାଯାଇନାହିଁ । ପୁଲିସ ଘଟଣାର ତଦନ୍ତ ଅଲଗା ଅଲଗା ଦିଗରୁ କରୁଥିବା ବେଳେ ଡ୍ରାଇଭରକୁ ପଚରାଉଚରା କରାଯାଉଛି ।

ସିଟି ପୁଲିସ ମୁଖ୍ୟ ଡାନ ଥମ୍ପସନ କହିଛନ୍ତି, ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି । ସିସିଟିଭି ଫୁଟେଜ ମଧ୍ୟ ମିଳିଛି । ଭିଡିଓରେ କାରଟି ପରେଡ ବାହାର କରୁଥିବା ଲୋକଙ୍କୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି । ରବିବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି । ଅଧିକାରୀମାନେ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହରେ ଲାଗିଛନ୍ତି । ଆମେରିକା ସମୟ ଅନୁଯାୟୀ ଘଟଣା ସନ୍ଧ୍ୟା ସାଢେ ୪ଟାରେ ଘଟିଛି । ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିବା ପୁଲିସ କହିଛି ।

Leave A Reply

Your email address will not be published.