ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ବିଷ ବଳୟରୁ କେବେ ମୁକୁଳିବ ଦିଲ୍ଲୀ? ଆଜି ବୈଠକ

0

ନୂଆଦିଲ୍ଲୀ: ଗୋଟେ ପଟେ ଦିଲ୍ଲୀରେ ପାରଦ ଖସିବାରେ ଲାଗିଛି। ଅନ୍ୟ ପଟେ ପ୍ରଦୂଷଣ ପାଇଁ ବାୟୂର ଗୁଣବତ୍ତା ବହୁତ ଖରାପ ସ୍ତରରେ ରହିଛି। ଏଭଳି ସ୍ଥିତିରେ ପ୍ରଦୂଷଣର ମୁକାବିଲା କରିବାକୁ ଦିଲ୍ଲୀ ସରକାର ବହୁତ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଯାଏ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୫୨ ରହିଛି; ଯାହାକି ଏହା ବହୁତ ଖରାପ ସ୍ତର ବୋଲି କୁହାଯାଉଛି।

ସେପଟେ ପ୍ରଦୂଷଣ ସ୍ତର ହ୍ରାସ ପାଇଁ ଦିଲ୍ଲୀରେ ଲଗାଯାଇଥିବା ଅନେକ କଟକଣା ଆଜି ସରୁଛି। ଆଜି ଦିଲ୍ଲୀ ସରକାର ପ୍ରଦୂଷଣର ସ୍ଥିତି ଦେଖି ଲାଗୁ କରାଯାଇଥିବା କଟକଣା ଉପରେ ସମୀକ୍ଷା କରିବେ। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ଉଚ୍ଚ ସ୍ତରୀୟ ବୈଠକ କରି ସ୍ଥିତିର ସମୀକ୍ଷା କରିବେ। ବୈଠକରେ ଅଧିକାରୀଙ୍କ ସହ ପରିବେଶ ମନ୍ତ୍ରୀ ସମସ୍ତ କଟକଣା ନେଇ ଆଲୋଚନା ହେବ। ପରବର୍ତ୍ତୀ ଆଦେଶ ଯାଏଁ ସ୍କୁଲ,କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ୨୬ ତାରିଖ ଯାଏ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣୁଥିବା ଟ୍ରକ ବ୍ୟତୀତ ସମସ୍ତ ଟ୍ରକକୁ ଦିଲ୍ଲୀରେ ପ୍ରବେଶ ଉପରେ ବାରଣ କରାଯାଇଛି।

ଏହା ସହ ଘରୋଇ ସଂସ୍ଥା ଗୁଡିକ ନଭେମ୍ବର ୨୬ ଯାଏ ୱାର୍କ ଫର ହୋମ ମୋଡ଼ରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ କଟକଣାର ଉଦ୍ଦେଶ୍ୟ ହେଉଛି ରାସ୍ତାରେ ଯାନବାହାନ ଚଳାଚଳ କମ ହେବ, ଏବଂ ପ୍ରଦୂଷଣ ହ୍ରାସ ପାଇବ। ପୂର୍ବରୁ ଦିଲ୍ଲୀରେ ମେଟ୍ରୋ ଓ ବସରେ ଛିଡା ହୋଇ ଯାତ୍ରୀଙ୍କୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ସହରରେ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଯାଇଛି। ଆଜିର ବୈଠକରେ ଏହି ସବୁ ପ୍ରସଙ୍ଗରେ ଆଲୋଚନା ହେବ। ସାମ୍ପ୍ରତିକ ଦୃଷ୍ଟିରେ ରଖି ପ୍ରତିବନ୍ଧକ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇପାରେ।

Leave A Reply

Your email address will not be published.