ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେଲା, ତଥାପି ସରିନି କନ୍ଦଳ!

0

ଜୟପୁର: ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପରେ ଆଶା କରାଯାଉଥିଲା କନ୍ଦଳ ବି ପରିସମାପ୍ତି ଘଟିଲା। ଦଳର ଯୁବ ଚେହେରା ସଚିନ୍ ପାଇଲଟ୍ ବି ଅନୁରୂପ ମନ୍ତବ୍ୟ ଦେଇଥିଲେ। ହେଲେ ଏବେ ଜଣାପଡ଼ିଲାଣି ଯେ କଂଗ୍ରେସ ଦଳ ମଧ୍ୟରେ କନ୍ଦଳ ସମାପ୍ତ ହୋଇଥିବା ନଜର ଆସୁନାହିଁ। ଶପଥ ଗ୍ରହଣ ଉତ୍ସବର କିଛି ଘଣ୍ଟା ପରେ ହିଁ ରାଜସ୍ଥାନ କଂଗ୍ରେସରେ ଅସନ୍ତୋଷର ସ୍ୱର ଉଠିଛି। ଉଦୟପୁର ବିଧାୟକ ତଥା ଦଳର ବରିଷ୍ଠ ନେତା ଦୟାରାମ ପରମାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପରମାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରଶ୍ନ କରିଛନ୍ତି ଯେ,ଏମିତି କେଉଁ ଦକ୍ଷତା ହାସଲ କରିବା ଉଚିତ,ଯାହା ଫଳରେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରିବ। ଦୟାକରି ଆମକୁ ସେ ବିଶେଷ ଦକ୍ଷତା କଣ କହୁନ୍ତୁ? ତାହା ହାସଲ କରି ଭବିଷ୍ୟତରେ ମନ୍ତ୍ରୀ ହେବା ପାଇଁ ପ୍ରୟାସ କରିବୁ। ଦୟାରାମ ପରମାର ଦୁଇ ବାର ମନ୍ତ୍ରୀ ରହିସାରିଛନ୍ତି ଓ ୬ ଥର ବିଧାୟକ ହୋଇଛନ୍ତି। ସେ କହିଛନ୍ତି ଯେ, ଅନ୍ୟ ଆଦିବାସୀ ଜିଲ୍ଲା ଅନ୍ୟ ବି ରହିଛି। କିନ୍ତୁ କେବଳ ବାଶଁବଡ଼ାରୁ ଦୁଇ ଜଣଙ୍କୁ ମନ୍ତ୍ରୀ କରାଯାଇଛି। ଏହା ପୂର୍ବରୁ ଦୁଇ ଜଣ କଂଗ୍ରେସ ବିଧାୟକ ଜୋହରୀ ଲାଲ ମୀନା ଓ ସାଫିଆ ଜୁବେର ମଧ୍ୟ ମନ୍ତ୍ରିମଣ୍ଡଳ ପୁର୍ନଗଠନକୁ ବିରୋଧ କରି
ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ। ସାଫିଆ କହିଛନ୍ତି ଯେ, ଦଳରେ ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳୁନାହିଁ। ଅନ୍ୟପଟେ ଜୋହରୀ ଲାଲ ମୀନା ମନ୍ତ୍ରିମଣ୍ଡଳରେ ଟିକାରାମ ଜୁଲ୍ଲିଙ୍କ ପଦୋନ୍ନତିକୁ ବିରୋଧ କରିଛନ୍ତିଷ

୬ ବରିଷ୍ଠ କଂଗ୍ରେସ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପରାମର୍ଶଦାତା କରାଯାଇଛି। ଏଥିରେ ଡକ୍ଟର ଜିତେନ୍ଦ୍ର ସିଂହ, ବାବୁଲାଲ ନାଗର, ରାଜକୁମାର ଶର୍ମା, ସଂୟମ ଲୋଢା, ରାମକେଶ ମୀନା ଓ ଦାନିଶ ଅବରାର ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ବିଧାୟକ ବାବୁଲାଲ ନାଗର ଓ ସୟଂମ ଲୋଢା ସ୍ୱାଧୀନ ବିଧାୟକ ଅଟନ୍ତି। ଦାନିଶ ଅବରାର ସଚିନ ପାଇଲଟଙ୍କ ସାଙ୍ଗ ଥିଲେ ଯିଏ ଦିଲ୍ଲୀରେ ତାଙ୍କ ସାଥ ଛାଡିକି ଗେହଲଟ କ୍ୟାମ୍ପରେ ଯୋଗଦେଇଥିଲେ।

ଋବିବାର ଶପଥ ନେଇଥିବା ୧୫ ଜଣଙ୍କ ମନ୍ତ୍ରୀଙ୍କ ମଧ୍ୟରେ ୧୧ ଜଣ କ୍ୟାବିନେଟ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। କେବେଳ ୩ ଜଣ ମନ୍ତ୍ରୀ ,ଗୋବିନ୍ଦଓ ସିଂ ଦୋତ୍ରା, ହରିଶ ଚୌଧୁରୀ ଓ ରଘୁ ଶର୍ମାଙ୍କୁ ବରଖାସ୍ତ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ରଖାଯାଇଛି । ବିଶଭେନ୍ଦ୍ର ସିଂ,ରମେଶ ମୀନା କ୍ୟାବନେଟକୁ ଫେରିଛନ୍ତି।।

Leave A Reply

Your email address will not be published.