ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ପଠାନ୍‌କୋଟରେ ଗ୍ରେନେଡ୍ ବିସ୍ଫୋରଣ

0

ନୂଆଦିଲ୍ଲୀ: ପଞ୍ଜାବର ପଠାନ୍‌କୋଟ୍ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ୍ ବିସ୍ଫୋରଣ। ଆର୍ମି କ୍ୟାମ୍ପ ଗେଟ ଉପରେ ଗ୍ରେନେଡ୍‌ରେ ଆକ୍ରମଣ କରାଯାଇଛି। କ୍ୟାମ୍ପର ତ୍ରିବେଣୀ ଗେଟ ଉପରେ ଗ୍ରେନେଡ୍ ଫିଙ୍ଗିକି ବିସ୍ଫୋରଣ କରାଯାଇଛି। ତେବେ ବାଇକରେ ଆସି ଗ୍ରେନେଡ୍ ମାଡ଼ କରିଥିବା ସୂଚନା ରହିଛି। ଗ୍ରେନେଡ୍ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଅପରାଧୀଙ୍କୁ ଧରିବାରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ପଠାନ୍‌କୋଟ୍‌ର ଏସଏସପି ସୁରେନ୍ଦ୍ର ଲାମ୍ବା କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଗ୍ରେନେଡ ବିସ୍ଫୋରଣ ହୋଇଥିବା ଜଣାପଡୁଛି। ଯାଞ୍ଚ ଜାରି ରହିଛି। କୁହାଯାଉଛି
ଯେ, ଏକ ବାଇକ ଯିବା ସମୟରେ ବିସ୍ଫୋରଣ ହୋଇଥିଲା। ଭଲ ସିସିଟିଭି ଫୁଟେଜ ମିଳିବାର ଆଶା ରହିଛି।

ପଠାନକୋଟ ହେଉଛି ଭାରତ ଗୁରୁତ୍ୱପୂର୍ଣ୍ଣ ଠିକଣା ମଧ୍ୟରୁ ଗୋଟିଏ। ଏଠାରେ ବାୟସେନା ଷ୍ଟେସନ, ସେନା ଗୁଳିଗୋଳ ଡିପୋ, ଦୁଇଟି ସଶସ୍ତ୍ର ବ୍ରିଗ୍ରେଡ଼,ସଶସ୍ତ୍ର ୟୁନିଟ ରହିଛି। ଜାନୁଆରୀ ୨୦୧୬ରେ , ପଠାନକୋଟ ବାୟୁସେନା ଷ୍ଟେସନରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫ ଆତଙ୍କବାଦୀ
ନିହତ ହୋଇଥିବା ବେଳେ ୮ ସୈନ୍ୟ ସହିଦ ହୋଇଥିଲେ।

Leave A Reply

Your email address will not be published.