ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଦେଇଥିବା କଥା ରଖିଲେ ନିର୍ମଳା

0
  • ଓଡ଼ିଶାକୁ ମିଳିଲା ୪୩୦୫. ୩୨ କୋଟି ଟଙ୍କା
  • ସବୁଠାରୁ ଅଧିକ ପାଇଲା ଉତ୍ତରପ୍ରଦେଶ
  • ଦୁଇଟି କିସ୍ତି ଏକକାଳୀନ ପ୍ରଦାନ କଲେ କେନ୍ଦ୍ର

ନୂଆଦିଲ୍ଲୀ: ରାଜ୍ୟମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ କେନ୍ଦ୍ର ସରକାର ପାଳନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତମାସରେ କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ବାବଦରେ ଏକକାଳୀନ ୨ଟି କିସ୍ତି ପ୍ରଦାନ କରିଛନ୍ତି। ପରିଣାମରେ ଓଡ଼ିଶା ଭଳି ରାଜ୍ୟକୁ ଏକକାଳୀନ ୪ ହଜାର ୩୦୫ କୋଟି ୩୨ଲକ୍ଷ ଟଙ୍କା ମିଳିଛି। ତେବେ ଉତ୍ତରପ୍ରଦେଶ ସର୍ବାଧିକ ୧୭ ହଜାର ୫୬ କୋଟି ପାଇଛି। ଏହି କ୍ରମରେ ବିହାରକୁ ୯,୫୬୩ କୋଟି, ମଧ୍ୟପ୍ରଦେଶକୁ ୭,୪୬୩ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୭,୧୫୨ କୋଟି ଟଙ୍କା ଓ ରାଜସ୍ଥାନକୁ ୫,୭୨୯ କୋଟି ଟଙ୍କା ଦିଆଯାଇଛି।

କେନ୍ଦ୍ର ସରକାର ଏହି ପ୍ରକ୍ରିୟାରେ ଏଥର ମୋଟ ୯୫,୦୮୨ କୋଟି ଟଙ୍କା ରାଜ୍ୟ ସରକାରମାନଙ୍କୁ ଦେଇଛନ୍ତି। ଟିକସ ଭାଗ କ୍ରମରେ ସ୍ବାଭାବିକ ମାସିକ କିସ୍ତି ଭାବେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୪୭,୫୪୧ କୋଟି ଟଙ୍କା ଦେଇଥାନ୍ତି।

ଚଳିତ ମାସ ୧୫ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିବା ବେଳେ ଦୁଇଟି କିସ୍ତି ଏକକାଳୀନ ଜାରି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି ଦେଇଥିଲେ। ଏହି ଟଙ୍କା ଜାରି କରାଯାଇଥିବାରୁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ହେବ ବୋଲି ଆଶା କରାଯାଉଛି।‌ କୋଭିଡ୍‌ ମହାମାରୀ ପ୍ରଭାବ ଯୋଗୁଁ ଚଳିତ ବର୍ଷ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଥିବାରୁ ଟିକସ ଭାଗ ବାବଦ ରାଶି ଆଗୁଆ ଜାରି କରିବାକୁ ରାଜ୍ୟଗୁଡ଼ିକ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏହି ପାଣ୍ଠି ମିଳିଲେ ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ସେମାନେ କହିଥିଲେ। ରାଜ୍ୟଗୁଡ଼ିକର ଅନୁରୋଧକୁ ଗ୍ରହଣ କରି ଏକକାଳୀନ ଦୁଇଟି କିସ୍ତିର ଟଙ୍କା ଜାରି କରିବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଅର୍ଥ ସଚିବଙ୍କୁ ନିର୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପଞ୍ଚଦଶ ଅର୍ଥ ଆୟୋଗ କେନ୍ଦ୍ରୀୟ ଟିକସର ୪୧ ପ୍ରତିଶତ ରାଜ୍ୟଗୁଡ଼ିକୁ ଆବଣ୍ଟନ କରିବା ଲାଗି ସୁପାରିସ କରିଛନ୍ତି। ସାଧାରଣତଃ ବର୍ଷକ ମଧ୍ୟରେ ୧୪ଟି କିସ୍ତିରେ ଏହି ଟଙ୍କା ରାଜ୍ୟଗୁଡ଼ିକୁ ଆବଣ୍ଟନ କରାଯାଏ। କୋଭିଡ୍ ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଯୋଗୁଁ ୨୦ଟି ରାଜ୍ୟର ପୁଞ୍ଜି ବ୍ୟୟରେ ୭୯% ବୃଦ୍ଧି ହୋଇଛି। ବିକାଶମୂଳକ କାର୍ଯ୍ୟ‌ରେ ବିନିଯୋଗ ଲାଗି ରାଜ୍ୟଗୁଡ଼ିକୁ ପାଣ୍ଠି ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି। ଏଭଳି ଏକ ସମୟରେ କେନ୍ଦ୍ରୀୟ ଟିକସରୁ ମିଳିଥିବା ଭାଗ ରାଜ୍ୟଗୁଡ଼ିକର ଆର୍ଥିକ ଚାପକୁ ହାଲୁକା କରିବାରେ ସହାୟକ ହେବ।

Leave A Reply

Your email address will not be published.